୪୦୦ ଟଙ୍କାରେ କୋଭିଡ୍ ଟେଷ୍ଟ, ୬୦ ମିନିଟରେ ଆସିବ ରେଜଲ୍ଟ!

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋଭିଡ୍ ଟେଷ୍ଟର ଦାମ ଅଧିକ ହୋଇଥିବାରୁ ଅନେକ ସ୍ଥାନରେ କରୋନା ଟେଷ୍ଟ ପୂର୍ବରୁ ସନ୍ଦେହରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖାଯାଉଛି। ଏହାରି ଭିତରେ ଆଇଆଇଟି ଖଡ଼ଗପୁର କମ୍ ଦାମ ଏବଂ କମ୍ ସମୟ ମଧ୍ୟରେ କରୋନା ଟେଷ୍ଟ ରିପୋର୍ଟ ବାହାର କରିବାକୁ ଏକ କିଟ୍ ପ୍ରସ୍ତୁତ କରିଛି। ଯାହାକି ଏଯାବତ ବାହାରିଥିବା କରୋନା କିଟ୍ ତୁଳନାରେ ସବୁଠାରୁ କମ୍ ସମୟ ସାପେକ୍ଷ। ଆଉ ଏହି ପରୀକ୍ଷା […]

corona kit iit kharagpur

Subhransu Sekhar
  • Published: Saturday, 25 July 2020
  • , Updated: 25 July 2020, 08:28 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋଭିଡ୍ ଟେଷ୍ଟର ଦାମ ଅଧିକ ହୋଇଥିବାରୁ ଅନେକ ସ୍ଥାନରେ କରୋନା ଟେଷ୍ଟ ପୂର୍ବରୁ ସନ୍ଦେହରେ ଥିବା ଆକ୍ରାନ୍ତଙ୍କ ଉପରେ ନଜର ରଖାଯାଉଛି। ଏହାରି ଭିତରେ ଆଇଆଇଟି ଖଡ଼ଗପୁର କମ୍ ଦାମ ଏବଂ କମ୍ ସମୟ ମଧ୍ୟରେ କରୋନା ଟେଷ୍ଟ ରିପୋର୍ଟ ବାହାର କରିବାକୁ ଏକ କିଟ୍ ପ୍ରସ୍ତୁତ କରିଛି। ଯାହାକି ଏଯାବତ ବାହାରିଥିବା କରୋନା କିଟ୍ ତୁଳନାରେ ସବୁଠାରୁ କମ୍ ସମୟ ସାପେକ୍ଷ। ଆଉ ଏହି ପରୀକ୍ଷା ପାଇଁ ଅତ୍ୟାଧୁନିକ ପରୀକ୍ଷାଗାରର ଆବଶ୍ୟକ ନଥିବା ଦାବି କରିଛି ଆଇଆଇଟି ଖଡ଼ଗପୁର।

ପେପର ଷ୍ଟ୍ରିପ ଉପରେ ସ୍ୱାବ ସହିତ କେମିକାଲ ମିଶାଇଲା ପରେ ଦୁଇ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତରେ ହୋଇଛନ୍ତି କି ନାହିଁ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି। କୋଭିଡ୍ ପରୀକ୍ଷା ବ୍ୟତୀତ ଅନ୍ୟ ଏକ ଆରଏନଏ ଭାଇରସର ପରୀକ୍ଷା ମଧ୍ୟ ଏହି କିଟ୍ ମାଧ୍ୟମରେ ହୋଇପାରିବ ବୋଲି ଆଇଆଇଟି ଖଡ଼ଗପୁରର ସ୍କୁଲ୍ ଅଫ ବାୟୋ ସାଇନ୍ସର ସହଯୋଗୀ ପ୍ରଫେସର ଅରିନ୍ଦମ ମଣ୍ଡଳ କହିଛନ୍ତି।

ଏହି କିଟ୍ ପରିଚାଳନା ପାଇଁ ଜଣେ ସାଧାରଣ ବ୍ୟକ୍ତି ପ୍ରଶିକ୍ଷଣ ପାଇବା ପରେ କରିପାରିବ ବୋଲି ଆଇଆଇଟି ଖଡ଼ଗପୁର ପକ୍ଷରୁ କୁହାଯାଇଛି। ପରୀକ୍ଷାମୂଳକ ଭାବରେ ଏହି କୋଭିଡ୍ ଟେଷ୍ଟ କରିବାକୁ ମାତ୍ର 2 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଏହି କିଟର ବ୍ୟବସାୟି କରଣ କରିବା ପାଇଁ ପ୍ରସ୍ତୁତ ବୋଲି ଆଇଆଇଟି ଖଡ଼ଗପୁର ପକ୍ଷରୁ କୁହାଯାଇଛି।

 

Related story