ଯଦି ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚାହୁଁଛି ସେନା ପଠାଇବାକୁ ପ୍ରସ୍ତୁତ: ରାଜନାଥ

କର୍ଣ୍ଣାଲ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସହାୟତାର ପ୍ରସ୍ତାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କିନ୍ତୁ ଏହି ସହାୟତା ଏମିତି ଯେ, ଯେକେହି ବି ଆଶ୍ଚର୍ଯ୍ୟ ହେବ। ସେ କହିଛନ୍ତି ପାକିସ୍ତାନ ଯଦି ସତରେ ତା’ ମାଟିରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚାହୁଁଛି ମୁଁ ସଶସ୍ତ୍ର ସେନାବାହିନୀ ପଠାଇବାକୁ ପ୍ରସ୍ତୁତ ଅଛି। ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏହାକୁ କେତେଦୂର ଗ୍ରହଣ କରିବ ତାହା ଜଣଶ ନଥିଲେ ମଧ୍ୟ ରାଜନାଥଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର […]

rajnath singh

Subrat Kumar Nayak
  • Published: Sunday, 13 October 2019
  • , Updated: 13 October 2019, 08:12 PM IST

କର୍ଣ୍ଣାଲ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସହାୟତାର ପ୍ରସ୍ତାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କିନ୍ତୁ ଏହି ସହାୟତା ଏମିତି ଯେ, ଯେକେହି ବି ଆଶ୍ଚର୍ଯ୍ୟ ହେବ। ସେ କହିଛନ୍ତି ପାକିସ୍ତାନ ଯଦି ସତରେ ତା’ ମାଟିରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚାହୁଁଛି ମୁଁ ସଶସ୍ତ୍ର ସେନାବାହିନୀ ପଠାଇବାକୁ ପ୍ରସ୍ତୁତ ଅଛି। ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏହାକୁ କେତେଦୂର ଗ୍ରହଣ କରିବ ତାହା ଜଣଶ ନଥିଲେ ମଧ୍ୟ ରାଜନାଥଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ ଏକ ଜନସଭାକୁ ସମ୍ବୋଧନ କରି କହିଥିଲେ, “ମୁଁ ଇମ୍ରାନ୍‌ ଖାନ୍‌ଙ୍କର ଏକ ଭାଷଣ ଶୁଣୁଥିଲି ଯେଉଁଠି ସେ କହୁଥିଲେ କଶ୍ମୀର ସ୍ୱାଧୀନତା ପାଇବା ଯାଏ ତାଙ୍କ ଦେଶ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବେ। କଶ୍ମୀର ବାବଦରେ ଭୁଲିଯାଅ, ଏହା ବିଶୟରେ ଭାବିବା ବି ଛାଡ଼ିଦିଅ। ଏହି ପ୍ରସଙ୍ଗ ଉଠାଇଲେ କିଛି ବି ଫାଇଦା ହେବନି। ଆମ ଉପରେ କେହି ବି ଚାପ ପକାଇପାରିବେନି।”

ସେ ପାକିସ୍ତାନକୁ ଟାର୍ଗେଟ୍‌ କରି କହିଥିଲେ, “ତୁମେ ୧୯୪୭ ମସିହାରେ ଟୁ ନେସନ୍‌ ଥିଓରୀରେ ଭାରତକୁ ଦୁଇଟି ଦେଶରେ ଭାଙ୍ଗିଦେଲ। ତୁମ ଦେଶ ପୁଣି ୧୯୭୧ରେ ଦୁଇଭାଗ ହୋଇଯାଇଥିଲା। ସ୍ଥିତି ନ ସୁଧାରିଲେ ଏହି ରାଜ୍ୟକୁ ଆଗକୁ ଆହୁରି ଖଣ୍ଡଖଣ୍ଡ ହେବାରୁ କେହି ରୋକିପାରିବେନି।”

Related story