ସବୁ ସରକାରୀ କର୍ମଚାରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: କରୋନା ପାଇଁ ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ପାଇଁ ଆଜି କେନ୍ଦ୍ର ସରକାର ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପ ଡାଉନଲୋଡ କରି ଅଫିସ ଆସିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି। ଏହାଦ୍ୱାରା କର୍ମଚାରୀମାନେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆପ ଡାଉନ ଲୋଡ […]

a

Hemant Lenka
  • Published: Wednesday, 29 April 2020
  • , Updated: 29 April 2020, 03:34 PM IST

ନୂଆଦିଲ୍ଲୀ: କରୋନା ପାଇଁ ଆରମ୍ଭ ହୋଇଥିବା ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ପାଇଁ ଆଜି କେନ୍ଦ୍ର ସରକାର ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପ ଡାଉନଲୋଡ କରି ଅଫିସ ଆସିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି।

ଏହାଦ୍ୱାରା କର୍ମଚାରୀମାନେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆପ ଡାଉନ ଲୋଡ କରି ତା’ ଦ୍ୱାରା ଆପଣ ସୁସ୍ଥ କି ନାହିଁ ଜାଣନ୍ତୁ।

ଏହାପରେ ସେଫ ବା ସୁରକ୍ଷିତ ଷ୍ଟାଟସ ଦେଖିବା ପରେ ଯାତ୍ରା ଆରମ୍ଭ କରନ୍ତୁ। ଅଫିସ ଆସିବା ପୂର୍ବରୁ ପ୍ରଥମେ ସେମାନେ ଆରୋଗ୍ୟ ସେତୁ ଜରିଆରେ ନିଜର ଷ୍ଟାଟସ ଚେକ କରନ୍ତୁ। ଆପରେ ସୁରକ୍ଷିତ ବା ସଂକ୍ରମଣର ଆଶଙ୍କା କମ ଥିବା ଜଣାପଡ଼ିବା ପରେ ଅଫିସକୁ ଯାତ୍ରା ଆରମ୍ଭ କରନ୍ତୁ।

ଯଦି ଆପ କୌଣସି କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବ୍ଲୁଥୁଟ ଜରିଆରେ ସାମାନ୍ୟ ଖରାପ ବୋଲି ଦେଖାଏ, ତା’ହେଲେ ସେମାନେ ଅଫିସକୁ ଆସିବା ଉଚିତ ନୁହେଁ। ଏଭଳି ଷ୍ଟାଟସ ଦେଖାଦେଲେ କର୍ମଚାରୀମାନେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରୁହନ୍ତୁ।

ଏହି ଆପକୁ ସବୁ ଶ୍ରେଣୀର କମଆଚାରୀ ଡାଉନଲୋଡ କରିବାକୁ ବାଧ୍ୟ। କେନ୍ଦ୍ର ସରକାର ନିକଟରେ କରୋନା ଭାଇରସ ଷ୍ଟାଟସ ଚେକ କରିବାକୁ ଆରୋଗ୍ୟ ସେତୁ ଆପ ଆରମ୍ଭ କରିଥିଲେ।

Related story