‘ସରକାର ରିହାତି ନଦେଲେ ଭୋଡା-ଆଇଡିଆ ବନ୍ଦ ହେବ’

ନୂଆଦିଲ୍ଲୀ:ଭାରତର ତୃତୀୟ ବୃହତ ଟେଲିକମ୍‌ ସେବା ପ୍ରଦାନକାରୀ ଭୋଡାଫୋନ୍‌ ଆଇଡିଆକୁ ସରକାର ରିହାତି ନଦେଲେ ଏହା ବନ୍ଦ ହୋଇଯିବ। ସୁପ୍ରିମ୍‌କୋର୍ଟଙ୍କ ଏକ ରାୟ ପରେ ବଢ଼ିଯାଇଥବା ବକେୟା ଫେରାଇବାରେ ସରକାର କୋହଳମନୋଭାବ ପୋଷଣ କରିବାକୁ ଅନୁରୋଧ କରି କମ୍ପାନୀର କୋଟିପତି ଅଧ୍ୟକ୍ଷ କୁମାର ମଙ୍ଗଲମ୍‌ ବିର୍ଲା ଏଭଳି କହିଛନ୍ତି। ବିର୍ଲା କହିଛନ୍ତି, ଆମେ ଯଦି କିଛି ପାଉନାହୁଁ ଭାବିନିଅନ୍ତୁ ଭୋଡାଫୋନ୍‌ ଆଇଡିଆର କାହାଣୀ ଶେଷ। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ୫୩,୦୩୮ କୋଟି ଟଙ୍କା ଫେରାଇବାକୁ ଥିବାବେଳେ […]

birla

Subrat Kumar Nayak
  • Published: Friday, 06 December 2019
  • , Updated: 06 December 2019, 05:42 PM IST

ନୂଆଦିଲ୍ଲୀ:ଭାରତର ତୃତୀୟ ବୃହତ ଟେଲିକମ୍‌ ସେବା ପ୍ରଦାନକାରୀ ଭୋଡାଫୋନ୍‌ ଆଇଡିଆକୁ ସରକାର ରିହାତି ନଦେଲେ ଏହା ବନ୍ଦ ହୋଇଯିବ। ସୁପ୍ରିମ୍‌କୋର୍ଟଙ୍କ ଏକ ରାୟ ପରେ ବଢ଼ିଯାଇଥବା ବକେୟା ଫେରାଇବାରେ ସରକାର କୋହଳମନୋଭାବ ପୋଷଣ କରିବାକୁ ଅନୁରୋଧ କରି କମ୍ପାନୀର କୋଟିପତି ଅଧ୍ୟକ୍ଷ କୁମାର ମଙ୍ଗଲମ୍‌ ବିର୍ଲା ଏଭଳି କହିଛନ୍ତି।

ବିର୍ଲା କହିଛନ୍ତି, ଆମେ ଯଦି କିଛି ପାଉନାହୁଁ ଭାବିନିଅନ୍ତୁ ଭୋଡାଫୋନ୍‌ ଆଇଡିଆର କାହାଣୀ ଶେଷ। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ୫୩,୦୩୮ କୋଟି ଟଙ୍କା ଫେରାଇବାକୁ ଥିବାବେଳେ ଏଥିପାଇଁ ସରକାର ରିହାତି ପ୍ରଦାନ କରିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍‌ ବଜାରରେ ମାଗଣା ଅଫର ସହ ଦବ୍‌ଦବା ପ୍ରଦର୍ଶନ କରିବା ପରେ ପ୍ରମୁଖ ଟେଲିକମ୍‌ କମ୍ପାନୀ କେଇ ପାଦ ପଛରେ ପଡ଼ିଯାଇଥିଲେ। ଏହାପରେ ବିର୍ଲାଙ୍କ ଆଇଡିଆ ଏବଂ ବ୍ରିଟିଶ କମ୍ପାନୀ ଭୋଡାଫୋନ୍‌ର ମିଶ୍ରଣ ଘଟିଥିଲା।

Related story