ଏୟାର ଇଣ୍ଡିଆ ବନ୍ଦ ହେବା ଚର୍ଚ୍ଚାକୁ ଗୁଜବ କହିଲେ ସିଏମ୍‌ଡି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ଉଡ଼ାଣ କମ୍ପାନୀ ଏୟାର ଇଣ୍ଡିଆ ବନ୍ଦ ହୋଇଯିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଗୁଜବ କହିଛନ୍ତି ଏହାର ସିଏମ୍‌ଡି। ଏୟାର ଇଣ୍ଡିଆ ମୁଖ୍ୟ ଅଶ୍ୱନୀ ଲୋହାନୀ ଶନିବାର କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଏହା ପୂର୍ବରୁ ବେସାମରିକ ବିମାନ ଉଡ଼ାଣ ମନ୍ତ୍ରଣାଳୟକୁ କହିଥିଲେ, ଏୟାର ଇଣ୍ଡିଆ ଉଡ଼ାଣ ଚାଲୁ ରଖିବା ଆଉ ସମ୍ଭବପର ହୋଇପାରୁନାହିଁ। ତେବେ ଆଜି ସେ କହିଛନ୍ତି, “ଏୟାର ଇଣ୍ଡିଆ ବନ୍ଦ ହେବା ବା ଉଡ଼ାଣ ବନ୍ଦ କରିବା […]

AIR INDIA

Subrat Kumar Nayak
  • Published: Saturday, 04 January 2020
  • , Updated: 04 January 2020, 09:59 PM IST

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ଉଡ଼ାଣ କମ୍ପାନୀ ଏୟାର ଇଣ୍ଡିଆ ବନ୍ଦ ହୋଇଯିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଗୁଜବ କହିଛନ୍ତି ଏହାର ସିଏମ୍‌ଡି। ଏୟାର ଇଣ୍ଡିଆ ମୁଖ୍ୟ ଅଶ୍ୱନୀ ଲୋହାନୀ ଶନିବାର କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସେ ଏହା ପୂର୍ବରୁ ବେସାମରିକ ବିମାନ ଉଡ଼ାଣ ମନ୍ତ୍ରଣାଳୟକୁ କହିଥିଲେ, ଏୟାର ଇଣ୍ଡିଆ ଉଡ଼ାଣ ଚାଲୁ ରଖିବା ଆଉ ସମ୍ଭବପର ହୋଇପାରୁନାହିଁ।

ତେବେ ଆଜି ସେ କହିଛନ୍ତି, “ଏୟାର ଇଣ୍ଡିଆ ବନ୍ଦ ହେବା ବା ଉଡ଼ାଣ ବନ୍ଦ କରିବା ଗୁଜବ ଏବଂ ଭିତ୍ତିହୀନ ଚର୍ଚ୍ଚା। ଏହା ପୂର୍ବବତ୍‌ ଉଡ଼ାଣ ଜାରି ରଖିବ ଏବଂ ସେବା ପ୍ରସାରଣ କରିବ। ଏହା ସହ ଜଡ଼ିତ କେହି ଚିନ୍ତିତ ହେବାର କୌଣସି କାରଣ ନାହିଁ।”

ଏହା ପୂର୍ବରୁ ସେ ମନ୍ତ୍ରଣାଳୟକୁ କହିଥିଲେ, ସମଗ୍ର ଆର୍ଥିକ ସ୍ଥିତି ଭଲ ନାହିଁ ଏବଂ ଏହି ବିମାନସେବା ଆଗକୁ ଚାଲୁ ରଖିବା କଷ୍ଟକର ହେବ। ବିନା ସରକାରୀ ହସ୍ତକ୍ଷେପ ଏବଂ ସହାୟତାରେ ଏହା ଚାଲିପାରିବ ନାହିଁ, ଯାହାକି ଆମେ ବହୁ ଆଗରୁ କହିଆସୁଛୁ।

Related story