ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ହଜାର ତବଲିଗି ଜମାତ୍ ସହ ଜଡ଼ିତ

ନୂଆଦିଲ୍ଲୀ: ଶନିବାର ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସିଂହଭାଗ ତବଲିଗି ଜମାତ ଧାର୍ମିକ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବା ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଏଭଳି ୪ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ତଥ୍ୟ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ପ୍ରତିନିଧି ଏବଂ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲର ପ୍ରତିନିଧିଙ୍କ ଉପସ୍ଥିତିରେ […]

Delhi

Subrat Kumar Nayak
  • Published: Saturday, 18 April 2020
  • , Updated: 18 April 2020, 06:06 PM IST

ନୂଆଦିଲ୍ଲୀ: ଶନିବାର ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ଭାରତରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସିଂହଭାଗ ତବଲିଗି ଜମାତ ଧାର୍ମିକ କାର୍ଯ୍ୟକ୍ରମ ସହ ଜଡ଼ିତ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବା ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଏଭଳି ୪ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ତଥ୍ୟ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ପ୍ରତିନିଧି ଏବଂ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲର ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ ଆଜି କହିଛନ୍ତି, “ସମୁଦାୟ ୧୪,୩୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୪,୨୯୧ (୨୯.୮%) ଆକ୍ରାନ୍ତ ନିଜାମୁଦ୍ଦିନ ମର୍କାଜ କ୍ଲଷ୍ଟର ସହିତ ଜଡ଼ିତ। ଏହା ଏକକ ଉତ୍ସ ବା ଗୋଟିଏ ସ୍ଥାନରୁ ସର୍ବାଧିକ ବ୍ୟାପିଥିବା କୁହାଯାଇଛି। ସେମାନେ ମର୍କାଜ୍‌ରୁ ଯାଇ ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଛନ୍ତି। ଅନ୍ୟପକ୍ଷରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୪% ତାମିଲନାଡ଼ୁରେ, ଦିଲ୍ଲୀରେ ୬୩%, ତେଲେଙ୍ଗାନାରେ ୭୯%, ଉତ୍ତରପ୍ରଦେଶରେ ୫୯% ଏବଂ ଆନ୍ଧ୍ରପ୍ରଦେଶରେ ୬୧% ଦିଲ୍ଲୀର ମର୍କାଜ୍‌ କାର୍ଯ୍ୟକମ୍ର ସହ ଜଡ଼ିତ ଆକ୍ରାନ୍ତ ରହିଛନ୍ତି।” ସରକାରଙ୍କ ତ୍ୱରିତ ପଦକ୍ଷେପ କରୋନା ଉପରେ ଲଗାମ ଲଗାଇଥିବା ଏହି ଅବସରରେ କୁହାଯାଇଛି।
https://twitter.com/ANI/status/1251466446770757632?s=20

ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି, ଆମର ତୃଣମୂଳ ସ୍ତରର କାର୍ଯ୍ୟକ୍ରମ ସକରାତ୍ମକ ଫଳାଫଳ ଦେଉଛି। ଗତ ୨୮ ଦିନ ମଧ୍ୟରେ ପୁଡୁଚେରୀର ମହେ ଏବଂ କର୍ଣ୍ଣାଟକାର କୋଡାଗୁରେ ଆଦି ଜିଲ୍ଲାରୁ କୌଣସି ସକରାତ୍ମକ ମାମଲା ଆସିନାହିଁ। ଏହା ବ୍ୟତୀତ ୨୩ଟି ରାଜ୍ୟର ୪୫ଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ସେ କହିଛନ୍ତି।

Related story