ବାଂଲା ଭିଡିଓକୁ ଭାରତର କହି ହଟହଟା ଇମ୍ରାନ୍‌

ନୂଆଦିଲ୍ଲୀ: ଫେକ୍‌ ଓ ପୁରୁଣା ଭିଡିଓ ଟ୍ୱିଟ୍‌ କରି ପାକିସ୍ତାନ ହଟହଟା ହେବାର ଖବର କିଛି ନୂଆ ନୁହେଁ। କିନ୍ତୁ ବଡ଼ କଥା ହେଉଛି ଏଥର ଖୋଦ୍‌ ପାକିସ୍ତାନର ୱଜିର ଏ ଆଜମ୍‌ ଇମ୍ରାନ୍‌ ଖାନ୍‌ ଭାରତ ନାମରେ ମିଛ ଅଭିଯୋଗ ଆଣିବା ପରେ ଡିଲିଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି। ସେ କରିଥିବା ଟ୍ୱିଟ୍‌ରେ ପୁଲିସ୍‌ର ନିର୍ଯାତନା ଦୃଶ୍ୟ ରହିଥିଲା। ସେ ଲେଖିଥିଲେ, “ମୁସଲିମ୍‌ଙ୍କ ବିରୋଧରେ ଭାରତୀୟ ପୁଲିସ୍‌ର ଗଣହତ୍ୟା।” ପରେ ଜଣାପଡ଼ିଛି ୭ ବର୍ଷ ପୁରୁଣା […]

Imran

Subrat Kumar Nayak
  • Published: Friday, 03 January 2020
  • , Updated: 03 January 2020, 10:24 PM IST

ନୂଆଦିଲ୍ଲୀ: ଫେକ୍‌ ଓ ପୁରୁଣା ଭିଡିଓ ଟ୍ୱିଟ୍‌ କରି ପାକିସ୍ତାନ ହଟହଟା ହେବାର ଖବର କିଛି ନୂଆ ନୁହେଁ। କିନ୍ତୁ ବଡ଼ କଥା ହେଉଛି ଏଥର ଖୋଦ୍‌ ପାକିସ୍ତାନର ୱଜିର ଏ ଆଜମ୍‌ ଇମ୍ରାନ୍‌ ଖାନ୍‌ ଭାରତ ନାମରେ ମିଛ ଅଭିଯୋଗ ଆଣିବା ପରେ ଡିଲିଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି। ସେ କରିଥିବା ଟ୍ୱିଟ୍‌ରେ ପୁଲିସ୍‌ର ନିର୍ଯାତନା ଦୃଶ୍ୟ ରହିଥିଲା। ସେ ଲେଖିଥିଲେ, “ମୁସଲିମ୍‌ଙ୍କ ବିରୋଧରେ ଭାରତୀୟ ପୁଲିସ୍‌ର ଗଣହତ୍ୟା।” ପରେ ଜଣାପଡ଼ିଛି ୭ ବର୍ଷ ପୁରୁଣା ଏହି ଭିଡିଓଟି ପ୍ରକୃତରେ ବାଂଲାଦେଶର।

https://twitter.com/ANI/status/1213113957629579270?s=20

ପାକିସ୍ତାନରେ ଶିଖ ଗୁରୁ ନାନକଙ୍କ ଜନ୍ମସ୍ଥାନରେ ଥିବା ଗୁରୁଦ୍ୱାରକୁ କିଛି ମୁସଲିମ୍‌ ଟାର୍ଗେଟ୍‌ କରିବା ସହ ଏହାକୁ ଧ୍ୱଂସ କରିବାକୁ ଧମକାଇବା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏହା ପାକିସ୍ତାନର ମୁଖା ଖୋଲି ଦେଇଥିବାରୁ ଇମ୍ରାନ୍‌ ଏହାକୁ ପ୍ରଶମିତ କରିବା ପାଇଁ ଭାରତ ବିରୋଧୀ ଟ୍ୱିଟ୍‌ କରିଥିଲେ।

ତେବେ ଏଥିରେ ଥିବା ପୁଲିସ୍‌ ବା ସୁରକ୍ଷା କର୍ମୀମାନେ ପିନ୍ଧିଥିବା ୟୁନିଫର୍ମରେ ଆରଏବି ଲେଖାଥିଲା। ଏହାର ଫୁଲଫର୍ମ ପ୍ରକୃତରେ ରାପିଡ୍‌ ଆକ୍ସନ୍‌ ବାଟାଲିଅନ୍‌। ଏହା ବାଂଲାଦେଶ ପୁଲିସ୍‌ର ଅପରାଧ ଓ ଆତଙ୍କବାଦ ନିରୋଧୀ ୟୁନିଟ୍‌।

ଇମ୍ରାନ୍‌ଙ୍କ ଟ୍ୱିଟ୍‌ ପରେ ତୁରନ୍ତ ଉତ୍ତରପ୍ରଦେଶ ପୁଲିସ୍‌ ଟ୍ୱିଟ୍‌ କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଛ ଧରିଦେଇଥିଲା। ଏଥିରେ ପୁରା ଭିଡିଓର କେଉଁ ସେକେଣ୍ଡରେ ବାଂଲାଦେଶ ୟୁନିଫର୍ମ ରହିଛି ତାହା ମଧ୍ୟ ରହିଥିଲା। ଏଥିରେ ୟୁଟ୍ୟୁବ୍‌ ଲିଙ୍କ ଏବଂ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ ଖବର ରହିଥିଲା। ତେବେ ଏହି ଟ୍ୱିଟ୍‌ ଦେଖି ଇମ୍ରାନ୍‌ ନିଜ ଟ୍ୱିଟ୍‌ ଡିଲିଟ୍‌ କରିବା ଆଗରୁ ବେଶ୍‌ କିଛି ଜଣଙ୍କ ପାଖରେ ସ୍କ୍ରିନ୍‌ ଶଟ୍‌ ରହିଯାଇଥିଲା। ଯାହା ଏବେ ଇମ୍ରାନ୍‌ଙ୍କ ମିଛକୁ ପଦାରେ ପକାଇଛି।

https://twitter.com/Uppolice/status/1213113084748820481?s=20

Related story