ମୁଁ ‘ଗରିବ ଜାତି’ରୁ ଆସିଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ ବିରୋଧୀମାନଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ସେ ନିଜେ। ମୋଦି କହିଛନ୍ତି, ସେ ଗରିବଙ୍କ ଜାତିରୁ ଆସିଛନ୍ତି। ସେ ଏହି ଅବସରରେ ୧୯୮୪ ଶିଖ୍‌ ଦଙ୍ଗାକୁ ନେଇ କଂଗ୍ରେସ ନେତା ସାମ୍‌ ପିଟ୍ରୋଡ଼ାଙ୍କ ‘ହୁଆ ତୋ ହୁଆ’ ମନ୍ତବ୍ୟକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ମୋଦିଙ୍କ ଭାଷଣରେ ଆଜି ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ମୋଦି କହିଛନ୍ତି, ଏସ୍‌ପି-ବିଏସ୍‌ପି ଉତ୍ତରପ୍ରଦେଶକୁ ଧ୍ୱଂସ କରିଛନ୍ତି ଏବଂ […]

modi clean cheat

Subrat Kumar Nayak
  • Published: Saturday, 11 May 2019
  • , Updated: 11 May 2019, 07:57 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ ବିରୋଧୀମାନଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ସେ ନିଜେ। ମୋଦି କହିଛନ୍ତି, ସେ ଗରିବଙ୍କ ଜାତିରୁ ଆସିଛନ୍ତି। ସେ ଏହି ଅବସରରେ ୧୯୮୪ ଶିଖ୍‌ ଦଙ୍ଗାକୁ ନେଇ କଂଗ୍ରେସ ନେତା ସାମ୍‌ ପିଟ୍ରୋଡ଼ାଙ୍କ ‘ହୁଆ ତୋ ହୁଆ’ ମନ୍ତବ୍ୟକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ମୋଦିଙ୍କ ଭାଷଣରେ ଆଜି ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା।

ମୋଦି କହିଛନ୍ତି, ଏସ୍‌ପି-ବିଏସ୍‌ପି ଉତ୍ତରପ୍ରଦେଶକୁ ଧ୍ୱଂସ କରିଛନ୍ତି ଏବଂ ଏବେ ନିଜକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ସେମାନେ ଏବେ ମୋ ଜାତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ମୋଦିଙ୍କୁ 'ଫେକ୍‌ ଓବିସି ନେତା' କହିବା ପରେ ମୋଦି ଏହାର ଜବାବ ରଖିଛନ୍ତି।

ମୋଦି କହିଛନ୍ତି, ମୁଁ ସେମାନଙ୍କୁ କହିଦେବାକୁ ଚାହେଁ ମୋଦି କେବଳ ଗୋଟିଏ ଜାତିର। ଗରିବଙ୍କର ଯେଉଁ ଜାତି ମୋର ସେହି ଜାତି।

ମୋଦି ଏହି ଅବସରରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ୨୧ ବର୍ଷ ତଳେ ସଫଳ ଭାବେ କରାଯାଇଥିବା‘ପୋଖରାନ୍‌ ପରୀକ୍ଷଣ’ ବାବଦରେ ମଧ୍ୟ କହିଥିଲେ।

Related story