ଇସ୍ତଫା ଦେଲେ ୨୦ କଂଗ୍ରେସ ବିଧାୟକ, ବଦଳିବ ମଧ୍ୟପ୍ରଦେଶ ଅଙ୍କ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ୨୦ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେମାନେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ପାଖକୁ ନିଜ ଇସ୍ତଫାପତ୍ର ପଠାଇଦେଇଛନ୍ତି। ଏମାନେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଥିବା ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। ୨୦ତମ ବିଧାୟକ ବିସାହୁ ଲାଲ ସିଂହ ବିଜେପିରେ ଯୋଗଦେବେ ବୋଲି ନିଶ୍ଚିତ କରିସାରିଛନ୍ତି। ଅର୍ଥାତ ଅନ୍ୟମାନେ ମଧ୍ୟ ତାହା କରିବେ ବୋଲି ଆକଳନ କରାଯାଇପାରେ। ଯଦି ସିନ୍ଧିଆ ବିଜେପିରେ […]

Scindia-MP

Subrat Kumar Nayak
  • Published: Tuesday, 10 March 2020
  • , Updated: 10 March 2020, 02:08 PM IST

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ୨୦ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି। ସେମାନେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ପାଖକୁ ନିଜ ଇସ୍ତଫାପତ୍ର ପଠାଇଦେଇଛନ୍ତି। ଏମାନେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାକୁ ଥିବା ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। ୨୦ତମ ବିଧାୟକ ବିସାହୁ ଲାଲ ସିଂହ ବିଜେପିରେ ଯୋଗଦେବେ ବୋଲି ନିଶ୍ଚିତ କରିସାରିଛନ୍ତି। ଅର୍ଥାତ ଅନ୍ୟମାନେ ମଧ୍ୟ ତାହା କରିବେ ବୋଲି ଆକଳନ କରାଯାଇପାରେ।

ଯଦି ସିନ୍ଧିଆ ବିଜେପିରେ ମିଶନ୍ତି ତେବେ ବିଜେପି ପକ୍ଷ ଭାରି ପଡ଼ିବ। କଣ କହୁଛି ମଧ୍ୟପ୍ରଦେଶ ଆସନ ଗଣିତ ଆସନ୍ତୁ ଜାଣିବା

ମଧ୍ୟ ପ୍ରଦେଶ ବିଧାନସଭା ୨୩୦ ଆସନ ବିଶିଷ୍ଟ। ଏଥିରେ ୨୦୧୮ ଇଲେକ୍ସନ ସମୟରେ ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨୨୮ ହୋଇ ଯାଇଥିଲା। ତେଣୁ ୨୨୮ ବିଧାୟକଙ୍କ ମଧ୍ୟରୁ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର୍‌ ୧୧୫ ରହିଛି।

କଂଗ୍ରେସ ପାଖରେ ରହିଛି ୧୧୪

ବିଜେପି ପାଖରେ ୧୦୯
ବିଏସ୍‌ପି ପାଖରେ ୨ ବିଧାୟକ
ସମାଜବାଦୀ ପାର୍ଟି ପାଖରେ ୧
ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୪

ବିଏସ୍‌ପିର ୪ ବିଧାୟକ ଓ ଏସ୍‌ପିର ଜଣେ ବିଧାୟକଙ୍କ ସହଯୋଗରେ କଂଗ୍ରେସ ୧୧୯ ସଂଖ୍ୟା ହାସଲ୍ କରି ସରକାର ଗଢ଼ିଥିଲା।

କଂଗ୍ରେସର ୨୦ ବିଧାୟକ ଜ୍ୟେତିରାଦିତ୍ୟଙ୍କ ସହିତ କଂଗ୍ରେସରୁ ବାହାରି ଯିବାପରେ, ମୋଟ ଆସନ ସଂଖ୍ୟା ୨୦୮କୁ ଖସି ଆସିବ। ଏହାପରେ ସରକାର ଗଠନ କରିବା ପାଇଁ ୧୦୫ ମ୍ୟାଜିକ୍‌ ନମ୍ବର ଆବଶ୍ୟକ ପଡ଼ିବ। ଏପରି ହେଲେ କଂଗ୍ରେସ ପାଖରେ କେବଳ ୯୪ ଜଣ ବିଧାୟକ ରହିବେ। କିନ୍ତୁ ବିଜେପି ପାଖରେ ୧୦୯ ବିଧାୟକ ରହିବେ ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିପାରିବ। ପ୍ରତିବଦଳରେ ସିନ୍ଧିଆଙ୍କୁ ରାଜ୍ୟସଭା ପଠାଯାଇ ମନ୍ତ୍ରୀପଦ ଦିଆଯିବ ବୋଲି ଚର୍ଚ୍ଚା ହେଉଛି।

Related story