ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ଯାଇଥିବା ବାୟୁସେନା ହେଲିକପ୍ଟର କ୍ରାସ, ୩ ମୃତ ଦେହ ଉଦ୍ଧାର

ଗୌଆହାଟି: ଜୀବନ ଉଦ୍ଧାର ପାଇଁ ଯାଇଥିବା ଯବାନଙ୍କ ଚାଲିଗଲା ଜୀବନ। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ଘଟିଥିବା ବାୟୁସେନା  ହେଲିକପ୍ଟର କ୍ରାସ ଘଟଣାରେ ଆଜି ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ମୃତକଙ୍କ ମଧ୍ୟରେ ପାଇଲଟ ଅଛନ୍ତି। ସୂଚନା ଅନୁଯାୟୀ ଗତ କିଛି ଦିନତଳେ ଅରୁଣାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ଆସିଥିଲା। ହଜାର ହଜାର ଲୋକ ବନ୍ୟାରେ ଫସିଯାଇଥିଲେ। ବିପନ୍ନଙ୍କୁ ଉଦ୍ଧାର ପାଇଁ ବାୟୁସେନାର ସହାୟତା […]

air

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 10:28 PM IST

ଗୌଆହାଟି: ଜୀବନ ଉଦ୍ଧାର ପାଇଁ ଯାଇଥିବା ଯବାନଙ୍କ ଚାଲିଗଲା ଜୀବନ। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ଘଟିଥିବା ବାୟୁସେନା  ହେଲିକପ୍ଟର କ୍ରାସ ଘଟଣାରେ ଆଜି ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ମୃତକଙ୍କ ମଧ୍ୟରେ ପାଇଲଟ ଅଛନ୍ତି। ସୂଚନା ଅନୁଯାୟୀ ଗତ କିଛି ଦିନତଳେ ଅରୁଣାଚଳ ପ୍ରଦେଶରେ ଭୟଙ୍କର ବନ୍ୟା ଆସିଥିଲା। ହଜାର ହଜାର ଲୋକ ବନ୍ୟାରେ ଫସିଯାଇଥିଲେ। ବିପନ୍ନଙ୍କୁ ଉଦ୍ଧାର ପାଇଁ ବାୟୁସେନାର ସହାୟତା ନିଆଯାଇଥିଲା। ସେହି ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୩ଟା ୪୮ ମିନିଟରେ ପିଲପୁଟ ହେଲିପ୍ୟାଡରୁ  ବାୟୁସେନା  ହେଲିକପ୍ଟର ଉଡ଼ାଣ ଆରମ୍ଭ କରିଥିଲା।

ତେବେ କିଛି ସମୟ ପରେ ଏହି ବାୟୁସେନା  ହେଲିକପ୍ଟର ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଏହା ପରେ ବାୟୁସେନା  ହେଲିକପ୍ଟରଟି କ୍ରାସ୍‌ କରିଯାଇଥିବା ଖବର ଆସିଥିଲା। ଖରାପ ପାଗ ଯୋଗୁ ଭାରସାମ୍ୟ ହରାଇ ହେଲିକପ୍ଟରଟି କ୍ରାସ୍‌ କରିଯାଇଥିବା କୁହାଯାଉଛି। ତେବେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ବାୟୁ ସେନା ପକ୍ଷରୁ ୧୬୯ ଜଣ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସୌଜନ୍ୟ:ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

Related story