ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସ୍ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ଘରୋଇ ବିମାନରେ ବସି ପୁରି ଓ ତରକାରି ଖାଉଥିବାର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ୍ କରିଛନ୍ତି।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଅଖିଲେଶଙ୍କ ସହ ଗେରୁଆ ବସ୍ତ୍ର ପିନ୍ଧି ପୁରି ଖାଉଥିବା ଏହି ବ୍ୟକ୍ତି ଜଣଙ୍କ ଯୋଗୀ ଆଦିତ୍ୟନାଥ ନୁହନ୍ତି। ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି। ଭଲ ଭାବେ ନ ଦେଖି ଯେକେହି ବି ଧୋକା ଖାଇଯିବେ ଓ ତାଙ୍କୁ ଯୋଗୀ ଆଦିତ୍ୟନାଥ ବୋଲି ଭାବି ନେବେ! ତାଙ୍କ ନାମ ସୁରେଶ ଠାକୁର। ସମାଜବାଦୀ ପାର୍ଟି ଚଳିତ ନିର୍ବାଚନର ପ୍ରଚାରରେ ତାଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି। ଦଳ ତାଙ୍କୁ ‘ବାବା’ ନାଁରେ ସମ୍ବୋଧିତ କରୁଛି।
जब उन्होंने हमारे जाने के बाद मुख्यमंत्री आवास को गंगा जल से धोया था तब हमने भी तय कर लिया था कि हम उनको पूड़ी खिलाएँगे! pic.twitter.com/9GubzO1hOW
— Akhilesh Yadav (@yadavakhilesh) May 15, 2019
ଏସ୍ପି ସୁପ୍ରିମୋ ଟ୍ୱିଟ୍ କରିଥିବା ଫଟୋରେ ଉଲ୍ଲେଖ କରିଛନ୍ତି ଯେ,'ମୁଁ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ଯୋଗୀ ଆଦିତ୍ୟନାଥ ସେହି ଘରକୁ ଗଙ୍ଗା ଜଳରେ ଧୋଇଥିଲେ। ସେହି ଦିନ ମୁଁ ନିଷ୍ପତ୍ତି ନେଇଥିଲି ଯେ ତାଙ୍କୁ ପୁରି ଖୁଆଇବି।’
୨୦୧୨ରୁ ୨୦୧୭ ଅଖିଲେଶ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିବା ପରେ ଯୋଗୀ ଆଦିତ୍ୟନାଥଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା। ଅଖିଲେଶ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ଯୋଗୀ ଗଙ୍ଗା ଜଳରେ ମୁଖ୍ୟମନ୍ତ୍ରୀ ନିବାସକୁ ଧୋଇଥିଲେ।