ସୁଶାନ୍ତଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ! ସୁପାରିସ କରିବାକୁ ବିହାର ସରକାର ରାଜି

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି ହେଉଥିଲା, ତାହା ବାସ୍ତବ ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ପାଟନା ପୁଲିସ୍‌ ନିକଟରେ ସିଧାସଳଖ ଏତଲା ଦେଇ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି। ସେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହି ଏତଲା ପରେ ବିଭିନ୍ନ […]

das

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 04:16 PM IST

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି ହେଉଥିଲା, ତାହା ବାସ୍ତବ ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ପାଟନା ପୁଲିସ୍‌ ନିକଟରେ ସିଧାସଳଖ ଏତଲା ଦେଇ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି।

ସେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହି ଏତଲା ପରେ ବିଭିନ୍ନ ମହଲରୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଆଜି ଏହା ଉପରେ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯଦି ସୁଶାନ୍ତଙ୍କ ବାପା କେକେ ସିଂହ ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି କହୁଛନ୍ତି, ତା’ହେଲେ ଆମ ସରକାର ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ପ୍ରସ୍ତୁତ ରହିଛୁ। ଏଥିପାଇଁ ଆମେ ସୁପାରିସ କରିବାକୁ ମଧ୍ୟ ପଛାଇବକୁ ନାହିଁ ବୋଲି ସେ କହିଛନ୍ତି।

ବିହାରର ମନ୍ତ୍ରୀ ସଞ୍ଜୟ କୁମାର ଝା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଯଦି ରାଜପୁତଙ୍କ ପରିବାର ଲୋକ ସିବିଆଇ ତଦନ୍ତ ପାଇଁ ଦାବି କରିବେ, ତା’ହେଲେ ମୁଖ୍ୟମନ୍ତ୍ରୀ ଏହି ଦାବିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ କରିବାକୁ ରାଜି ଅଛନ୍ତି। ସୁଶାନ୍ତଙ୍କ ବାପା ଦାବି କଲେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିବେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଥିଲେ ମଧ୍ୟ ମୁମ୍ବାଇ ପୁଲିସ୍‌ ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ କିଛି ବି ବ୍ୟବସ୍ଥା କରିନାହିଁ। ଏବେ ବିହାର ପୁଲିସ୍‌ ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ ସେମାନେ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ରିୟା ଚକ୍ରବର୍ତ୍ତୀ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି।

ଏହା ବିରୋଧରେ ମଧ୍ୟ ବିହାର ସରକାର ସୁପ୍ରିମକୋର୍ଟରେ କ୍ୟାଭେଟ ମଧ୍ୟ ଦାଖଲ କରିଛନ୍ତି। ନୀତୀଶ ସରକାର ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ ରହିଛନ୍ତି ବୋଲି ସେ କହିଛନ୍ତି।

ସୁଶାନ୍ତଙ୍କ ବାପା ଏତଲା ଦେବା ପରେ ବିହାର ପୁଲିସ୍‌ ଓ ମୁମ୍ବାଇ ପୁଲିସ୍‌ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ମୁମ୍ବାଇ ପୁଲିସ୍‌ ତଦନ୍ତରେ ସହଯୋଗ କରୁ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏସବୁ ଭିତରେ କେକେ ସିଂହ ମଧ୍ୟ ରିୟେ ଚକ୍ରକର୍ତ୍ତୀ ଧୋକା ଦେଇ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନେଇ ଯାଇଥିବା ଅଭିଯୋଗ କରିଛନ୍ତି।

ଏଥିପାଇଁ ଇଡି ମଧ୍ୟ ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏଥିରେ ରିୟାଙ୍କୁ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି। ଖୁବଶୀଘ୍ର ଇଡି ରିୟାଙ୍କୁ ମଧ୍ୟ ପଚାରାଉଚରା କରିବ।

ଅନ୍ୟପକ୍ଷରେ ବିଜେପି ସାଂସଦ ସୁବ୍ରମଣିୟମ ସ୍ୱାମୀ ଦୁଇ ଦୁଇଥର ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ନିବେଦନ କରିଛନ୍ତି।

Related story