ଆତଙ୍କବାଦ ବିରୋଧରେ ଭାରତ ଏବଂ ବାହରିନ୍‌ର ମିଳିତ ଆହ୍ୱାନ

ନୂଆଦିଲ୍ଲୀ: ଭାରତ ଏବଂ ବାହରିନ୍‌ ଏକ ମିଳିତ ବିବୃତି ଜିଆରେ ଅନ୍ତର୍ଜାତୀୟ ରାଷ୍ଟ୍ର ସମୁଦାୟଙ୍କୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ସୁରକ୍ଷା, ଆଣ୍ଟି ଟେରରିଜମ୍‌ ଏବଂ ସୂଚନା ଓ ଗୁଇନ୍ଦା ଆଦି କ୍ଷେତ୍ରରେ ସହଯୋଗ ପାଇଁ ଏଥିରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହରିନ୍‌ ଗସ୍ତରେ ଯାଇଥିବା ସମୟରେ ଏହି ବିବୃତି ଜାରି କରାଯାଇଛି। ରବିବାର ଏହି ଗସ୍ତରେ ମୋଦି ବାହରିନ୍‌ କିଙ୍ଗ ହମାଦ୍‌ ବିନ୍‌ ଇସା ଆଲ ଖଲିଫା ଏବଂ ପ୍ରଧାନମନ୍ତ୍ରୀ ଖଲିଫା […]

modi

Subrat Kumar Nayak
  • Published: Sunday, 25 August 2019
  • , Updated: 25 August 2019, 05:40 PM IST

ନୂଆଦିଲ୍ଲୀ: ଭାରତ ଏବଂ ବାହରିନ୍‌ ଏକ ମିଳିତ ବିବୃତି ଜିଆରେ ଅନ୍ତର୍ଜାତୀୟ ରାଷ୍ଟ୍ର ସମୁଦାୟଙ୍କୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ସୁରକ୍ଷା, ଆଣ୍ଟି ଟେରରିଜମ୍‌ ଏବଂ ସୂଚନା ଓ ଗୁଇନ୍ଦା ଆଦି କ୍ଷେତ୍ରରେ ସହଯୋଗ ପାଇଁ ଏଥିରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହରିନ୍‌ ଗସ୍ତରେ ଯାଇଥିବା ସମୟରେ ଏହି ବିବୃତି ଜାରି କରାଯାଇଛି।

ରବିବାର ଏହି ଗସ୍ତରେ ମୋଦି ବାହରିନ୍‌ କିଙ୍ଗ ହମାଦ୍‌ ବିନ୍‌ ଇସା ଆଲ ଖଲିଫା ଏବଂ ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ୍‌ ଅଲ ଖଲିଫାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ। ତେବେ ଜାରି ହୋଇଥିବା ବିବୃତିରେ କାହାର ନାଁ ନନେଇ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରମାନଙ୍କୁ ଏପରି ନ କରିବାକୁ କୁହାଯାଇଛି।

ଏଥିରେ କୁହାଯାଇଛି, ସବୁ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ବିରୋଧରେ ଆତଙ୍କବାଦକୁ ବ୍ୟବହାର କରିବା ବନ୍ଦ କରନ୍ତୁ। ଯେଉଁଠାରେ ଆତଙ୍କବାଦ ଭିତ୍ତିଭୂମି ଅଛି ତାକୁ ନଷ୍ଟ କରିବା ସହ ସେମାନଙ୍କୁ ଆର୍ଥିକ ଓ ଅନ୍ୟ ସହାୟତା ବନ୍ଦ କରାଯାଉ। ଆତଙ୍କବାଦ ସହ ଜଡ଼ିତ ଲୋକଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା କରନ୍ତୁ।

Related story