କରୋନା ଭାଇରସ ପାଇଁ ମା’ ମେହେବୁବାଙ୍କୁ ମୁକ୍ତ କରିବାକୁ ଝିଅଙ୍କ ଚିଠି

ଶ୍ରୀନଗର: ମହାମାରୀ କରୋନା ଭାଇରସ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ମାର୍ଚ୍ଚ ୩୧ ଯାଏ ପୂରା ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି। ସେହିପରି ସବୁ ରାଜ୍ୟର ସରକାରଙ୍କୁ ଜେଲରେ ଥିବା କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏସବୁ ଭିତରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଅଟକ ଥିବା ରାଜନୀତିକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଖଲାସ କରିବାକୁ ଦାବି ହୋଇଛି। ଅଗଷ୍ଟ ୪ରୁ ଅଟକ ଥିବା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସହ ଅନ୍ୟ […]

y

Hemant Lenka
  • Published: Monday, 23 March 2020
  • , Updated: 23 March 2020, 04:23 PM IST

ଶ୍ରୀନଗର: ମହାମାରୀ କରୋନା ଭାଇରସ ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ମାର୍ଚ୍ଚ ୩୧ ଯାଏ ପୂରା ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି। ସେହିପରି ସବୁ ରାଜ୍ୟର ସରକାରଙ୍କୁ ଜେଲରେ ଥିବା କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଏସବୁ ଭିତରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଅଟକ ଥିବା ରାଜନୀତିକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଖଲାସ କରିବାକୁ ଦାବି ହୋଇଛି। ଅଗଷ୍ଟ ୪ରୁ ଅଟକ ଥିବା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସହ ଅନ୍ୟ ଅଟକ ଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆଜି ମୁଫତିଙ୍କ ଝିଅ ଇଲତିଜା ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ଜିସି ମୁର୍ମୁଙ୍କୁ ଚିଠି ଲେଖିଛନ୍ତି।

ଉପରାଜ୍ୟପାଳଙ୍କୁ ଇଲତିଜା ଚିଠିରେ ଲେଖିଛନ୍ତି ଯେ “ଅଗଷ୍ଟ ୫ରୁ ମୋ ମା’ ମେହେବୁବା ମୁଫତିଙ୍କ ସମେତ ଶତାଧିକ ଲୋକ ଅଟକ ରହିଛନ୍ତି। ଭାରତ ସମେତ ସାରା ବିଶ୍ୱ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। କରୋନା ଷ୍ଟେଜ-୩ରେ ପ୍ରବେଶ କରିଗଲେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବ।

ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ୪ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଆଇସୋଲେସନ ହିଁ ଏହି ଭାଇରସକୁ ରୋକିବାର ଏକ ମାତ୍ର ମାଧ୍ୟମ। ଅତ୍ୟଧିକ ଲୋକ ଓ ମେଡିକାଲ ସୁବିଧା ଠିକ ଭାବେ ନ ମିଳୁଥିବାରୁ ଏହା ଅଟକଧାରୀଙ୍କ ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇପାରେ।

ବିଶେଷ କରି ୬୫ ବର୍ଷୀୟ ବୟସ୍କଙ୍କ ପାଇଁ ଆହୁରି ବିପଦ ଆଣିବ। ସ୍ଥିତିକୁ ଦେଖି ଆମେରିକା ମଧ୍ୟ ଅଟକଧାରୀଙ୍କୁ ଛାଡ଼ କରୁଛି। ତେଣୁ ଉପରାଜ୍ୟପାଳ ତୁରନ୍ତ ମୋ ମା’ଙ୍କ ସମେତ ଅନ୍ୟ ଅଟକଧାରୀଙ୍କୁ ଛାଡ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ଏଥିସହ ଜେଲରେ ମଧ୍ୟ ଥିବା ଲୋକଙ୍କ ସଂଖ୍ୟା କମ କରନ୍ତୁ।”

Related story