ବନ୍ୟାରେ ବେହାଲ କାଜିରଙ୍ଗାର ହୃଦୟଥରା ଦୃଶ୍ୟ, ଡହଳ ବିକଳ ହେଉଛନ୍ତି ହରିଣ

ଗୁଆହାଟୀ: ବନ୍ୟାରେ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କର ଅଧିକାଂଶ ଇଲାକା ଏବେ ଗଭୀର ପାଣିରେ ଡୁବିଯାଇଛି। ସେଠାରେ ଥିବା ବନ୍ୟ ଜୀବଜନ୍ତୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଯେକେହି ଦେଖୁଛି ହତବାକ ହେଉଛି। ଆଇଏଫ୍‌ଏସ୍‌ ପ୍ରବୀଣ କସ୍‌ୱାନ୍‌ ଶେୟାର କରିଛନ୍ତି ଏଭଳି ଏକ ଭିଡିଓ। ଯେଉଁଥିରେ ଜଳାର୍ଣ୍ଣବ କାଜିରଙ୍ଗାରେ ପହଁରୁଛନ୍ତି ୫ଟି ହରିଣ। ଉପରକୁ କେବଳ ମୁଣ୍ଡଟି ଦିଶୁଛି ଏବଂ ସେମାନେ କୌଣସି ମତେ ଏକ ଉଚ୍ଚ ସ୍ଥାନକୁ […]

deer

Subrat Kumar Nayak
  • Published: Tuesday, 16 July 2019
  • , Updated: 16 July 2019, 10:35 PM IST

ଗୁଆହାଟୀ: ବନ୍ୟାରେ ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କର ଅଧିକାଂଶ ଇଲାକା ଏବେ ଗଭୀର ପାଣିରେ ଡୁବିଯାଇଛି। ସେଠାରେ ଥିବା ବନ୍ୟ ଜୀବଜନ୍ତୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ଯେକେହି ଦେଖୁଛି ହତବାକ ହେଉଛି। ଆଇଏଫ୍‌ଏସ୍‌ ପ୍ରବୀଣ କସ୍‌ୱାନ୍‌ ଶେୟାର କରିଛନ୍ତି ଏଭଳି ଏକ ଭିଡିଓ। ଯେଉଁଥିରେ ଜଳାର୍ଣ୍ଣବ କାଜିରଙ୍ଗାରେ ପହଁରୁଛନ୍ତି ୫ଟି ହରିଣ। ଉପରକୁ କେବଳ ମୁଣ୍ଡଟି ଦିଶୁଛି ଏବଂ ସେମାନେ କୌଣସି ମତେ ଏକ ଉଚ୍ଚ ସ୍ଥାନକୁ ଆସିବାରେ ସଫଳ ହେଉଛନ୍ତି।

ଏହି ୨ ମିନିଟ୍‌ର ଭିଡିଓ ବାବଦରେ ବରିଷ୍ଠ ଫରେଷ୍ଟ ଅଫିସର ପ୍ରବୀଣ ଲେଖିଛନ୍ତି, କାଜିରଙ୍ଗାର ୯୦% ବର୍ତ୍ତମାନ ଜଳାର୍ଣ୍ଣବ। ପ୍ରାକୃତିକ ବିପର୍ଯ୍ୟୟ ଜୀବଜନ୍ତୁଙ୍କୁ ଗଭୀର ଭାବେ ପ୍ରଭାବିତ କରିଥାଏ ବୋଲି ସେ ଲେଖିଛନ୍ତି। ସେ କହିବାକୁ ଚାହିଁଛନ୍ତି, ବିପର୍ଯ୍ୟୟ ସମୟରେ କେବଳ ମନୁଷ୍ୟ ନୁହେଁ ହରିଣ ପରି ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ସ୍ଥାନ ସନ୍ଧାନରେ ଥା’ନ୍ତି।

https://twitter.com/ParveenKaswan/status/1151057748857016320
ଏହି ଟ୍ୱିଟ୍‌ ଏବେ ବହୁଳ ମାତ୍ରାରେ ରିଟ୍ୱିଟ୍‌ ହେଉଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ଜୈବ ବିବିଧତାକୁ ମନୁଷ୍ୟ ନଷ୍ଟ କରିବାରେ ଲାଗିଛି, କିନ୍ତୁ ପରିଣାମ ଏମାନଙ୍କୁ ଭୋଗିବାକୁ ପଡ଼ୁଛି। ଆଉ ଜଣେ ଲେଖିଛନ୍ତି, ଏହା ଆମ ପାଇଁ ସତର୍କବାଣୀ।

Related story