ଇମ୍ରାନ୍‌ ଜଣାଶୁଣା ମିଛ କହିଆସୁଛନ୍ତି: ଭାରତ

ନୂଆଦିଲ୍ଲୀ: କଶ୍ମୀରରେ ୩୭୦ ଉଚ୍ଛେଦ ପରର କଟକଣା ଏବଂ ନାଗରିକତା ଆଇନ ପରେ ଭାରତରୁ ହଜାର ହଜାର ଲୋକ ପାକିସ୍ତାନ ଚାଲିଯାଇପାରନ୍ତି ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମନ୍ତବ୍ୟକୁ ମଙ୍ଗଳବାର ଭାରତ ଖଣ୍ଡନ କରିଛି। ଭାରତ ପକ୍ଷରୁ କୁହାଯାଇଛି ଇମ୍ରାନ୍‌ ଚିରାଚରିତ ଭାବେ ମିଛ କହୁଛନ୍ତି। ବିଶ୍ୱ ଶରଣାର୍ଥୀ ସମ୍ମିଳନୀରେ ଇମ୍ରାନ୍‌ଙ୍କ ମନ୍ତବ୍ୟ ନେଇ ଭାରତ ଏଭଳି କଡ଼ା ପ୍ରତିକ୍ରିୟା ରଖିଛି। ଇମ୍ରାନ୍‌ କହିଥିଲେ, ଏତେ ସଂଖ୍ୟାରେ ମୁସଲିମ୍‌ ପାକିସ୍ତାନ ଯିବା ସେଠାରେ ଶରଣାର୍ଥୀ ସଙ୍କଟ […]

Raveesh-Kumar-mea

Subrat Kumar Nayak
  • Published: Tuesday, 17 December 2019
  • , Updated: 17 December 2019, 10:24 PM IST

ନୂଆଦିଲ୍ଲୀ: କଶ୍ମୀରରେ ୩୭୦ ଉଚ୍ଛେଦ ପରର କଟକଣା ଏବଂ ନାଗରିକତା ଆଇନ ପରେ ଭାରତରୁ ହଜାର ହଜାର ଲୋକ ପାକିସ୍ତାନ ଚାଲିଯାଇପାରନ୍ତି ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମନ୍ତବ୍ୟକୁ ମଙ୍ଗଳବାର ଭାରତ ଖଣ୍ଡନ କରିଛି। ଭାରତ ପକ୍ଷରୁ କୁହାଯାଇଛି ଇମ୍ରାନ୍‌ ଚିରାଚରିତ ଭାବେ ମିଛ କହୁଛନ୍ତି। ବିଶ୍ୱ ଶରଣାର୍ଥୀ ସମ୍ମିଳନୀରେ ଇମ୍ରାନ୍‌ଙ୍କ ମନ୍ତବ୍ୟ ନେଇ ଭାରତ ଏଭଳି କଡ଼ା ପ୍ରତିକ୍ରିୟା ରଖିଛି। ଇମ୍ରାନ୍‌ କହିଥିଲେ, ଏତେ ସଂଖ୍ୟାରେ ମୁସଲିମ୍‌ ପାକିସ୍ତାନ ଯିବା ସେଠାରେ ଶରଣାର୍ଥୀ ସଙ୍କଟ ସୃଷ୍ଟି କରିବ। ଏହା ପାକିସ୍ତାନର ଅନ୍ୟ ସମସ୍ୟା ସୃଷ୍ଟି ପାଇଁ କାରଣ ହେବାକୁ ଥିବାରୁ ବିଶ୍ୱର ରାଷ୍ଟ୍ର ସମୂହ ମୁଣ୍ଡ ଖେଳାଇବାକୁ ସେ ଆହ୍ୱାନ କରିଥିଲେ।

ଭାରତ ପକ୍ଷରୁ ଏହି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଇମ୍ରାନ୍‌ ଖାନ୍‌ ସବୁଥର ପରି ଏଥର ମଧ୍ୟ ଜଣାଶୁଣା ମିଛ କହିଛନ୍ତି। ପାକିସ୍ତାନ ଏଭଳି ଏକ ବହୁରାଷ୍ଟ୍ରୀୟ ପ୍ଲାଟଫର୍ମରେ ସଂକୀର୍ଣ୍ଣ ରାଜନୀତିକ ଏଜେଣ୍ଡା ରଖି ଭାରତ ବାବଦରେ ମତ ରଖିଛନ୍ତି।

ରବୀଶ ଏହି ପ୍ରସଙ୍ଗରେ କହିଛନ୍ତି, “ସମଗ୍ର ବିଶ୍ୱବାସୀ ସ୍ପଷ୍ଟ ହୋଇଯିବାର ଆବଶ୍ୟକତା ରହିଛି ଯେ, ବିଶ୍ୱସ୍ତରୀୟ ଫୋରମ୍‌ରେ ଇମ୍ରାନ୍ ଏଭଳି ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସ ହୋଇଗଲାଣି। ଦୁର୍ଭାଗ୍ୟଜନକ ବିଷୟ ହେଉଛି ଏହି ଦେଶର କାର୍ଯ୍ୟକଳାପରେ ଏହାର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ପ୍ରଭାବିତ ହେବାକୁ ପଡ଼ିଛି।”

ପ୍ରଥମ ଥର ପାଇଁ ଶରଣାର୍ଥୀଙ୍କ ଉପରେ ଆୟୋଜିତ ଏହି ବୈଠକ ୟୁଏନ୍‌ଏଚ୍‌ସିଆର, ୟୁଏନ୍‌ ରିଫ୍ୟୁଜି ଏଜେନ୍ସି ଏବଂ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଅବସରରେ ଇମ୍ରାନ୍‌ଙ୍କ ପାକିସ୍ତାନକୁ ସମାଲୋଚନା କରି ରବୀଶ କହିଥିଲେ, “ଗତ ୭୨ ବର୍ଷରେ ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ପାକିସ୍ତାନରେ ବିଧିବଦ୍ଧ ଭାବେ ସମସ୍ତ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯିବା, ସେମାନଙ୍କୁ ଭାରତ ଚାଲିଯିବାକୁ ବାଧ୍ୟ କରିଛି।”

Related story