‘ଭାରତ ବିଭାଜନ ହୋଇଥିବାରୁ ମୁଁ ଖୁସି’

ନୂଆଦିଲ୍ଲୀ: ଯଦି ଭାରତ ବିଭାଜନ ହୋଇନଥାନ୍ତା ତା’ହେଲେ ମୁସଲିମ୍ ଲିଗ୍ ଦେଶ ଚଳାଇ ଦେଇନଥାନ୍ତା। ଏବେ ଦେଶରେ ଆହୁରି ‘ଡାଇରେକ୍ଟ ଆକ୍ସନ ଡେ’ ଦେଖିବାକୁ ମିଳିଥାନ୍ତା। ରବିବାର କଂଗ୍ରେସ ନେତା କେ ନଟଓ୍ୱର ସିଂହ ଏହା କହିଛନ୍ତି। “ଭାରତ ଏବଂ ପାକିସ୍ତାନ ବିଭାଜନ ହୋଇଥିବାରୁ ବ୍ୟକ୍ତିଗତ ଭାବରେ ମୁଁ ଖୁସି। ଯଦି ଭାରତ ବିଭାଜନ ହୋଇନଥାନ୍ତା ତାହେଲେ ଡାଇରେକ୍ଟ ଆକ୍ସନ ଡେ ଏବେ ଅଧିକ ଦେଖିବାକୁ ମିଳିଥାନ୍ତା। ଅଗଷ୍ଟ ୧୬, ୧୯୪୬ରେ ମହମ୍ମଦ ଅଲ୍ଲୀ ଜିନ୍ନା ଡାଇରେକ୍ଟ […]

natwar_singh

natwar_singh

Subhransu Sekhar
  • Published: Monday, 10 February 2020
  • Updated: 10 February 2020, 05:25 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଭାରତ ବିଭାଜନ ହୋଇନଥାନ୍ତା ତା’ହେଲେ ମୁସଲିମ୍ ଲିଗ୍ ଦେଶ ଚଳାଇ ଦେଇନଥାନ୍ତା। ଏବେ ଦେଶରେ ଆହୁରି ‘ଡାଇରେକ୍ଟ ଆକ୍ସନ ଡେ’ ଦେଖିବାକୁ ମିଳିଥାନ୍ତା। ରବିବାର କଂଗ୍ରେସ ନେତା କେ ନଟଓ୍ୱର ସିଂହ ଏହା କହିଛନ୍ତି।

“ଭାରତ ଏବଂ ପାକିସ୍ତାନ ବିଭାଜନ ହୋଇଥିବାରୁ ବ୍ୟକ୍ତିଗତ ଭାବରେ ମୁଁ ଖୁସି। ଯଦି ଭାରତ ବିଭାଜନ ହୋଇନଥାନ୍ତା ତାହେଲେ ଡାଇରେକ୍ଟ ଆକ୍ସନ ଡେ ଏବେ ଅଧିକ ଦେଖିବାକୁ ମିଳିଥାନ୍ତା। ଅଗଷ୍ଟ ୧୬, ୧୯୪୬ରେ ମହମ୍ମଦ ଅଲ୍ଲୀ ଜିନ୍ନା ଡାଇରେକ୍ଟ ଆକ୍ସନ ଡେ ପାଇଁ ଡାକରା ଦେଇଥିଲେ। ଫଳରେ କୋଲକାତାରେ ହଜାର ହଜାର ହିନ୍ଦୁ ସମୁଦାୟ ହତ୍ୟାର ଶିକାର ହୋଇଥିଲେ। ଏହାର ଜବାବରେ ବିହାରରେ ମଧ୍ୟ ହଜାର ହଜାର ମୁସଲମାନ ହତ୍ୟାର ଶିକାର ହୋଇଥିଲେ। ଯଦି ବିଭାଜନ ହୋଇନଥାନ୍ତା ତାହେଲେ ଦେଶକୁ ମୁସଲିମ ଲିଗ୍ ଚଳାଇ ଦେଇନଥାନ୍ତା।”

ଦେଶ ବିଭାଜନ ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ଅଗଷ୍ଟ ୧୬, ୧୯୪୬ରେ ଆହ୍ୱାନ କରିଥିଲେ। ସେତେବେଳେ ଗୋରାମାନେ ଭାରତକୁ ଶାସନ କରୁଥିଲେ। ଜିନ୍ନାଙ୍କ ଏଭଳି ଡାକରା ସେତେବେଳେ କୋଲକାତାରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିଥିଲା।

ମୁସଲିମ ଲିଗ୍ ଦେଶକୁ ଚଳାଇଦେଇ ନଥାନ୍ତେର ଉଦାହରଣ ଦେବାକୁ ଯାଇ ନଟଓ୍ୱର ସିଂହ କହିଥିଲେ, ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ସେପ୍ଟେମ୍ୱର ୨, ୧୯୪୬ରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଢ଼ାଯାଇଥିଲା।

ମୁସଲିମ୍ ଲିଗ କିନ୍ତୁ ଏହାକୁ ପ୍ରଥମେ ସମର୍ଥନ କରିନଥିଲା। କ୍ୟାବିନେଟ କାଉନସିଲର ଉପସଭାପତି ଭାବରେ ଜବାହରଲାଲ ନେହରୁ ଆହ୍ୱାନ କରିବା ପରେ ମୁସଲିମ୍ ଲିଗ ସାମିଲ୍ ହୋଇଥିଲା। ହେଲେ ଏହା ପରେ କ୍ୟାବିନେଟର ସମସ୍ତ ପ୍ରସ୍ତାବକୁ ଖାରଜ କରିଥିଲା ମୁସଲିମ୍ ଲିଗ୍। ତେଣୁ ଭାରତ ଯଦି ଆଜି ବିଭାଜିତ ହୋଇନଥାନ୍ତା ତା’ହେଲେ ମୁସଲିମ୍ ଲିଗ୍ ଦେଶ ଚଳାଇବାରେ ବାଧା ସୃଷ୍ଟି କରିଥାନ୍ତା। ଏମିତିକି ସରକାର ବହୁତ ଦୁର୍ବଳ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି।

ନଟଓ୍ୱର ସିଂହ ମହାତ୍ମା ଗାନ୍ଧିଙ୍କୁ ଜଣେ ମହାନ ବ୍ୟକ୍ତି ବୋଲି କହିଥିବା ବେଳେ ଜିନ୍ନାଙ୍କୁ ଜଣେ ଜଟିଳ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି। ରାଜ୍ୟସଭା ସାଂସଦ ଏମଜେ ଆକବରଙ୍କ ନୂଆ ବହି ‘ଗାନ୍ଧିଜୀ’ସ ହିନ୍ଦୁଇଜିମ: ଦ ଷ୍ଟ୍ରଗଲ ଏଗନେଷ୍ଟ ଜିନ୍ନା’ସ ଇସଲାମ’ ଲୋକାର୍ପଣ ଅବସରରେ ନଟଓ୍ୱର ସିଂହ ଏହା କହିଛନ୍ତି। ଗତକାଲି ଏହି ପୁସ୍ତକକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲୋକାର୍ପଣ କରିଥିଲେ। ଏମଜେ ଆକବର ମଧ୍ୟ ଭାରତ ପାକିସ୍ତାନ ବିଭାଜନକୁ ଏହି ଅବସରରେ ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story