ମୁମ୍ବାଇରେ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଲୋକେ ସତର୍କ

ମୁମ୍ବାଇ: ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳରେ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ମୁମ୍ବାଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। କିଛି ଦିନ ହେବ ମୁମ୍ବାଇରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ପଶ୍ଚିମ କ୍ଷେତ୍ର ମୌସୁମୀ ବିଭାଗ ଉପ ମହାନିର୍ଦ୍ଦେଶକ କେ. ଏସ୍‌ ହୋସାଲିକର କହିଛନ୍ତି ଯେ ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର  […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 10:03 AM IST

ମୁମ୍ବାଇ: ମୁମ୍ବାଇ ସହ ଏହାର ଆଖପାଖ ଅଞ୍ଚଳରେ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ମୁମ୍ବାଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

କିଛି ଦିନ ହେବ ମୁମ୍ବାଇରେ ଘଡ଼ଘଡ଼ି ସହ ବର୍ଷା ହେଉଛି।

ପଶ୍ଚିମ କ୍ଷେତ୍ର ମୌସୁମୀ ବିଭାଗ ଉପ ମହାନିର୍ଦ୍ଦେଶକ କେ. ଏସ୍‌ ହୋସାଲିକର କହିଛନ୍ତି ଯେ ଦକ୍ଷିଣ ମଧ୍ୟ ମହାରାଷ୍ଟ୍ର  ଓ ବଙ୍ଗୋପସାଗର ଉପରେ ପବନର ଚାପ ଯୋଗୁଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଯାଉଛି। ଏହି ସମୟରେ ମଧ୍ୟ ମହାରାଷ୍ଟ୍ର ଓ ମରାଠାୱାଡାରେ ହାଲ୍‌କା ବର୍ଷା ହୋଇପାରେ।

ଅଗଷ୍ଟ ୨୯ତାରିଖରେ ମୁମ୍ବାଇ ସହରରେ ପ୍ରବଳ ବର୍ଷା ହୋଇଥିଲା।  ଫଳରେ ଲୋକମାନେ   ପ୍ରାୟ ୧୨ ଘଣ୍ଟା ଧରି ଅଫିସ୍‌ରେ ଅବା ଟ୍ରେନ୍‌ ଆଦିରେ ଫସି ରହିଥିଲେ। ତେଣୁ ଏଥର ଲୋକେ ସତର୍କ ହୋଇଯାଇଛନ୍ତି।

Related story