‘ଦବିନ୍ଦର ସିଂହ’ ମାମଲାକୁ ଧାର୍ମିକ ରଙ୍ଗ ଦେଉଛି କଂଗ୍ରେସ: ଭିକେ ସିଂହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ ଆତଙ୍କବାଦ ଲିଙ୍କ ଅଭିଯୋଗ ଆସିବା ପରେ କଂଗ୍ରେସର ମନ୍ତବ୍ୟ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। କଂଗ୍ରେସ ପୂର୍ବରୁ କହିଥିଲା, ଏହି ପ୍ରସଙ୍ଗକୁ ନେଇ ବିଜେପି ଚର୍ଚ୍ଚା ନ କରିବାର କାରଣ ହେଉଛି ‘ସେ ମୁସଲିମ୍‌ ନଥିଲେ।’ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଏଭଳି ମନ୍ତବ୍ୟ ଦେଇଥିଲେ। ଏହାପରେ ପୂର୍ବତନ ସେନା ମୁଖ୍ୟ ତଥା ବିଜେପି ଭିକେ ସିଂହ ଏହାର ପ୍ରତିକ୍ରିୟାରେ କହିଛନ୍ତି, “ଯଦି ସେ ଅଧୀର ରଞ୍ଜନ ନହୋଇ ଅଧୀର […]

adhir

Subrat Kumar Nayak
  • Published: Tuesday, 14 January 2020
  • , Updated: 14 January 2020, 06:20 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ ଆତଙ୍କବାଦ ଲିଙ୍କ ଅଭିଯୋଗ ଆସିବା ପରେ କଂଗ୍ରେସର ମନ୍ତବ୍ୟ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। କଂଗ୍ରେସ ପୂର୍ବରୁ କହିଥିଲା, ଏହି ପ୍ରସଙ୍ଗକୁ ନେଇ ବିଜେପି ଚର୍ଚ୍ଚା ନ କରିବାର କାରଣ ହେଉଛି ‘ସେ ମୁସଲିମ୍‌ ନଥିଲେ।’ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଏଭଳି ମନ୍ତବ୍ୟ ଦେଇଥିଲେ।

ଏହାପରେ ପୂର୍ବତନ ସେନା ମୁଖ୍ୟ ତଥା ବିଜେପି ଭିକେ ସିଂହ ଏହାର ପ୍ରତିକ୍ରିୟାରେ କହିଛନ୍ତି, “ଯଦି ସେ ଅଧୀର ରଞ୍ଜନ ନହୋଇ ଅଧୀର ଖାନ୍‌ ହୋଇଥା’ନ୍ତେ ତାଙ୍କୁ ଗୁରୁତ୍ୱର ସହ ନିଆଯାଇଥା’ନ୍ତା କି? ଆମେ କେତେ ତଳକୁ ଖସିଆସିଛେ? ଆମେ ୟାକୁ ଏକ ଧାର୍ମିକ ରଙ୍ଗ କେମିତି ଦେଇପାରିବା?”

୨୦୧୯ ମସିହାର ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ପୁନଃ ତଦନ୍ତ ଦାବି ବାବଦରେ ଅଧୀରଙ୍କ ଦାବି ନେଇ ଭିକେ ସିଂହ କହିଥିଲେ, ପୁଲ୍‌ୱାମାର ପ୍ରକୃତ ଦୋଷୀ? ଅଧୀର କ’ଣ ସବୁ ସନ୍ଦେହ କରୁଛନ୍ତି? କିଏ ଦୋଷୀ? ସେମାନେ କ’ଣ ଭାରତୀୟ ନା ଅନ୍ୟ କେଉଁ ଗୋଷ୍ଠୀ? ମୁଁ କହିବାକୁ ଚାହୁଁଛି ସେ କିଛି ଦିନ ବିଶ୍ରାମ ନିଅନ୍ତୁ।

ଭିକେ ସିଂହ କହିଛନ୍ତି, ମୁଁ ଭାବୁଛି ଅଧୀର ରଞ୍ଜନ ୟୁନିଫର୍ମ ପିନ୍ଧି ଜମ୍ମୁ-କଶ୍ମୀରରେ କିଛି ଦିନ କାମ କରିଥିଲେ କିଛି କଥା ଶିଖିପାରିଥା’ନ୍ତେ। ଆତଙ୍କବାଦୀଙ୍କ ଜାଲରେ ବହୁତ ଲୋକ ପଡ଼ିଛନ୍ତି। ଦବିନ୍ଦର ସିଂହଙ୍କୁ ପଚରାଉଚରା ପରେ ନିଶ୍ଚୟ ବିଭିନ୍ନ କଥା ସାମ୍ନାକୁ ଆସିବ। ଜମ୍ମୁ-କଶ୍ମୀର ପୁଲିସ୍‌ ଉପରେ ବିଶ୍ୱାସ ରଖିବାକୁ ହେବ ବୋଲି ଭିକେ ସିଂହ କହିଛନ୍ତି।

Related story