ପାକିସ୍ତାନରେ ଯୌନ ଅପରାଧ ବଢ଼ିବା ପାଇଁ ବଲିଉଡ୍‌ ଦାୟୀ: ଇମ୍ରାନ୍

ଇସଲାମାବାଦ୍: ସବୁ ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବେ ପୁଣି ଏକ ପ୍ରୟାସ କରିଛନ୍ତି। ସେ ୟୁଟ୍ୟୁବ୍‌ ଜରିଆରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ୍‌ ଫିଲ୍ମ ସବୁ ଦାୟୀ। ସେ କହିଛନ୍ତି ମୋବାଇଲ ପାଇଁ ଏଭଳି ଅପରାଧ ଏବଂ ଡ୍ରଗ୍ସ କାରବାର ବଢ଼ୁଛି। ବଲିଉଡ୍‌ ଓ ହଲିଉଡ୍‌ର ବିଷୟବସ୍ତୁ ଏହାକୁ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି। ଇମ୍ରାନ୍‌ ଏହି ଭିଡିଓରେ […]

Imran

Subrat Kumar Nayak
  • Published: Tuesday, 21 January 2020
  • , Updated: 21 January 2020, 11:08 PM IST

ଇସଲାମାବାଦ୍: ସବୁ ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବେ ପୁଣି ଏକ ପ୍ରୟାସ କରିଛନ୍ତି। ସେ ୟୁଟ୍ୟୁବ୍‌ ଜରିଆରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ୍‌ ଫିଲ୍ମ ସବୁ ଦାୟୀ। ସେ କହିଛନ୍ତି ମୋବାଇଲ ପାଇଁ ଏଭଳି ଅପରାଧ ଏବଂ ଡ୍ରଗ୍ସ କାରବାର ବଢ଼ୁଛି। ବଲିଉଡ୍‌ ଓ ହଲିଉଡ୍‌ର ବିଷୟବସ୍ତୁ ଏହାକୁ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି।

ଇମ୍ରାନ୍‌ ଏହି ଭିଡିଓରେ କହିଛନ୍ତି, “ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନ ବଡ଼ ଆହ୍ୱାନ ଦେଇ ଗତି କରୁଛି, ତାହା ହେଉଛି ମୋବାଇଲ ଫୋନ୍‌। ମୋବାଇଲ ଫୋନ୍‌ ଏଭଳି କିଛି ବିଷୟ ପିଲାମାନଙ୍କୁ ଯୋଗାଇ ଦେଉଛି ଯାହାକି କେବେ ମଧ୍ୟ ମାନବ ଇତିହାସରେ ନଥିଲା। ଏବେ ଏହାର ପ୍ରଭାବ ଆସିଛି। ଏହା ହିଁ ସ୍କୁଲ ଭିତରେ ଡ୍ରଗ୍ସ କାରବାର ବଢ଼ାଇଛି। ମୁଁ କ୍ଷମତାରେ ଆସିନଥିଲେ ଜାଣପାରିନଥା’ନ୍ତି। ସ୍କାଇରକେଟିଂ, ଶିଶୁଙ୍କ ପ୍ରତି ଯୌନ ଆକର୍ଷଣ ଏବଂ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ପରି ଯୌନ ଅପରାଧ ପାକିସ୍ତାନରେ ଚାଲୁ ରହିଛି।”

ଇମ୍ରାନ୍‌ଙ୍କ ଏପରି ମନ୍ତବ୍ୟ ବ୍ୟତୀତ ଅନ୍ୟ କାରଣ ପାଇଁ ପାକିସ୍ତାନ ଆଜି ଚର୍ଚ୍ଚାରେ ଥିଲା। ଆଜି ସିନ୍ଧ ପ୍ରଦେଶର ରାଜ୍ୟପାଳ ଇମ୍ରାନ୍‌ ଇସମାଇଲ ଟ୍ୱିଟ୍‌ରରେ ପିଓକେ ବୋଲି ଉଲ୍ଲେଖ କରିଥିଲେ। ଯାହାର ଅର୍ଥ ପାକିସ୍ତାନ ଅଧିକୃତ କଶ୍ମୀର ବା ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର। ପାକିସ୍ତାନ କେବେ ମଧ୍ୟ ଏଭଳି ସ୍ୱୀକାର କରିବା ଦେଖାଯାଏନି।

Related story