ଧୋନିଙ୍କୁ ସମାଲୋଚନା କଲେ ପାକ୍ ମନ୍ତ୍ରୀ, କହିଲେ ଏମିତି କଥା

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ ଭାରତୀୟ ଗଣାମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଧୋନି ଇଂଲଣ୍ଡରେ କ୍ରିକେଟ୍ ଖେଳିବାକୁ ଯାଇଛନ୍ତି, କୌଣସି ମହାଭାରତ ଯୁଦ୍ଧ ପାଇଁ ଯାଇନାହାନ୍ତି। ଏବେ […]

FAWAD

Hemant Lenka
  • Published: Friday, 07 June 2019
  • , Updated: 07 June 2019, 06:11 PM IST

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ ଭାରତୀୟ ଗଣାମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, "ଧୋନି ଇଂଲଣ୍ଡରେ କ୍ରିକେଟ୍ ଖେଳିବାକୁ ଯାଇଛନ୍ତି, କୌଣସି ମହାଭାରତ ଯୁଦ୍ଧ ପାଇଁ ଯାଇନାହାନ୍ତି। ଏବେ ଭାରତୀୟ ଗଣମାଧ୍ୟମରେ ଏକ ମୁର୍ଖତାପୂର୍ଣ୍ଣ ଚର୍ଚ୍ଚା ଚାଲିଛି। ଭାରତୀୟ ମିଡିଆର ଏକ ବିଭାଗ ଏହି ଯୁଦ୍ଧରେ ଏତେ ପ୍ରଭାବିତ ହୋଇଛି ଯେ, ସେମାନଙ୍କୁ ସିରିୟା, ଆଫଗାନିସ୍ତାନ ଓ ରୱାଣ୍ଡା ପଠାଇ ଦେବା ଦରକାର।"

ତେବେ ଫୱାଦଙ୍କ ଏହି ଟ୍ୱିଟ୍ ପରେ ଜଣେ ୟୁଜର ଓ ବରିଷ୍ଠ ସାମ୍ବାଦିକ ପ୍ରତିକ୍ରିୟା ଦେଇ କହିଛନ୍ତି, " ପାକିସ୍ତାନ ଟିମ୍ ଗ୍ରାଉଣ୍ଡରେ ନମାଜ ପାଠ କରୁଛନ୍ତି। ଆଇସିସି ନିୟମାବଳୀ ଅନୁଯାୟୀ, ଗ୍ରାଉଣ୍ଡରେ ଧାର୍ମିକ ପ୍ରଥା ସମ୍ବନ୍ଧିତ କୌଣସି କାର୍ଯ୍ୟକଳାପ ପାଇଁ ଅନୁମତି ନାହିଁ। ଧୋନି କେବଳ ନିଜ କିପିଙ୍ଗ୍ ଗ୍ଲୋଭସରେ ବଳିଦାନ ବ୍ୟାଜ୍ ଲଗାଇଛନ୍ତି। ଧୋନି ଆର୍ମିରେ ଲ୍ୟୁଟେନାଣ୍ଟ କର୍ନେଲ୍ ଅଛନ୍ତି। ତେଣୁ ବକବାସ ବନ୍ଦ କର ଫୱାଦ।" ଏଥିସହ ଭାରତୀୟ ପ୍ରଶଂସକ ମଧ୍ୟ ଫୱାଦଙ୍କ ଟ୍ଵିଟର କଡ଼ା ସମାଲୋଚନା କରିଛନ୍ତି।

Related story