ନିରବଚ୍ଛିନ୍ନ ସେବା ଯୋଗାଇବାକୁ ଟିଭି, କେବୁଲ ଅପରେଟରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶ ଏବେ ଲକଡାଉନ୍ ରହିଛି। ଲୋକମାନେ ଘରେ ରହିଛନ୍ତି। ଏଭଳି ସ୍ଥିତିରେ କେବୁଲ ଅପରେଟର, ଡିଟିଏଚ, ଟିଭି ସଂସ୍ଥାମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ଗ୍ରାହକମାନେ ମାନେ ଯେଉଁ ଚ୍ୟାନେଲଗୁଡିକୁ ସବସ୍କ୍ରାଇବ କରିଛନ୍ତି ସେହି ଚ୍ୟାନେଲମାନଙ୍କୁ ନିରବଚ୍ଛିନ୍ନ ଭାବରେ ଦେଖାଇବା ପାଇଁ ସମସ୍ତ ପଦକ୍ଷେପ ନେବା ଦରକାର’। ନିକଟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କେବୁଲ ଅପରେଟର ଓ ଡିଟିଏଚ ସେବା ପ୍ରଦାନକାରୀଙ୍କୁ ଜରୁରୀ ସେବା […]

GST-cable

Subhransu Sekhar
  • Published: Monday, 13 April 2020
  • , Updated: 13 April 2020, 11:17 AM IST

ନୂଆଦିଲ୍ଲୀ: ଦେଶ ଏବେ ଲକଡାଉନ୍ ରହିଛି। ଲୋକମାନେ ଘରେ ରହିଛନ୍ତି। ଏଭଳି ସ୍ଥିତିରେ କେବୁଲ ଅପରେଟର, ଡିଟିଏଚ, ଟିଭି ସଂସ୍ଥାମାନଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ନିର୍ଦ୍ଦେଶାଳୟ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ଗ୍ରାହକମାନେ ମାନେ ଯେଉଁ ଚ୍ୟାନେଲଗୁଡିକୁ ସବସ୍କ୍ରାଇବ କରିଛନ୍ତି ସେହି ଚ୍ୟାନେଲମାନଙ୍କୁ ନିରବଚ୍ଛିନ୍ନ ଭାବରେ ଦେଖାଇବା ପାଇଁ ସମସ୍ତ ପଦକ୍ଷେପ ନେବା ଦରକାର’।

ନିକଟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କେବୁଲ ଅପରେଟର ଓ ଡିଟିଏଚ ସେବା ପ୍ରଦାନକାରୀଙ୍କୁ ଜରୁରୀ ସେବା ତାଲିକାରେ ସାମିଲ୍ କରିଛନ୍ତି। ସରକାର ଏଭଲି ଗାଇଡଲାଇନ୍ ଜାରି କରିବାର ଉଦ୍ଦେଶ୍ୟ ହେଲା, ଲୋକମାନେ ଏବେ ଘରେ ରହିଛନ୍ତି। ଅନେକ କେବୁଲ ବା ଡିଟିଏଚ ରିଚାର୍ଜ କରିବାରେ ସକ୍ଷମ ହୋଇନପାରନ୍ତି। ତେଣୁ ଏବେ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି।

Related story