କାନିମୋଝିଙ୍କ ଘରେ ଆୟକର ଚଢ଼ଉ

ଚେନ୍ନାଇ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ଦିନକ ପୂର୍ବରୁ ଡିଏମକେ ନେତ୍ରୀ ତଥା ତୁତିକୋରିନର ଲୋକସଭା ପ୍ରାର୍ଥୀ କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ତୁତିକୋରିନରେ ଥିବା କାନିମୋଝିଙ୍କ ବାସଭବନରେ ବିପୁଳ ପରିମାଣର ଟଙ୍କା ରହିଥିବା ଖବର ପାଇ ଆଜି ସନ୍ଧ୍ୟାରେ ଆୟକର ଓ ପ୍ଲାଇଙ୍ଗ ସ୍କ୍ୱାଡ୍‌ ଚଢ଼ଉ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା କାନିମୋଝି କୁରୁଙ୍ଗି ନଗର ବାସଭବନରେ ୧୮ ତାରିଖ ଭୋଟ୍‌ ପାଇଁ […]

erf

Hemant Lenka
  • Published: Tuesday, 16 April 2019
  • , Updated: 16 April 2019, 09:44 PM IST

ଚେନ୍ନାଇ: ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣର ଦିନକ ପୂର୍ବରୁ ଡିଏମକେ ନେତ୍ରୀ ତଥା ତୁତିକୋରିନର ଲୋକସଭା ପ୍ରାର୍ଥୀ କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଓ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ତୁତିକୋରିନରେ ଥିବା କାନିମୋଝିଙ୍କ ବାସଭବନରେ ବିପୁଳ ପରିମାଣର ଟଙ୍କା ରହିଥିବା ଖବର ପାଇ ଆଜି ସନ୍ଧ୍ୟାରେ ଆୟକର ଓ ପ୍ଲାଇଙ୍ଗ ସ୍କ୍ୱାଡ୍‌ ଚଢ଼ଉ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା କାନିମୋଝି କୁରୁଙ୍ଗି ନଗର ବାସଭବନରେ ୧୮ ତାରିଖ ଭୋଟ୍‌ ପାଇଁ ପ୍ରଚାର ଶେଷ ହେବା ପରେ ସେଠାରେ ରହିଥିଲେ। କିନ୍ତୁ ହଠାତ୍‌ ଅଧିକାରୀମାନେ ସେଠାରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲେ।

ଜଣେ ଅଧିକାରୀ କହିଛନ୍ତି, “ତୁତିକୋରିନ୍‌ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଏଭଳି ଚଢ଼ଉ କରାଯାଇଛି। ୧୦ ଜଣ ଅଧିକାରୀ ଚଢ଼ଉରେ ସାମିଲ ହୋଇଛନ୍ତି। ଏହି ବାସଭବନର ଉପର ରୁମ୍‌ରେ ନଗଦ ଟଙ୍କା ଗଚ୍ଛିତ ହୋଇ ରହିଥିବା ଆମକୁ ଖବର ମିଳିଛି। ତେଣୁ ଆମେ କେବଳ ଏହା ସତ କି ମିଛ, ସେକଥା ଜାଣିବା ପାଇଁ ଚଢ଼ଉ କରିଛୁ।”

Related story