Advertisment

ମିଳିଲା ଆତ୍ମଘାତୀ ମହିଳା ଆତଙ୍କବାଦୀଙ୍କ ପରିଚୟ, ସ୍ୱାମୀ କହିଲେ- ଆମେ ଗର୍ବିତ

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ଗତକାଲି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪ ଜଣଙ୍କ ଜୀବନହାନୀ ହୋଇଥିଲା। ଏହି ବିସ୍ଫୋରଣ ଘଟାଇଥିବା ମହିଳା ଆତଙ୍କବାତୀଜଣକ ନିଜକୁ ଉଡ଼ାଇ ଦେଇଥିବା ବେଳେ ୩ ଚାଇନିଜ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା। ସମ୍ପୃକ୍ତ ଆତଙ୍କବାଦୀ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାଁ ଶୈରି ବଲୁଚ ବୋଲି ଜଣାପଡ଼ିଛି। ଶୈରି ବଲୁଚଙ୍କ ପତି ଆବାସନ ବସିର ବଲୁଚ ଟ୍ୱିଟ କରି ନିଜ  ପତ୍ନୀଙ୍କ ପାଇଁ ଗର୍ବିତ ଅନୁଭବ କରୁଥିବା ଉଲ୍ଲେଖ […]

ଅଦ୍ୟତନ ହୋଇଛି
ମିଳିଲା ଆତ୍ମଘାତୀ ମହିଳା ଆତଙ୍କବାଦୀଙ୍କ ପରିଚୟ, ସ୍ୱାମୀ କହିଲେ- ଆମେ ଗର୍ବିତ

blast

Advertisment

କରାଚି: ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ଗତକାଲି ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪ ଜଣଙ୍କ ଜୀବନହାନୀ ହୋଇଥିଲା। ଏହି ବିସ୍ଫୋରଣ ଘଟାଇଥିବା ମହିଳା ଆତଙ୍କବାତୀଜଣକ ନିଜକୁ ଉଡ଼ାଇ ଦେଇଥିବା ବେଳେ ୩ ଚାଇନିଜ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା। ସମ୍ପୃକ୍ତ ଆତଙ୍କବାଦୀ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାଁ ଶୈରି ବଲୁଚ ବୋଲି ଜଣାପଡ଼ିଛି।

Advertisment

ଶୈରି ବଲୁଚଙ୍କ ପତି ଆବାସନ ବସିର ବଲୁଚ ଟ୍ୱିଟ କରି ନିଜ  ପତ୍ନୀଙ୍କ ପାଇଁ ଗର୍ବିତ ଅନୁଭବ କରୁଥିବା ଉଲ୍ଲେଖ କରିଛନ୍ତି। ଆଫଗାନ ପତ୍ରକାର ୱଶୀର ଅହମ୍ମଦ ଗ୍ୱାଖ ଏହାର ସ୍କ୍ରିନ୍‌ସଟ ସୋଶାଲ ମିଡିଆରେ ଛାଡ଼ିଛନ୍ତି। ଶୈରିଙ୍କ ସ୍ୱାମୀ ଜଣେ ଡେଣ୍ଟିଷ୍ଟ ଥିବା ବେଳେ ପିତା ଜଣେ ଅଧ୍ୟାପକ ଥିବା ଜଣାପଡ଼ିଛି।

ମହିଳା ଆତ୍ମଘାତୀ ଶୈରି ବଲୁଚଙ୍କ ପତି ଏକ ଅଜ୍ଞାତ ସ୍ଥାନରୁ ଟ୍ୱିଟ କରି କହିଛନ୍ତି ଯେ,  ଆମ ୨ ପିଲା  ତୁମର ମହାନତାକୁ ସବୁଦିନ ପାଇଁ ମନେ ରଖି ଗର୍ବିତ ଅନୁଭବ କରିବେ । ତୁମେ ସବୁବେଳେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ । ଶୈରି ବଲୁଚଙ୍କ ୨ ସନ୍ତାନ ଥିବା ବେଳେ  ଜଣଙ୍କ ବୟସ ୮ ବର୍ଷ ଓ ଅନ୍ୟଜଣଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି।

Advertisment

ଜିଓ ଟିଭିର ରିପୋର୍ଟ ଅନୁଯାୟୀ, କରାଚି ବିଶ୍ୱବିଦ୍ୟାଳୟର କନଫ୍ୟୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଜଣେ ମହିଳା ରାସ୍ତା କଡ଼ରେ ଠିଆ  ହୋଇଥିବା ବେଳେ ଉକ୍ତ ବାଟ ଦେଇ ଯାଉଥିବା ଏକ ଭ୍ୟାନରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଭ୍ୟାନଟି ଛିନଛତ୍ର ହୋଇଯିବା ସହ ଏଥିରେ ନିଆଁ ଲାଗିଯାଇଥିଲା। ମୃତକଙ୍କ ମଧ୍ୟରେ ତିନିଜଣ ଚାଇନା ନାଗରିକ ଓ  ମହିଳା ଆତଙ୍କବାଦୀଜଣକ ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଥିଲା ।

ଏହା ଏକ ଆତ୍ମଘାତୀ ହମଲା ବୋଲି ସିସିଟିଭିରୁ ସ୍ପଷ୍ଟ ହୋଇଛି। ବିସ୍ଫୋରଣ ପାଇଁ ବାଲୁଚିସ୍ତାନ ଲିବେରେସନ ଆର୍ମି ନିଜକୁ ଦାୟୀ କରିଛି। ଚାଇନିଜ୍‌ ନାଗରିକଙ୍କୁ ଟାର୍ଗେଟ କରି ଏପରି ହମଲା କରାଯାଇଥିଲା। ପ୍ରଥମଥର ପାଇଁ ଜଣେ ମହିଳାଙ୍କ ଦ୍ୱାରା ସଂଗଠନ ନିଜର ମିଶନକୁ କାର୍ଯ୍ୟ କରିଥିବା ଏହାର ମୁଖପାତ୍ର କହିଛନ୍ତି।

Pakistan Terror Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe