କଶ୍ମୀରର ସମୃଦ୍ଧି ଗ୍ରହଣ କରିପାରୁନାହାନ୍ତି ଇମ୍ରାନ୍‌: ଆମେରିକା ରାଷ୍ଟ୍ରଦୂତ

ୱାଶିଂଟନ୍‌: ଭାରତ ଜମ୍ମୁ-କଶ୍ମୀରରୁ ଏକ ପୂରୁଣାକାଳିଆ ଏବଂ ଅସ୍ଥାୟୀ ଧାରା ଉଚ୍ଛେଦ କରିବା ପରେ ସେଠାରେ ପ୍ରଗତି ଏବଂ ସମୃଦ୍ଧି ଫେରିଛି। ଏହାକୁ ପାକିସ୍ତରନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗ୍ରହଣ କରିପାରୁନାହାନ୍ତି ବୋଲି ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ସ୍ରିଙ୍ଗଲା କହିଛନ୍ତି। ଅଗଷ୍ଟ ୫ ତାରିଖରେ ଭାରତର ଐତିହାସିକ ନିଷ୍ପତ୍ତି ପରେ ଇମ୍ରାନ୍‌ ଖାନ୍‌ ପ୍ରସିଦ୍ଧ ଆମେରିକୀୟ ଖବରକାଗଜ ନ୍ୟୁୟର୍କଟାଇମ୍ସରେ ଏକ ସ୍ତମ୍ଭ ଲେଖି ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ରୂପ ଦେବାର ପ୍ରୟାସ କରିଥିଲେ। ଏବେ […]

imran khan

imran khan

Subrat Kumar Nayak
  • Published: Friday, 20 September 2019
  • Updated: 20 September 2019, 02:15 PM IST

Sports

Latest News

ୱାଶିଂଟନ୍‌: ଭାରତ ଜମ୍ମୁ-କଶ୍ମୀରରୁ ଏକ ପୂରୁଣାକାଳିଆ ଏବଂ ଅସ୍ଥାୟୀ ଧାରା ଉଚ୍ଛେଦ କରିବା ପରେ ସେଠାରେ ପ୍ରଗତି ଏବଂ ସମୃଦ୍ଧି ଫେରିଛି। ଏହାକୁ ପାକିସ୍ତରନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗ୍ରହଣ କରିପାରୁନାହାନ୍ତି ବୋଲି ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ସ୍ରିଙ୍ଗଲା କହିଛନ୍ତି।

ଅଗଷ୍ଟ ୫ ତାରିଖରେ ଭାରତର ଐତିହାସିକ ନିଷ୍ପତ୍ତି ପରେ ଇମ୍ରାନ୍‌ ଖାନ୍‌ ପ୍ରସିଦ୍ଧ ଆମେରିକୀୟ ଖବରକାଗଜ ନ୍ୟୁୟର୍କଟାଇମ୍ସରେ ଏକ ସ୍ତମ୍ଭ ଲେଖି ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ରୂପ ଦେବାର ପ୍ରୟାସ କରିଥିଲେ। ଏବେ ସମାନ ଖବରକାଗଜରେ ରାଷ୍ଟ୍ରଦୂତ ସ୍ରିଙ୍ଗଲା ଏଭଳି ଜବାବ ରଖିଛନ୍ତି।

ସେ କହିଛନ୍ତି, ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଯେତେସବୁ ଉଦ୍ୟମ ବିଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ମନା କରିଦେଇଛି। ତେଣୁ ଇମ୍ରାନ୍‌ ଏବଂ ତାଙ୍କ କୂଟନୀତିଜ୍ଞ ବାରମ୍ବାର ଉଦ୍ୟମ କରୁଛନ୍ତି ସେମାନେ ବିଭିନ୍ନ ସାକ୍ଷାତକାର ଏବଂ ଲେଖା ମଧ୍ୟମରେ ପାକିସ୍ତାନ ପାଇଁ ସମବେଦନା ସୃଷ୍ଟି କରିବେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟସ୍ଥତା ପାଇଁ ରାଜି କରାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos