କରୋନା ଆକ୍ରାନ୍ତ ସ୍ୱାମୀଙ୍କୁ ଟୁଇଟ୍ କରି ଖୋଜିଲେ ସ୍ତ୍ରୀ

ହାଇଦ୍ରାବାଦ: ଜଣେ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପରେ ତାଙ୍କର ସ୍ତ୍ରୀ ତାଙ୍କୁ ପାଉନଥିବା ଅଭିଯୋଗ କରିଛନ୍ତି। ଏ ନେଇ ମହିଳା ଜଣଙ୍କ ଟୁଇଟ୍ କରି କହିଥିଲେ। ହସ୍ପିଟାଲ କତ୍ତୃପକ୍ଷ ମଧ୍ୟ ମହିଳାଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ବୁଧବାର ରାତିରେ ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାମୀଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଏଥିସହ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଯାଇଛି। ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳାଙ୍କ ସ୍ୱାମୀ। […]

Coronavirus

Subhransu Sekhar
  • Published: Friday, 22 May 2020
  • , Updated: 22 May 2020, 06:00 PM IST

ହାଇଦ୍ରାବାଦ: ଜଣେ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପରେ ତାଙ୍କର ସ୍ତ୍ରୀ ତାଙ୍କୁ ପାଉନଥିବା ଅଭିଯୋଗ କରିଛନ୍ତି। ଏ ନେଇ ମହିଳା ଜଣଙ୍କ ଟୁଇଟ୍ କରି କହିଥିଲେ। ହସ୍ପିଟାଲ କତ୍ତୃପକ୍ଷ ମଧ୍ୟ ମହିଳାଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ବୁଧବାର ରାତିରେ ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାମୀଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଏଥିସହ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଯାଇଛି। ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମହିଳାଙ୍କ ସ୍ୱାମୀ।

ବୁଧବାର ରାତିରେ ହାଇଦ୍ରାବାଦ ସ୍ଥିତ ବନସ୍ତଲିପୁରମର ଅଲମପାଲ୍ଲି ମାଧବୀ ନାମକ ଜଣକ ମହିଳା ଟୁଇଟ୍ କରି ଲେଖିଥିଲେ, ସେ ତାଙ୍କର ୪୧ ବର୍ଷୀୟ ସ୍ୱାମୀ ମଧୁସୂଦନଙ୍କୁ ପାଉ ନାହାନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ମାଧବୀ ଏଭଳି ଟୁଇଟ କରିବାର କିଛି ସମୟ ପରେ ସେ ତାଙ୍କ ଟୁଇଟ୍ ଆକାଉଣ୍ଟ ଡିଲିଟ୍ କରି ଦେଇଥିଲେ।

ଜବାବରେ ହସ୍ପିଟାଲର ଡାକ୍ତର ଡକ୍ଚର ରାଜା ରାଓ କହିଛନ୍ତି, ମଧୂସୂଦନ ୩୦.୪.୨୦୨୦ ସଂଧ୍ୟା ୭ଟା ୪୫ ମିନିଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ କରୋନା ସହିତ ନିମୋନିଆରେ ମଧ୍ୟ ଆକ୍ରାନ୍ତ ଥିବାରୁ ଗୁରୁତର ଥିଲେ। ମେ 1 ସଂଧ୍ୟା ୬ଟା ୩ ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା।

ନିୟମ ଅନୁଯାୟୀ ମୃତକଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଅବଗତ କରାଯାଇଥିଲା। ମୃତକଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ହେଲେ ପରିବାର ଲୋକେ ନଆସିବାରୁ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନ (ଜିଏଚଏମସି) ମଧୂସୂଦନଙ୍କର ଅନ୍ତିମ ସଂସ୍କାର କରିଛି।

Related story