ହାଇଡ୍ରକ୍ସିକ୍ଲୋରୋକୁଇନ୍‌କୁ ନେଇ ବଡ଼ ତଥ୍ୟ ଦେଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ ଉଚିତ ତା’କୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍‌-୧୯ର ମୁକାବିଲା ପାଇଁ ରେମଡେସିଭିର୍ ନା ହାଇଡ୍ରକ୍ସିକ୍ଲୋରୋକୁଇନ୍ ଠିକ୍‌ ହେବ ତାହା ମଧ୍ୟ ବିତର୍କରେ ରହିଛି। ଏବେ ମଧ୍ୟ ଏହାକୁ ନେଇ ଗବେଷଣା ଜାରି ରହିଛି ବୋଲି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଏହାର ସଫଳତା ନେଇ ଆଶା ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ପରୀକ୍ଷା ନୀରିକ୍ଷା ଚାଲିଛି, […]

ICMR

Subrat Kumar Nayak
  • Published: Saturday, 18 April 2020
  • , Updated: 18 April 2020, 10:10 PM IST

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ ଉଚିତ ତା’କୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍‌-୧୯ର ମୁକାବିଲା ପାଇଁ ରେମଡେସିଭିର୍ ନା ହାଇଡ୍ରକ୍ସିକ୍ଲୋରୋକୁଇନ୍ ଠିକ୍‌ ହେବ ତାହା ମଧ୍ୟ ବିତର୍କରେ ରହିଛି। ଏବେ ମଧ୍ୟ ଏହାକୁ ନେଇ ଗବେଷଣା ଜାରି ରହିଛି ବୋଲି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଏହାର ସଫଳତା ନେଇ ଆଶା ବୃଦ୍ଧି ପାଇଛି।

ତେବେ ବର୍ତ୍ତମାନ ପରୀକ୍ଷା ନୀରିକ୍ଷା ଚାଲିଛି, ଆଶା କରାଯାଉଛି ଭଲ କାମ କରିବ ବୋଲି ଗଙ୍ଗାଖେଡକର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହାଇଡ୍ରକ୍ସିକ୍ଲୋରୋକୁଇନ ପାଇଁ ଆମେ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଯେଉଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହା ଦିଆଯାଇଥିଲା, ସେମାନଙ୍କ ଠାରୁ ତଥ୍ୟ ଆଣୁଛୁ। ତେବେ ହାଇଡ୍ରକ୍ସିକ୍ଲୋରୋକୁଇନ ଦ୍ୱାରା ପେଟ ବ୍ୟଥା ହେଉଥିବା ନେଇ କିଛି ଅଭିଯୋଗ ଆସୁଥିବା କହିଛନ୍ତି ଗଙ୍ଗାଖେଡ଼କର। ଆଉ କିଛି ସେବନକାରୀଙ୍କୁ ବାନ୍ତି ହେଉଥିବା ମଧ୍ୟ ଅଭିଯୋଗ ଆସିଛି।

ତେଣୁ କେଉଁ ଔଷଧ ବେଶୀ ଉପଯୋଗୀ ହେବ ସେନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଛୁ ବୋଲି ଗଙ୍ଗାଖେଡ଼କର ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ହାଇଡ୍ରକ୍ସିକ୍ଲୋରୋକୁଇନ୍‌ର ବ୍ୟବହାର ଡାକ୍ତରଙ୍କ ପରାମର୍ଶ କ୍ରମେ କରିବାକୁ କୁହାଯାଇଥିଲା।

Related story