ତେଲେଙ୍ଗାନା ଡାକ୍ତରଙ୍କୁ ଗଣଦୁର୍ଷ୍କମ ଓ ହତ୍ୟା: ନ୍ୟାୟ ପାଇଁ ବନ୍ଦ ହେଲା ମନ୍ଦିରର ଦ୍ୱାର

ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୨୦ ମିନିଟ୍‌ କାଳ ମନ୍ଦିରର ଦ୍ୱାରକୁ ବନ୍ଦ ରଖିଥିଲେ। ଏହି ସମୟରେ କୌଣସି ବି ଶ୍ରଦ୍ଧାଳଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ […]

w

Hemant Lenka
  • Published: Sunday, 01 December 2019
  • , Updated: 01 December 2019, 06:05 PM IST

ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୨୦ ମିନିଟ୍‌ କାଳ ମନ୍ଦିରର ଦ୍ୱାରକୁ ବନ୍ଦ ରଖିଥିଲେ।

ଏହି ସମୟରେ କୌଣସି ବି ଶ୍ରଦ୍ଧାଳଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ଦ୍ୱାର ବନ୍ଦ ରହିଥିବାରୁ ସମସ୍ତ ଶ୍ରଦ୍ଧାଳୁ ଏବଂ ମନ୍ଦିରର ପୂଜକ ବାହାରେ ଛିଡ଼ା ହୋଇ ‘ମହା ପ୍ରଦକ୍ଷୀଣମ’ କରିଥିଲେ। ଏହାର ଅର୍ଥ ସେମାନେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ।

[caption id="attachment_466709" align="aligncenter" width="969"] ଗିରଫ ୪ ଅଭିଯୁକ୍ତ[/caption]

ଏହାବାଦ ଆଜି ନ୍ୟାୟ ଦାବିରେ ତେଲେଙ୍ଗାନା ସମେତ ଦେଶର ଏକାଧିକ ସ୍ଥାନରେ ନ୍ୟାୟ ପାଇଁ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଶହଦନଗର ପୁଲିସ୍‌ ଷ୍ଟେସନ ନିକଟରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ କର୍ମଚାରୀଙ୍କ ଉପରକୁ ଚପଲ ମାଡ଼ କରିଥିଲେ। ଏଥିପାଇଁ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା।

ବିକ୍ଷୋଭକାରୀମାନେ ଗିରଫ ଅଭିଯୁକ୍ତଙ୍କୁ ସର୍ବସାଧାରଣେ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ଲୋକେ ଏହାର ବିଚାର କରିବେ ବୋଲି ଦାବି କରିଥିଲେ।
ଗୁରୁବାର ରଙ୍ଗାରେଡ୍ଡୀ ଜିଲ୍ଲାରୁ ୨୭ ବର୍ଷୀୟ ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ଗଣଦୁର୍ଷ୍କମ କରିବା ପରେ ତାଙ୍କୁ ପୋଡ଼ି ହତ୍ୟା କରିଥିଲେ।  ପୁଲିସ୍‌ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story