ଝିଅ ଆଗରେ ପତ୍ନୀଙ୍କୁ ହତ୍ୟା କଲା ସନ୍ଦେହୀ ସ୍ୱାମୀ, ରାତି ସାରା ଶବ ପାଖରେ ବସି ରହିଲା

ନୂଆଦିଲ୍ଲୀ: ପତ୍ନୀ ଦେଖିବାକୁ ସୁନ୍ଦର ହେଇଥିବାରୁ, ସ୍ୱାମୀ ତାଙ୍କୁ ବାରମ୍ବାର ସନ୍ଦେହ କରୁଥିଲେ। ଦିନେ ପରିସ୍ଥିତି ଏମିତି ଉପୁଜିଲା ଯେ ୨୩ ବର୍ଷୀୟ ସନ୍ଦେହୀ ସ୍ୱାମୀ ଏହି କାରଣ ପାଇଁ ନିଜ ପତ୍ନୀଙ୍କୁ ତାଙ୍କର ୨ ବର୍ଷୀୟ ଝିଅ ସାମ୍ନାରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛି। ଖାଲି ସେତିକି ନୁହେଁ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଜଣଙ୍କ ତାଙ୍କ ଶବ ନିକଟରେ ଗୋଟିଏ ଦିନ ବସି ରହିଥିଲା। ଉତ୍ତର ଦିଲ୍ଲୀରେ ଏଭଳି ଏକ ଲୋମଟାଙ୍କୁରା […]

dq

Hemant Lenka
  • Published: Monday, 22 October 2018
  • , Updated: 22 October 2018, 07:58 PM IST

ନୂଆଦିଲ୍ଲୀ: ପତ୍ନୀ ଦେଖିବାକୁ ସୁନ୍ଦର ହେଇଥିବାରୁ, ସ୍ୱାମୀ ତାଙ୍କୁ ବାରମ୍ବାର ସନ୍ଦେହ କରୁଥିଲେ। ଦିନେ ପରିସ୍ଥିତି ଏମିତି ଉପୁଜିଲା ଯେ ୨୩ ବର୍ଷୀୟ ସନ୍ଦେହୀ ସ୍ୱାମୀ ଏହି କାରଣ ପାଇଁ ନିଜ ପତ୍ନୀଙ୍କୁ ତାଙ୍କର ୨ ବର୍ଷୀୟ ଝିଅ ସାମ୍ନାରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛି।

ଖାଲି ସେତିକି ନୁହେଁ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଜଣଙ୍କ ତାଙ୍କ ଶବ ନିକଟରେ ଗୋଟିଏ ଦିନ ବସି ରହିଥିଲା। ଉତ୍ତର ଦିଲ୍ଲୀରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। କମଲା ମାକେର୍ଟ ପୁଲିସ୍‌ ପକ୍ଷରୁ ଅଭିଯୁକ୍ତ ସ୍ୱାମୀ କାମିଲଙ୍କୁ ଗିରଫ କରିବା ପରେ ସେ ସବୁ କଥା ସ୍ୱୀକାର କରିଛି।

କମଲା ମାକେର୍ଟ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ରେ କାମିଲ, ତାଙ୍କ ୨୨ ବର୍ଷୀୟ ପତ୍ନୀ ରେଶମା ଓ ୨ ବର୍ଷର ଝିଅ ରହୁଥିଲେ।

ରେଶମା ଦେଖିବାକୁ ଖୁବ ସୁନ୍ଦର ହୋଇଥିବାରୁ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ପର୍କ ରହିଛି ବୋଲି କାମିଲ ସର୍ବଦା ସନ୍ଦେହ କରି ଆସୁଥିଲେ। ଶୁକ୍ରବାର କାମିଲ ପ୍ରଚୁର ମଦ ପିଇ ଘରକୁ ଆସିବା ସହ ଏ ନେଇ ରେଶମାଙ୍କ ସହ ଝଗଡ଼ା କରିଥିଲେ।

ପରିସ୍ଥିତି ଏପରି ହୋଇଥିଲା ଯେ କାମିଲ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ।

ହତ୍ୟା କରିବା ପରେ ସେ ମୃତଦେହକୁ ନେଇ କ’ଣ କରିବେ ବୋଲି ଭାବିଭାବି ପତ୍ନୀଙ୍କ ଶବ ନକିଟରେ ଶନିବାର ଦିନ ତମାମ ବସି ରହିଥିଲେ।

ପୁଲିସ୍‌ କୌଣସି ସୂତ୍ରରୁ ଏହାର ଖବର ପାଇ ଫ୍ଲାଟ୍‌ରେ ପହଞ୍ଚିବା ସହ କାମିଲଙ୍କୁ ଜେରା କରିବାକୁ ଉଠାଇ ଆଣିଥିଲା। ଜେରା ସମୟରେ କାମିଲ ପତ୍ନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

କାମିଲ ଓ ରେଶମା ୩ ବର୍ଷ ତଳେ ବିବାହ କରିଥିଲେ। କାମିଲ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରନ୍ତି।

Related story