କେଉଁ ରାଜ୍ୟରୁ କେତେ ପାଇଲେ କୋବିନ୍ଦ ଓ ମୀରା: ଓଡ଼ିଶାରେ ୨ ଜଣଙ୍କ ଭୋଟ ନାକଚ

ରାମନାଥ କୋବିନ୍ଦ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି  ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କୁ ବିପୁଳ ଭୋଟରେ ହରାଇଛନ୍ତି ଏନ୍‌ଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦ। ରାମନାଥ କୋବିନ୍ଦଙ୍କୁ ୭ ଲକ୍ଷ ୨ ହଜାର ୪୪ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ମୀରାକୁମାର ପାଇଛନ୍ତି ୩ ଲକ୍ଷ ୬୭ ହଜାର ୩୧୪ ଇଲେକ୍ଟୋରାଲ ଭୋଟ୍। କୋବିନ୍ଦ ନିର୍ବାଚିତ ହେବା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ଅନୁପ ମିଶ୍ରା।  ରାଷ୍ଟ୍ରପତି ପଦ ଲାଗି ଗତ […]

Kovind

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 08:48 PM IST

ରାମନାଥ କୋବିନ୍ଦ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି  ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କୁ ବିପୁଳ ଭୋଟରେ ହରାଇଛନ୍ତି ଏନ୍‌ଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦ। ରାମନାଥ କୋବିନ୍ଦଙ୍କୁ ୭ ଲକ୍ଷ ୨ ହଜାର ୪୪ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ମୀରାକୁମାର ପାଇଛନ୍ତି ୩ ଲକ୍ଷ ୬୭ ହଜାର ୩୧୪ ଇଲେକ୍ଟୋରାଲ ଭୋଟ୍। କୋବିନ୍ଦ ନିର୍ବାଚିତ ହେବା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ଅନୁପ ମିଶ୍ରା।  ରାଷ୍ଟ୍ରପତି ପଦ ଲାଗି ଗତ ୧୭ ତାରିଖରେ ଇଲେୋରାଲ କଲେଜ୍  ଜରିଆରେ ଭୋଟିଂ ହୋଇଥିଲା ଏପଟେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟାଳୟ ଆସନ୍ତା ୨୪ରେ ଶେଷ ହେଉଛି। ଆସନ୍ତା ୨୫ ତାରିଖରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି କୋବିନ୍ଦଙ୍କୁ ଶପଥ ପାଠ କରାଇବେ। ଅନ୍ୟପଟେ ଓଡ଼ିଶାରେ ମଧ୍ୟ କୋବିନ୍ଦଙ୍କ ସପକ୍ଷରେ ଭୋଟହାର ବହୁ ଅଧିକ ରହିଛି। ରାମନାଥ କୋବିନ୍ଦଙ୍କୁ ୧୮୯୨୩ ଭୋଟ୍‌ ମିଳିଥିବା ବେଳେ ମୀରା କୁମାର ୨୫୩୩ ଭୋଟ ମିଳିଛି। କୋବିନ୍ଦଙ୍କୁ ୧୨୭ ଓ ମୀରାକୁମାରଙ୍କୁ ୧୭ ଜଣ ବିଧାୟକ ସମର୍ଥନ କରିଛନ୍ତି ଯେଉଁଥିରେ ୨ଜଣଙ୍କ ଭୋଟ ନାକଚ ହୋଇଥିବା ଜଣାପଡିଛି। ଆସନ୍ତୁ ଜାଣିବା ବିଭିନ୍ନ ରାଜ୍ୟରୁ ମିଳିଥିବା ଭୋଟସଂଖ୍ୟା .....

ଆନ୍ଧ୍ରପ୍ରଦେଶ: ରାମନାଥ କୋବିନ୍ଦ-୨୭୧୮୯,  ମୀରା କୁମାର-୦

ଅରୁଣାଚଳ ପ୍ରଦେଶ: ରାମନାଥ କୋବିନ୍ଦ-୪୪୮, ମୀରା କୁମାର-୨୪

ଆସାମ: ରାମନାଥ କୋବିନ୍ଦ-୧୦୫୫୬, ମୀରା କୁମାର-୪୦୬୦

ବିହାର: ରାମନାଥ କୋବିନ୍ଦ-୨୨୪୯୦, ମୀରା କୁମାର-୧୮୮୬୭

ଛତିଶଗଡ଼: ରାମନାଥ କୋବିନ୍ଦ-୬୭୦୮, ମୀରା କୁମାର-୪୫୧୫

ଗୋଆ:  ରାମନାଥ କୋବିନ୍ଦ-୫୦୦, ମୀରା କୁମାର-୨୨୦

ଗୁଜରାଟ: ରାମନାଥ କୋବିନ୍ଦ- ୧୯୪୦୪,  ମୀରା କୁମାର-୭୨୦୩

ହରିଆଣା: ରାମନାଥ କୋବିନ୍ଦ-୮୧୭୬, ମୀରା କୁମାର-୧୭୯୨

ହିମାଞ୍ଚଳ ପ୍ରଦେଶ: ରାମନାଥ କୋବିନ୍ଦ-୧୫୩୦, ମୀରା କୁମାର-୧୮୮୭

ଜମ୍ମୁ କାଶ୍ମୀର: ରାମନାଥ କୋବିନ୍ଦ-୪୦୩୨,  ମୀରା କୁମାର-୨୧୬୦

ଝାଡ଼ଖଣ୍ଡ: ରାମନାଥ କୋବିନ୍ଦ-୮୯୭୬ , ମୀରା କୁମାର-୪୫୭୬

ଓଡ଼ିଶା: ରାମନାଥ କୋବିନ୍ଦ-୧୮୯୨୩, ମୀରା କୁମାର-୨୫୩୩

 

Related story