ଅସହାୟ ଆହାନା: କାନ୍ଦିଲେ ଲୁହ ବଦଳରେ ଆଖିରୁ ବାହାରୁଛି ରକ୍ତ

ଆଖିରୁ ଲୁହ ଝରେ। କିନ୍ତୁ ଝରୁଛି ରକ୍ତର ଲୁହ। କଥାଟି ଶୁଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ଏମିତି ହିଁ ଘଟିଛି ହାଇଦ୍ରାବଦରେ ରହୁଥିବା ୩ ବର୍ଷର ଝିଅ ଆହାନାର। ଏହି କୁନି ଝିଅର ଆଖିରୁ ଝରୁଛି ରକ୍ତର ଲୁହ। ଡାକ୍ତର କହନ୍ତି, ପିଲାମାନେ କାନ୍ଦିବା କିଛି ଖରାପ ନୁହେଁ। ଏହା ମଧ୍ୟ ସେମାନଙ୍କ ପାଇଁ ଜରୁରି ଓ ଶୈଶବର ଏକ ଅଂଶ। କିନ୍ତୁ କୁନିଝିଅ ଆହାନା ପାଇଁ କାନ୍ଦ ହିଁ ପାଲଟିଛି ବିପଦ। ଆହାନାର ଏ […]

bbb

Rakesh Mallick
  • Published: Saturday, 08 July 2017
  • , Updated: 08 July 2017, 03:24 PM IST

ଆଖିରୁ ଲୁହ ଝରେ। କିନ୍ତୁ ଝରୁଛି ରକ୍ତର ଲୁହ। କଥାଟି ଶୁଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ ଏମିତି ହିଁ ଘଟିଛି ହାଇଦ୍ରାବଦରେ ରହୁଥିବା ୩ ବର୍ଷର ଝିଅ ଆହାନାର। ଏହି କୁନି ଝିଅର ଆଖିରୁ ଝରୁଛି ରକ୍ତର ଲୁହ। ଡାକ୍ତର କହନ୍ତି, ପିଲାମାନେ କାନ୍ଦିବା କିଛି ଖରାପ ନୁହେଁ। ଏହା ମଧ୍ୟ ସେମାନଙ୍କ ପାଇଁ ଜରୁରି ଓ ଶୈଶବର ଏକ ଅଂଶ। କିନ୍ତୁ କୁନିଝିଅ ଆହାନା ପାଇଁ କାନ୍ଦ ହିଁ ପାଲଟିଛି ବିପଦ।

ଆହାନାର ଏ ରୋଗ ବିଷୟରେ ତା ବାପା ମାଆ ଡାକ୍ତରଙ୍କ ପରାମର୍ଶ ନେବା ଜାରି ରଖିଛନ୍ତି। ଡାକ୍ତରଙ୍କ କହିବା କଥା ଚିକିତ୍ସା ହେଲେ ହୁଏତ ଆହାନା ଆଖିରୁ ଆଉ ରକ୍ତ ଝରିବ ନାହିଁ। କିନ୍ତୁ ଏ ରୋଗ ସମ୍ପୂର୍ଣ୍ଣ ସୁସ୍ଥ ହେବ ବୋଲି କହିବା ସମ୍ଭବ ନୁହେଁ ।

ଡକ୍ଟର  ସିରିଷ କହିଛନ୍ତି- “ଆହାନାକୁ ହେମାଟୋଡ୍ରୋସିସ୍ ନାମକ ଏକ ମାରାତ୍ମକ ରୋଗ ହୋଇଛି। ଏହି ରୋଗରେ ବ୍ୟକ୍ତିର ଝାଳ ଓ ଲୁହରୁ ରକ୍ତ ବାହାରିଥାଏ। ଏହି ରୋଗର ଚିକିତ୍ସା କଲେ ରକ୍ତ ବାହାରିବା ହୁଏତ କମିଯିବ।”

ଆହାନାଙ୍କ ପିତା ମୋହମଦ ଅଫଜଲ କହିଛନ୍ତି- “ଚିକିତ୍ସା ସଂପର୍କରେ ଡାକ୍ତର ଖୋଲାଖୋଲି କିଛି କହୁନାହାଁନ୍ତି। ମୋ ଝିଅର ଚିକିତ୍ସା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ଆହାନା ଆଖିରୁ ସପ୍ତାହକୁ ୫ଥର ରକ୍ତ ବାହାରିଥାଏ। ଏହାପରେ ସେ ବେହୋସ ହୋଇଯାଇଥାଏ।”

ଆର୍ଥିକ ସମସ୍ୟା ଥିବାରୁ, ଆହାନାର ପରିବାର ଲୋକ ତା ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ। ଆହାନାର ଚିକିତ୍ସାରେ ସାହାଯ୍ୟ କରିବା ପାଇଁ କିଛି ସଂଗଠନ ହାତ ବଢ଼ାଇଛନ୍ତି।

ସୌଜନ୍ୟ- ଆଜତକ୍

Related story