ଭାରତୀୟ ବାୟୁସେନା ମୁଖ୍ୟଙ୍କ ଉପସ୍ଥିତିରେ ମିଲିଟାରୀ ବେସ୍‌ରେ ଚାଲିଲା ଗୁଳି, ୩ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍‌ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି। ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍‌ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍‌ କନଫରେନ୍ସ (ପିଏସିଏସ୍‌-୨୦୧୯)ରେ ଯୋଗଦେବାକୁ […]

c

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 10:57 AM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍‌ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି।

ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍‌ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍‌ କନଫରେନ୍ସ (ପିଏସିଏସ୍‌-୨୦୧୯)ରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ସେ ଓ ତାଙ୍କ ଟିମ୍‌ ଆମେରିକା ମିଲିଟାରୀ ବେସ୍‌ ଯାଇ ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଥିଲେ।

ଏହି ସମୟରେ ଆମେରିକା ନୌସେନାର ଜଣେ ନାବିକ ହଠାତ୍‌ ସେଠାରେ ଉପସ୍ଥିତ ୩ ଜଣଙ୍କ ଉପରକୁ ଗୁଳି କରିଥିଲେ। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସମୟ ୨.୩୦ରେ ଏହା ଘଟିଛି। ସୁରକ୍ଷା ଦୃଷ୍ଟିରୁ ମିଲିଟାରୀ ବେସ୍‌କୁ ବନ୍ଦ ରଖାଯାଇଛି।

Related story