ମୋବାଇଲ୍‌ରୁ ଜାଣନ୍ତୁ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ନା କଟି ଯାଇଛି

ନୂଆଦିଲ୍ଲୀ: ଭୋଟ ଦେବା ଆମର ଅଧିକାର। ଏହା ଜରିଆରେ ଆମେ ନିଜ ପାଇଁ ନେତା ବାଛିଥାନ୍ତି। ଭିନ୍ନ ଭିନ୍ନ ଦେଶରେ ଭୋଟ୍‌ ଅଧିକାର ବୟସ ସୀମା ଅଲଗା ଅଲଗା ରହିଛି। ଆମ ଦେଶରେ ଜଣେ ନାଗରିକ ୧୮ ବର୍ଷର ହୋଇଗଲେ ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏକଥା ସମସ୍ତଙ୍କୁ ଜଣା। ଭୋଟର ତାଲିକାକୁ ନେଇ ବିଭିନ୍ନ ସମୟରେ ଆମେ ନାନା ସମସ୍ୟାରେ ପଡ଼ିଥାନ୍ତି। ଜଣନ୍ତୁ ଏ ସମ୍ପର୍କରେ କିଛି ତଥ୍ୟ। ଏମିତି ଦେଖିବାକୁ ମିଳିଥାଏ ଜଣେ […]

vote

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 02:33 PM IST

ନୂଆଦିଲ୍ଲୀ: ଭୋଟ ଦେବା ଆମର ଅଧିକାର। ଏହା ଜରିଆରେ ଆମେ ନିଜ ପାଇଁ ନେତା ବାଛିଥାନ୍ତି। ଭିନ୍ନ ଭିନ୍ନ ଦେଶରେ ଭୋଟ୍‌ ଅଧିକାର ବୟସ ସୀମା ଅଲଗା ଅଲଗା ରହିଛି। ଆମ ଦେଶରେ ଜଣେ ନାଗରିକ ୧୮ ବର୍ଷର ହୋଇଗଲେ ଭୋଟ୍‌ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏକଥା ସମସ୍ତଙ୍କୁ ଜଣା। ଭୋଟର ତାଲିକାକୁ ନେଇ ବିଭିନ୍ନ ସମୟରେ ଆମେ ନାନା ସମସ୍ୟାରେ ପଡ଼ିଥାନ୍ତି। ଜଣନ୍ତୁ ଏ ସମ୍ପର୍କରେ କିଛି ତଥ୍ୟ।

ଏମିତି ଦେଖିବାକୁ ମିଳିଥାଏ ଜଣେ ଗୋଟେ ନିର୍ବାଚନରେ ଭୋଟ ଦେଇଥାନ୍ତି, ହେଲେ ପରବର୍ତ୍ତି ନିର୍ବାଚନ ବେଳକୁ ତାଙ୍କ ନାଁ ଭୋଟର ତାଲିକାରୁ କଟି ଯାଇଥାଏ। ଏହାକୁ ନେଇ ବ୍ୟକ୍ତି ଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ। ତେବେ ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି କି ନାହିଁ ଜାଣିବାକୁ ଏକ ସହଜ ଉପାୟ ରହିଛି। ଘରେ ବସି ମୋବାଇଲ୍‌ ଜରିଆରେ ଆପଣ ଜାଣିପାରିବେ ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି କି କଟି ଯାଇଛି।

କେମିତି ଜାଣିବେ

ପ୍ରଥମେ ଫୋନ ବ୍ରାଉଜରରେ www.nvsp.in ଟାଇପ୍‌ କରି ଓକେ କରନ୍ତୁ। ଏବେ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲଟି ଖୋଲିବ। ବାମ ପଟେ ସର୍ଚ୍ଚ ବକ୍ସ ଥିବ। ଏଥିରେ କ୍ଲିକ କରନ୍ତୁ। ଏକ ନୂଆ ପେଜ୍‌ ଖୋଲିବ, ଯାହାର ୟୁଆରଏଲ୍‌ http://electoralsearch.in ଥିବ। ଉକ୍ତ ପେଜ୍‌ରେ ଦୁଇଟି ଉପାୟରେ ଆପଣ ଭୋଟର ତାଲିକାରେ ଅଛନ୍ତି କି ନାହିଁ ଜାଣିପାରିବେ।

ପ୍ରଥମ ଉପାୟ: ଆପଣଙ୍କ ନାଁ, ବାପା ବା ସ୍ୱାମୀଙ୍କ ନାମ, ବୟସ, ରାଜ୍ୟ, ଲିଙ୍ଗ, ଜିଲ୍ଲା ଓ ବିଧାନସଭା ନିର୍ବାଚନ କ୍ଷେତ୍ରର ନାଁ ଦେଇ ଭୋଟର ତାଲିକାରେ ନିଜ ନାମ ଅଛି କି ନାହିଁ ଯାଞ୍ଚ କରିପାରିବେ।

ଦ୍ୱିତୀୟ ଉପାୟ: ଆପଣ ନିଜ ନାଁ ସର୍ଚ୍ଚ କରିବା ବଦଳରେ ମତଦାନ ପ୍ରମାଣ ପତ୍ରରେ ଥିବା କ୍ରମାଙ୍କ ସଂଖ୍ୟା ଲେଖି ସର୍ଚ୍ଚ କରନ୍ତୁ। ଆପଣଙ୍କ ନାଁ ତାଲିକାରେ ଥିଲେ ମନିଟରରେ ଦେଖାଇ ଦେବ।

ତେବେ ବିହାର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଲୋକଙ୍କ ପାଇଁ ମେସେଜ ସୁବିଧା ରହିଛି। ଏହି ରାଜ୍ୟର ଲୋକେ ମେସେଜ ପଠାଇ ତାଲିକାରେ ତାଙ୍କ ନାଁ ଅଛି କି ନାହିଁ ଜାଣିପାରିବେ। ଏଥିପାଇଁ ELE 10 digit ଲେଖି 56677କୁ ପଠାଇବାକୁ ପଡ଼ିବ। ଅର୍ଥାତ ELE ଲେଖିବା ପରେ ଆପଣଙ୍କ ଭୋଟର ଆଇଡିରେ ଥିବା ୧୦ଟିକିଆ ନମ୍ବରକୁ ଲେଖନ୍ତୁ ଓ ମେସେଜ କରନ୍ତୁ।

Related story