ବିଶ୍ୱର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି ୧୪ଟି ଭାରତୀୟ ସହର

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ପ୍ରଦୂଷଣ ଜନିତ ସମସ୍ୟା ଦେଇ ଗତି କରୁଛି। ସମସ୍ତେ ପ୍ରଦୂଷଣମୁକ୍ତ ବିଶ୍ୱ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଏହାକୁ କାମରେ ଲଗାଇବା ବେଳକୁ ଆଧୁନିକତା ଓ ଆବଶ୍ୟକତାର ଦ୍ୱାହି ଦେଇ ପଛଘୁଞ୍ଚା ଦେଉଛନ୍ତି। ଭାରତକୁ ଉଦାହାରଣ ଭାବେ ନିଆଯାଇ ପାରେ। ବିଶ୍ୱ ପରିବେଶ ପ୍ରଦୂଷଣ  ଦୂର କରିବାରେ ଭାରତ ପ୍ରମୁଖ ଭୂମିକା ନେଉଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟଏଚ୍‌ଓ) ପ୍ରଦୂଷଣ ଉପରେ ପ୍ରକାଶ କରିଥିବା ତାଜା ଗ୍ଲୋବାଲ୍ ରିପୋର୍ଟ […]

pollution

Jyoshna Pradhan
  • Published: Tuesday, 30 October 2018
  • , Updated: 30 October 2018, 09:10 AM IST

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ପ୍ରଦୂଷଣ ଜନିତ ସମସ୍ୟା ଦେଇ ଗତି କରୁଛି। ସମସ୍ତେ ପ୍ରଦୂଷଣମୁକ୍ତ ବିଶ୍ୱ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ଏହାକୁ କାମରେ ଲଗାଇବା ବେଳକୁ ଆଧୁନିକତା ଓ ଆବଶ୍ୟକତାର ଦ୍ୱାହି ଦେଇ ପଛଘୁଞ୍ଚା ଦେଉଛନ୍ତି। ଭାରତକୁ ଉଦାହାରଣ ଭାବେ ନିଆଯାଇ ପାରେ। ବିଶ୍ୱ ପରିବେଶ ପ୍ରଦୂଷଣ  ଦୂର କରିବାରେ ଭାରତ ପ୍ରମୁଖ ଭୂମିକା ନେଉଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟଏଚ୍‌ଓ) ପ୍ରଦୂଷଣ ଉପରେ ପ୍ରକାଶ କରିଥିବା ତାଜା ଗ୍ଲୋବାଲ୍ ରିପୋର୍ଟ ସମସ୍ତଙ୍କୁ ଚକିତ କରିବା ଭଳି ରହିଛି। ଏହି ରିପୋର୍ଟ ଅନୁସାରେ ବିଶ୍ୱର ୨୦ଟି ପ୍ରଦୂଷିତ ସହର ମଧ୍ୟରୁ ୧୪ଟି ସହର ଭାରତରେ ରହିଛି।

ଯାହା ବିଶ୍ୱରେ ଭାରତକୁ ସବୁଠାରୁ ଅଧିକ ପ୍ରଦୂଷିତ ଦେଶର ଆକ୍ଷା ଦେଇଛି। ଏଠାରେ ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ପ୍ରଦୂଷିତ ବାୟୁ କାରଣରୁ ଘଟୁଛି ବୋଲି ରିପୋର୍ଟରେ କୁହାଯାଇଛି।ଏହି ସଂଖ୍ୟା ବିଶ୍ୱର ସବୁଠାରୁ ଅଧିକ।

ଅନ୍ୟପକ୍ଷରେ ଡବ୍ଲ୍ୟଏଚ୍‌ଓ ପକ୍ଷରୁ ପ୍ରକାଶିତ ହୋଇଥିବା ପ୍ରଦୂଷଣ ରିପୋର୍ଟକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।  ଦିଲ୍ଲୀର କାରବେଜ୍‌ ଷ୍ଟୋର୍‌ରେ କାମ କରୁଥିବା ଏନ୍‌ଡିଏମ୍‌ସି କର୍ମଚାରୀ ଅରମେନ୍ଦ୍ର  କହିଛନ୍ତି, “ଏଠାରେ ନେକ ସମୟରେ ନିଆଁ ଲାଗିଥାଏ। ଏଥିସହ ବିଷାକ୍ତ ଗ୍ୟାସ୍‌ ଚାରି ଆଡେ ପ୍ରସାରିତ ହୋଇଥାଏ। ତେଣୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ।”

ବିଶ୍ୱରେ ପ୍ରଦୂଷିତ ବାୟୁ ଦ୍ୱାରା ହେଉଥିବା ପ୍ରତି ୪ ଜଣଙ୍କ ମୃତ୍ୟୁରେ ଜଣେ ଭାରତୀୟ ଥିବା ଜଣାପଡ଼ିଛି। ଦିଲ୍ଲୀ ଭାରତର ସବୁଠାରୁ ପ୍ରଦୂଷିତ ସହର ହୋଇଥିବା ବେଳେ କାନପୁର ଦ୍ୱିତୀୟ ଓ ଗୁରଗ୍ରାମ ତୃତୀୟ ସ୍ଥାନରେ ରହିଛି।

Related story