Advertisment

ମହିଳା ଆତଙ୍କବାଦୀର ଆତ୍ମଘାତୀ ହମଲା, ଦେଖନ୍ତୁ ଭିଡିଓ

କରାଚି: ସିସିଟିଭିରେ କଏଦ ହୋଇଛି ମହିଳା ଆତଙ୍କବାଦୀର ଆତ୍ମଘାତୀ ହମଲାର ଦୃଶ୍ୟ। ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ହୋଇଥିବା ବିସ୍ଫୋରଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ୩ ଚାଇନିଜ ନାଗରିକଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ହମଲା କରିଥିବା ଆତଙ୍କବାଦୀ ଜଣଙ୍କ ମଧ୍ୟ ନିଜକୁ ଉଡ଼ାଇ ଦେଇଛି। ଜିଓ ଟିଭିର ରିପୋର୍ଟ ଅନୁଯାୟୀ, କରାଚି ବିଶ୍ୱବିଦ୍ୟାଳୟର କନଫ୍ୟୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନରେ ବିସ୍ଫୋରଣ ହୋଇଛି। ମୃତକଙ୍କ ମଧ୍ୟରେ ତିନିଜଣ […]

author-image
Hemant Lenka
ଅଦ୍ୟତନ ହୋଇଛି
ମହିଳା ଆତଙ୍କବାଦୀର ଆତ୍ମଘାତୀ ହମଲା, ଦେଖନ୍ତୁ ଭିଡିଓ

Blasr-pakistan

କରାଚି: ସିସିଟିଭିରେ କଏଦ ହୋଇଛି ମହିଳା ଆତଙ୍କବାଦୀର ଆତ୍ମଘାତୀ ହମଲାର ଦୃଶ୍ୟ। ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ହୋଇଥିବା ବିସ୍ଫୋରଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ୩ ଚାଇନିଜ ନାଗରିକଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ହମଲା କରିଥିବା ଆତଙ୍କବାଦୀ ଜଣଙ୍କ ମଧ୍ୟ ନିଜକୁ ଉଡ଼ାଇ ଦେଇଛି।

Advertisment

ଜିଓ ଟିଭିର ରିପୋର୍ଟ ଅନୁଯାୟୀ, କରାଚି ବିଶ୍ୱବିଦ୍ୟାଳୟର କନଫ୍ୟୁସିୟସ୍ ଇନଷ୍ଟିଚ୍ୟୁଟ୍ ନିକଟରେ ଏକ ଭ୍ୟାନରେ ବିସ୍ଫୋରଣ ହୋଇଛି। ମୃତକଙ୍କ ମଧ୍ୟରେ ତିନିଜଣ ଚାଇନା ନାଗରିକ ଅଛନ୍ତି। ଏହି ଆକ୍ରମଣ ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ରାସ୍ତା କଡ଼ରେ ଠିଆ ହୋଇଛନ୍ତି। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଭ୍ୟାନ ଗେଟ୍ ଭିତରକୁ ଆସୁଥିବା ବେଳେ ହଠାତ୍ ମହିଳା ଆତଙ୍କୀ ଜଣକ ବିସ୍ଫୋରଣ କରିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଭ୍ୟାନଟି ଛିନଛତ୍ର ହୋଇଯିବା ସହ ଏଥିରେ ନିଆଁ ଲାଗିଯାଇଥିଲା।

ପୁଲିସ୍‌ କହିଛି ଯେ ପ୍ରାଣ ହରାଇଥିବା ୩ ଚାଇନିଜ୍‌ଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ପ୍ରଥମେ ଗ୍ୟାସ ସିଲିଣ୍ଡର ଯୋଗୁ ବିସ୍ଫୋରଣ ହୋଇଛି ବୋଲି ଆଶଙ୍କା କରାଯାଉଥିଲା। ତେବେ ଏହା ଏକ ଆତ୍ମଘାତୀ ହମଲା ବୋଲି ସିସିଟିଭିରୁ ସ୍ପଷ୍ଟ ହୋଇଛି। ବିସ୍ଫୋରଣ ପାଇଁ ବାଲୁଚିସ୍ତାନ ଲିବେରେସନ ଆର୍ମି ନିଜକୁ ଦାୟୀ କରିଛି। ଚାଇନିଜ୍‌ ନାଗରିକଙ୍କୁ ଟାର୍ଗେଟ କରି ଏପରି ହମଲା କରାଯାଇଥିଲା। ପ୍ରଥମଥର ପାଇଁ ଜଣେ ମହିଳାଙ୍କ ଦ୍ୱାରା ସଂଗଠନ ନିଜର ମିଶନକୁ କାର୍ଯ୍ୟ କରିଥିବା ଏହାର ମୁଖପାତ୍ର କହିଛନ୍ତି।

Advertisment