କରୋନା ଭାଇରସ ପାଇଁ ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷା ଉପରେ କରୋନା ଭାଇରସର ପ୍ରଭାବ ପଡ଼ିଛି। ଗତକାଲି ସିବିଏସ୍‌ଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ସମାନ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ତାରିଖ ସ୍ଥିତି ସୁଧୁରିଲା ପରେ ଘୋଷଣା ହେବ ବୋଲି ପରିଷଦ ପକ୍ଷରୁ […]

t

Hemant Lenka
  • Published: Thursday, 19 March 2020
  • , Updated: 19 March 2020, 11:22 AM IST

ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷା ଉପରେ କରୋନା ଭାଇରସର ପ୍ରଭାବ ପଡ଼ିଛି। ଗତକାଲି ସିବିଏସ୍‌ଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ସମାନ ପଦକ୍ଷେପ ନେଇଛନ୍ତି।

ଆଜିଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ତାରିଖ ସ୍ଥିତି ସୁଧୁରିଲା ପରେ ଘୋଷଣା ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ “କରୋନା ଭାଇରସ ଦେଶରେ ବ୍ୟାପୁଥିବାରୁ ପରିଷଦ ପିଲାମାନଙ୍କର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ୩୧ ତାରିଖ ଯାଏ ୨୦୨୦ ବର୍ଷ ପାଇଁ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ତାରିଖ ଘୋଷଣା କରାଯିବ।”

କରୋନା ଭାଇରସକୁ ଦୃଷ୍ଟିରେ ରଖି କେବଳ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଉନାହିଁ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକ ଗୁଡ଼ିକୁ ମଧ୍ୟ ପରୀକ୍ଷା ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାକୁ କହିଛି।

Related story