ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାର ଏବେ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି। ଘୋଷଣା ଅନୁଯାୟୀ, ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ୩୧ ଜୁଲାଇ ଓ ଅକ୍ଟୋବର ୩୧ରୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି।
ସେହିପରି ଟିକସ ଅଡିଟ୍ ତାରିଖକୁ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। ‘ବିବାଦ ସେ ବିଶ୍ୱାସ’ ସ୍କିମ ଜରିଆରେ ଟିକସ ଦାତା ଏଣିକି ୨୦୨୦ ଡିସେମ୍ବର ୩୧ ମଧ୍ୟରେ ନିଜର ଅର୍ଥ ପୈଠ କରିପାରିବେ। ପୂର୍ବରୁ ଏହା ଜୁନ ୪ ରହିଥିଲା। ଟିକସ ଦେଉ ନଥିବା ଲୋକଙ୍କୁ ବିନା କୌଣସି ଫାଇନରେ ଅର୍ଥ ପୈଠ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।
ଅନ୍ୟପକ୍ଷରେ ସରକାରଙ୍କ ଉପରେ ବକେୟା ରହିଥିବା ସମସ୍ତ ଚ୍ୟାରିଟେବୁଲ ଟ୍ରଷ୍ଟ, ନନ୍ କର୍ପୋରେଟ ବ୍ୟବସାୟୀଙ୍କ ଅର୍ଥକୁ ରିଲିଜ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।