ଧରାପଡ଼ିବା ପୂର୍ବରୁ ଲଢ଼େଇ କରିଥିଲେ ପାଇଲଟ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ଗୁଳି କରି ଖାସାଇଥିବା ମିଗ୍‌-୨୧ର ଭାରତୀୟ ପାଇଲଟ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ଇସ୍‌ଲାମାବାଦ ସେନା କବଜାକୁ ଚାଲି ଯାଇଛନ୍ତି। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ସେ କେମିତି ସୁରକ୍ଷିତ ସ୍ୱଦେଶ ଫେରିବେ, ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ହେଲେ ଇତି ମଧ୍ୟରେ ପାଇଲଟ୍‌ ଅଭିନନ୍ଦନ ପାକ୍‌ ସେନା ହାତରେ ଧରିବା ପୂର୍ବରୁ କେମିତି ଲଢ଼େଇ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି। ପାକ୍‌ ଗଣମାଧ୍ୟମ ଡନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, […]

y

Hemant Lenka
  • Published: Thursday, 28 February 2019
  • , Updated: 28 February 2019, 04:47 PM IST

ନୂଆଦିଲ୍ଲୀ: ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ଗୁଳି କରି ଖାସାଇଥିବା ମିଗ୍‌-୨୧ର ଭାରତୀୟ ପାଇଲଟ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ଇସ୍‌ଲାମାବାଦ ସେନା କବଜାକୁ ଚାଲି ଯାଇଛନ୍ତି। ସେଠାରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ସେ କେମିତି ସୁରକ୍ଷିତ ସ୍ୱଦେଶ ଫେରିବେ, ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ହେଲେ ଇତି ମଧ୍ୟରେ ପାଇଲଟ୍‌ ଅଭିନନ୍ଦନ ପାକ୍‌ ସେନା ହାତରେ ଧରିବା ପୂର୍ବରୁ କେମିତି ଲଢ଼େଇ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି।

ପାକ୍‌ ଗଣମାଧ୍ୟମ ଡନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନ ସୀମାରେ ଥିଲେ ହେଁ ପାଇଲଟ୍‌ ଅଭିନନ୍ଦନଙ୍କ ଚେହେରାରେ ଭୟ ନଥିଲା। ସେ ଜଣେ ବୀରଙ୍କ ଭଳି ସମସ୍ତଙ୍କ ଆଗରେ ଛିଡ଼ା ହୋଇଥିଲେ। ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ ସତ କିନ୍ତୁ ସେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ।

ପିଓକେରେ ଖସି ପଡ଼ିବା ପରେ ପାଇଲଟଙ୍କୁ ପ୍ରଥମେ ସ୍ଥାନୀୟ ଯୁବକମାନେ ଘେରି ଯାଇଥିଲେ। ଯୁବକମାନେ ପ୍ରଥମେ ଅଭିନନ୍ଦନ ପାକିସ୍ତାନ ନା ଭାରତର ବୋଲି ଜାଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଯୁବକ ଅଭିନନ୍ଦନ ଭାରତର ବୋଲି ଚିତ୍କାର କରିଥିଲେ। ଆହତ ଅଭିନନ୍ଦନ କହିଥିଲେ, "ମୋ ଅଣ୍ଟାରେ ମାଡ଼ ହୋଇଛି ଏବଂ ମୁଁ ପାଣି ପିଇବାକୁ ଚାହେଁ।" କିନ୍ତୁ ସ୍ଥାନୀୟ ଯୁବକମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅଭିନନ୍ଦନ ନିଜ ପାଖରେ ରଖିଥିବା ପିସ୍ତଲ ଦେଖାଇ ଘଟଣାସ୍ଥଳରୁ ଅଧ କିମି ଦୌଡ଼ି ଥିଲେ।

ହେଲେ ଯୁବକମାନେ ତାଙ୍କୁ ଟେକା ମାରିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯୁବକମାନେ ଟେକା ମାଡ଼ କରିବାରୁ ଅଭିନନ୍ଦନ ଫାଙ୍କା ଗୁଳି ଚଳାଇଥିଲେ। ତେବେ ଶେଷରେ ଅଭିନନ୍ଦନ ଏକ ଛୋଟ ପୋଖରୀକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ବୁଦ୍ଧି ଖର୍ଚ୍ଚ କରି ଅଭିନନ୍ଦନ ନିଜ ପାଖରେ ରଖିଥିବା କିଛି ଗୋପନୀୟ ମ୍ୟାପ୍‌ ଓ କାଗଜକୁ ପାଣିରେ ନଷ୍ଟ କରି ଦେଇଥିଲେ। ଯୁବକମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ପାକ୍‌ ସେନା ସେଠାରେ ପହଞ୍ଚିଥିଲା ଏବଂ ତାଙ୍କୁ ଲୋକଙ୍କ ଆକ୍ରମଣରୁ ରକ୍ଷା କରିଥିଲା।

Related story