ଭାଇଚାରାର ନିଆରା ନିଦର୍ଶନ: ଝିଅ ବାହାଘର କାର୍ଡରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଛାପିଲେ ସଲିମ୍ ଚାଚା

ଆମ ଦେଶ ଭାରତର ବିଶେଷତ୍ୱ ହେଲା, ବିଭିନ୍ନତା ଭିତରେ ଭିନ୍ନତା। ଏଠି ଭିନ୍ନ ଭିନ୍ନ ଜାତି, ଧର୍ମ ଓ ଚିନ୍ତାଧାରାର ଲୋକ ଆବହମାନ କାଳରୁ ଏକାଠି ରହି ଆସୁଛନ୍ତି। ଏହାର ଅନେକ ଉଦାହରଣ ବି ଆମ ଆଗରେ ରହିଛି। ସେମିତି ଆଉଏକ ଉଦାହରଣ ସୃଷ୍ଟି ହୋଇଛି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି। ଏବେ ଝିଅ ବାହାଘର ପାଇଁ ବ୍ୟସ୍ତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ଫଇଜାବାଦର ମହମ୍ମଦ ସଲିମ। ତେବେ ସେ ଏକ ଭିନ୍ନ କାରଣରୁ ଏବେ ଚର୍ଚ୍ଚାକୁ ଆସିଛନ୍ତି। […]

nyoooz_hindi1664_1525155079

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 08:02 PM IST

ଆମ ଦେଶ ଭାରତର ବିଶେଷତ୍ୱ ହେଲା, ବିଭିନ୍ନତା ଭିତରେ ଭିନ୍ନତା। ଏଠି ଭିନ୍ନ ଭିନ୍ନ ଜାତି, ଧର୍ମ ଓ ଚିନ୍ତାଧାରାର ଲୋକ ଆବହମାନ କାଳରୁ ଏକାଠି ରହି ଆସୁଛନ୍ତି। ଏହାର ଅନେକ ଉଦାହରଣ ବି ଆମ ଆଗରେ ରହିଛି। ସେମିତି ଆଉଏକ ଉଦାହରଣ ସୃଷ୍ଟି ହୋଇଛି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି।

ଏବେ ଝିଅ ବାହାଘର ପାଇଁ ବ୍ୟସ୍ତ ଅଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ଫଇଜାବାଦର ମହମ୍ମଦ ସଲିମ। ତେବେ ସେ ଏକ ଭିନ୍ନ କାରଣରୁ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲା ତାଙ୍କ ଝିଅ ଜାହାନା ବାନୋଙ୍କ ବାହାଘର ପାଇଁ ସେ ଛାପିଥିବା କାର୍ଡ ବା ନିମନ୍ତ୍ରଣ ପତ୍ର। ଆପଣ ଭାବୁଥିବା ଏକ ନିମନ୍ତ୍ରଣ ପତ୍ରକୁ ନେଇ କି ବା ଚର୍ଚ୍ଚା ହୋଇପାରେ। ହଁ, କଥାଟି ସେମିତି ହିଁ ଘଟିଛି। ଏହି ବାହାଘର କାର୍ଡରେ ସଲିମ୍ ଚାଚା ଭାଇଚାରାର ଏକ ନିଆରା ନିଦର୍ଶନ ଦେଖାଇଛନ୍ତି। ମୁସଲମାନ ଧର୍ମର ଲୋକ ହୋଇଥିଲେ ବି, ଝିଅର ଏହି ବାହାଘର କାର୍ଡରେ ସେ ହିନ୍ଦୁ ଦେବତା ପ୍ରଭୁ ରାମ ଓ ମାଆ ସୀତାଙ୍କ ଫଟୋ ଛାପିଛନ୍ତି। କେବଳ ସେତିକି ନୁହେଁ, ସେଥିରେ କଳସ, ଦୀପ, କଦଳୀଗଛ, ପୂଜାଥାଳି, ହୋମ ଓ ଯଜ୍ଞର ଚିତ୍ର ମଧ୍ୟ ରଖିଛନ୍ତି। ଅର୍ଥାତ କାର୍ଡଟି ଦେଖିଲେ ସମସ୍ତେ ଭାବିବେ ଯେ ଏହା କୌଣସି ହିନ୍ଦୁ ବାହାଘରର ନିମନ୍ତ୍ରଣ ପତ୍ର। ସେଥିପାଇଁ ସଲିମ ଚାଚା ଏବେ ଚର୍ଚ୍ଚାରେ।

ସଲିମଙ୍କ କହିବା କଥା ହେଲା, ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ହେଲା, ହିନ୍ଦୁ ଓ ମୁସଲମାନ ଧର୍ମର ଲୋକଙ୍କ ଭିତରେ ଥିବା ତଥାକଥିତ ବିଭେଦକୁ ଦୂର କରିବା। ସେ କହିଛନ୍ତି, ଯଦି ଆମେ ହିନ୍ଦୁ ଧର୍ମକୁ ସହୃଦୟଆର ସହ ଗ୍ରହଣ କରିବା ତେବେ ହିନ୍ଦୁ ଲୋକମାନେ ମଧ୍ୟ ମୁସଲମାନ ଧର୍ମକୁ ସେମିତି ଶ୍ରଦ୍ଧାରେ ଗ୍ରହଣ କରିବେ।

ସଲିମଙ୍କ ପଡ଼ୋଶୀ ରାଧେଶ୍ୟାମ ତିଓ୍ଵାରି କହନ୍ତି- ‘ମୁସଲମାନମାନେ ହିନ୍ଦୁ ଧର୍ମକୁ କେମିତି ସମ୍ମାନ ଦିଅନ୍ତି, ସଲିମ ବାବୁଙ୍କର ଏହି ଝିଅ ବାହାଘର କାର୍ଡରୁ ସ୍ପଷ୍ଟ ପ୍ରମାଣିତ। ଏବେଯାଏଁ ସଲିମଙ୍କର ଏପରି କାମକୁ ତାଙ୍କ ମୁସଲମାନ ଭାଇମାନେ କେହି ସମାଲୋଚନା କରିନାହାଁନ୍ତି। ଏହା ହିଁ ବଡ଼ କଥା।’

 

Related story