‘ଇମ୍ରାନ୍‌ଙ୍କ ଜିହାଦ୍‌ ଆହ୍ୱାନ ପ୍ରଧାନମନ୍ତ୍ରୀ ପଦ ପାଇଁ ଶୋଭନୀୟ ନୁହେଁ’

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନରୁ ଫେରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ‘ଜିହାଦ୍’ ମନ୍ତବ୍ୟକୁ ନେଇ ଜବାବ ରଖିଛି ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜଣେ ପ୍ରଧାନମନ୍ତ୍ରୀ ଭାବେ ଏହା ଶୋଭନୀୟ ନୁହେଁ ଏବଂ ଏହି ମନ୍ତବ୍ୟ ସାଧାରଣ ମନ୍ତବ୍ୟ ନୁହେଁ। ଇମ୍ରାନ୍‌ ଆମେରିକାରୁ ଫେରିବା ପରେ କହିଥିଲେ, ଯେଉଁମାନେ କଶ୍ମିରୀଙ୍କ ସମର୍ଥନରେ ଅଛନ୍ତି ସେମାନେ ଜିହାଦ୍‌ କରୁଛନ୍ତି। ସମଗ୍ର ବିଶ୍ୱ ସମର୍ଥନ ନକଲେ ମଧ୍ୟ ପାକିସ୍ତାନ ଏମାନଙ୍କୁ ସମର୍ଥନ […]

mea

Subrat Kumar Nayak
  • Published: Friday, 04 October 2019
  • , Updated: 04 October 2019, 06:24 PM IST

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ଅଧିବେଶନରୁ ଫେରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ‘ଜିହାଦ୍’ ମନ୍ତବ୍ୟକୁ ନେଇ ଜବାବ ରଖିଛି ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜଣେ ପ୍ରଧାନମନ୍ତ୍ରୀ ଭାବେ ଏହା ଶୋଭନୀୟ ନୁହେଁ ଏବଂ ଏହି ମନ୍ତବ୍ୟ ସାଧାରଣ ମନ୍ତବ୍ୟ ନୁହେଁ।

ଇମ୍ରାନ୍‌ ଆମେରିକାରୁ ଫେରିବା ପରେ କହିଥିଲେ, ଯେଉଁମାନେ କଶ୍ମିରୀଙ୍କ ସମର୍ଥନରେ ଅଛନ୍ତି ସେମାନେ ଜିହାଦ୍‌ କରୁଛନ୍ତି। ସମଗ୍ର ବିଶ୍ୱ ସମର୍ଥନ ନକଲେ ମଧ୍ୟ ପାକିସ୍ତାନ ଏମାନଙ୍କୁ ସମର୍ଥନ ଜଣାଇବ। ଆମେ ଏମିତି କରୁଛୁ ଫଳରେ ଆଲ୍ଲା ଆମ ଉପରେ ଖୁସି ହେବେ।

ରବୀଶ କହିଛନ୍ତି, ଏକ ପଡ଼ୋଶୀ ରାଷ୍ଟ୍ର ଭଳି ଏହି ମନ୍ତବ୍ୟ ନଥିଲା। ଖୋଲାଖୋଲି ଜିହାଦ୍‌ ପାଇଁ ଆହ୍ୱାନ ସାଧାରଣ ନୁହେଁ। ପାକିସ୍ତାନୀ ଏଲ୍‌ଓସିମୁହାଁ ହେବାକୁ ଇମ୍ରାନ୍‌ଙ୍କ ଆହ୍ୱାନ ନେଇ କହିଥିଲେ, ଏହା ଦାୟିତ୍ୱହୀନ ଏବଂ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ। ସେ ୟୁଏନ୍‌ଜିଏରେ ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଭାରତ ପକ୍ଷରେ ଖୋଲାଖୋଲି ଜିହାଦ୍‌ ପାଇଁ ଧମକାଇବା ସ୍ୱାଭାବିକ ମନ୍ତବ୍ୟ ନୁହେଁ।

Related story