ଆମେଠିରୁ ଆଗୁଆ ପରାଜୟ ସ୍ୱୀକାର କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେଉଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ସ୍ମୃତି ଇରାନୀ ୩୦,୩୦୦ ଭୋଟ୍‌ରେ ରାହୁଲଙ୍କ ଠାରୁ ଆଗରେ ରହିଛନ୍ତି। ଆହୁରି ୩ ଲକ୍ଷ ଭୋଟ୍‌ ଗଣତି ହେବାକୁ […]

s

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 06:44 PM IST

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେଉଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ସ୍ମୃତି ଇରାନୀ ୩୦,୩୦୦ ଭୋଟ୍‌ରେ ରାହୁଲଙ୍କ ଠାରୁ ଆଗରେ ରହିଛନ୍ତି। ଆହୁରି ୩ ଲକ୍ଷ ଭୋଟ୍‌ ଗଣତି ହେବାକୁ ବାକି ରହିଛି। ହେଲେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ନିଜର ପରାଜୟ ସ୍ୱୀକାର କରିଛନ୍ତି।

ରାହୁଲ କହିଛନ୍ତି, “ବିଜୟ ପାଇଁ ବିଜେପି ଓ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା। ଆମର ମାଲିକ ହେଉଛନ୍ତି ଜନତା। ଆଜିର ଦିନରେ ମୁଁ କ’ଣ ଭୁଲ କରିଛି ସେକଥା ବିତର୍କର ବିଷୟ ନୁହେଁ। କାରଣ ଦେଶବାସୀ ସ୍ପଷ୍ଟ ଭାବେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେଇଛନ୍ତି। ଦେଶର ନାଗରିକ ହିସାବରେ ମୁଁ ଜନତାଙ୍କ ମତକୁ ସମର୍ଥନ କରୁଛି। ଆମେଠି ମୋ ଆସନ ଥିଲା। ଏବେ ସ୍ମୃତି ଇରାନୀ ଏହାର ଦାୟିତ୍ୱ ନେବେ। ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଁ ଶତପ୍ରତିଶତ ଦାୟୀ।”

ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାହୁଲ ଗାନ୍ଧି ବର୍ତ୍ତମାନ ସୁଦ୍ଧା ୨୭୩୫୪୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସ୍ମୃତି ଇରାନୀ ୩୧୧୯୯୨ କଣ୍ଡ ଭୋଟ୍‌ ପାଇ ଆଗରେ ରହିଛନ୍ତି।

Related story