ଲକଡାଉନ୍ ନିୟମ କୋହଳ, ମୁମ୍ୱାଇ ରାସ୍ତାରେ ହଜାର ହଜାର ପ୍ରବାସୀ

ମୁମ୍ୱାଇ: ଲକଡାଉନ୍ ନିୟମ କୋହଳ ହେବା ପରେ ମୁମ୍ୱାଇରେ ଥିବା ପ୍ରବାସୀ ଶ୍ରମିକଙ୍କ ଗହଳି ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଥିବାବେଳେ ହଜାର ହଜାର ଶ୍ରମିକ ରାସ୍ତାରେ ଏକାଠି ହେବା ପରେ ସାମାଜିକ ଦୂରତ୍ୱ ପାଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପିରିକି ଏ ନେଇ ରାଜ୍ୟ ସରକାର ଓ ପୁଲିସ ଉପରେ ଅଙ୍ଗୁଳି ଉଠିଛି। ସୂଚନା ଅନୁଯାୟୀ, ବାନ୍ଦ୍ରା ଷ୍ଟେସନରୁ ଆଜି ବିହାର ଯିବା ପାଇଁ ସ୍ୱତନ୍ତ୍ର ଶ୍ରମିକ […]

Bandra-Migrant-Labourers

Subhransu Sekhar
  • Published: Tuesday, 19 May 2020
  • , Updated: 19 May 2020, 04:03 PM IST

ମୁମ୍ୱାଇ: ଲକଡାଉନ୍ ନିୟମ କୋହଳ ହେବା ପରେ ମୁମ୍ୱାଇରେ ଥିବା ପ୍ରବାସୀ ଶ୍ରମିକଙ୍କ ଗହଳି ଦେଖିବାକୁ ମିଳିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଥିବାବେଳେ ହଜାର ହଜାର ଶ୍ରମିକ ରାସ୍ତାରେ ଏକାଠି ହେବା ପରେ ସାମାଜିକ ଦୂରତ୍ୱ ପାଳନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପିରିକି ଏ ନେଇ ରାଜ୍ୟ ସରକାର ଓ ପୁଲିସ ଉପରେ ଅଙ୍ଗୁଳି ଉଠିଛି।

ସୂଚନା ଅନୁଯାୟୀ, ବାନ୍ଦ୍ରା ଷ୍ଟେସନରୁ ଆଜି ବିହାର ଯିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଛିଡ଼ା ହୋଇଥିଲା। ଯେଉଁମାନେ ରେଜିଷ୍ଟ୍ରେସନ କରିଛନ୍ତି ସେମାନଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା। ହେଲେ ଏହାବାଦ ଅନେକ ପ୍ରବାସୀ ଶ୍ରମିକ ଷ୍ଟେସନ ପଳାଇ ଆସିଥିଲେ। ଷ୍ଟେସନ ଭିତରକୁ ପଞ୍ଜିକରଣ କରିନଥିବା ଶ୍ରମିକଙ୍କୁ ପ୍ରବେଶ କରିବାକୁ ଅନୁମତି ନଦେବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରବାସୀ।

ହଜାର ହଜାର ପ୍ରବାସୀ ଆସି ଷ୍ଟେସନ ପହଞ୍ଚିଥିଲେ ମଧ୍ୟ ରାଜ୍ୟ ପୁଲିସ ଏମାନଙ୍କୁ ଅଟକାଇବାରେ ବିଫଳ ହୋଇଛି ବୋଲି କୁହାଯାଉଛି। ଏବେ ମହାରାଷ୍ଟ୍ର ଦେଶର କରୋନା ହଟସ୍ପଟ ପାଲଟିଥିବାବେଳେ ବିନା ସାମାଜିକ ଦୂରତାରେ ରାସ୍ତାରେ ହଜାର ହଜାର ଶ୍ରମିକ ଏକାଠି ହେବାରେ ସଫଳ ହେବା ଉଦ୍ଧବ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି।

Related story