ପିଓକେରେ ଭାରତର ବଡ଼ଧରଣର ଏୟାର ଷ୍ଟ୍ରାଇକ, ଆତଙ୍କୀ ଲଞ୍ଚପ୍ୟାଡ ଛିନଛତ୍ର

ଶ୍ରୀନଗର: ‌ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଏହାର ଷ୍ଟ୍ରାଇକ କରିଛି ଭାରତ। ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ଏକାଧିକ ଆତଙ୍କୀ ଲଞ୍ଚପ୍ୟାଡ୍‌ ଛିନଛତ୍ର ହୋଇଯାଇଛି। ଏଥିସହ ଏହି ଲଞ୍ଚ ପ୍ୟାଡ୍‌ରେ ଭାରତକୁ ଅନୁପ୍ରବେଶ କରିବା ଅପେକ୍ଷାରେ ଥିବା ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ପିଟିଆଇ କେବଳ ବ୍ରେକିଂ ଭାବେ ଭାରତ ପିଓକେରେ ପିନପଏଣ୍ଟ ଷ୍ଟ୍ରାଇକ୍‌ କରିଥିବା ଖବର ପ୍ରକାଶ କରିଛି। ଆଗକୁ […]

rf

Hemant Lenka
  • Published: Thursday, 19 November 2020
  • , Updated: 19 November 2020, 08:07 PM IST

ଶ୍ରୀନଗର: ‌ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଏହାର ଷ୍ଟ୍ରାଇକ କରିଛି ଭାରତ। ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ଏକାଧିକ ଆତଙ୍କୀ ଲଞ୍ଚପ୍ୟାଡ୍‌ ଛିନଛତ୍ର ହୋଇଯାଇଛି। ଏଥିସହ ଏହି ଲଞ୍ଚ ପ୍ୟାଡ୍‌ରେ ଭାରତକୁ ଅନୁପ୍ରବେଶ କରିବା ଅପେକ୍ଷାରେ ଥିବା ଅନେକ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ପିଟିଆଇ କେବଳ ବ୍ରେକିଂ ଭାବେ ଭାରତ ପିଓକେରେ ପିନପଏଣ୍ଟ ଷ୍ଟ୍ରାଇକ୍‌ କରିଥିବା ଖବର ପ୍ରକାଶ କରିଛି।

ଆଗକୁ ଜମ୍ମୁ-କଶ୍ମୀରରେ ଜିଲ୍ଲାସ୍ତରୀୟ ନିର୍ବାଚନ ହେବ। ଗଣତନ୍ତ୍ରର ଏହି ମହାନ ପର୍ବକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀ ଓ ପାକିସ୍ତାନ ପ୍ରୟାସ କରିବାରେ ଲାଗିଛନ୍ତି। ଆଜି ନାଗ୍ରୋଟାରେ ସୁରକ୍ଷାକର୍ମୀମାନେ ୪ ଜଣ ଆତଙ୍କବାଦୀଙ୍କୁ ଖତମ କରିଥିଲେ। ଆଗକୁ ବଡ଼ଧରଣର ଆକ୍ରମଣ ହେବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପିଓକେ କିମ୍ବା ପାକିସ୍ତାନରେ ଭାରତୀୟ ସେନାର ଏଭଳି ଆକ୍ରମଣ ନୂଆ ନୁହେଁ। ୨୦୧୬ରେ ଭାରତୀୟ ସ୍ଥଳସେନା ପିଓକେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ସେହିପରି ୨୦୧୯ରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା।

Related story