ପଙ୍ଗା ନେଇ ଭୁଲ୍ କଲା ଚୀନ, କ୍ଷତିରେ ପଡ଼ିବ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗିରହିଛି। ଉହାନ ଭୂତାଣୁ ଯୋଗୁ ବର୍ବାଦ ହୋଇଯାଇଥିବା ଚୀନ ଏବେ ଭାରତ ସହ ତିକ୍ତତା ବଢ଼ାଇ ନିଜ ଗୋଡ ଉପରେ କୁରାଢ଼ି ମାରୁଛି। ଲଦାଖର ଗଲଓ୍ୱାନ ଏବଂ ପାଙ୍ଗୋଙ୍ଗ ହ୍ରଦର ଆଖ ପାଖ ଭାରତୀୟ ଅଞ୍ଚଳରେ ପିପୁଲସ୍ ଲିବରେସନ ଆର୍ମୀ ନିଜର ଡେରା ପକାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଚୀନ ଏଭଳି ଦୁର୍ବୁଦ୍ଧି ନ ଛାଡ଼େ, ତେବେ ପୂର୍ବରୁ ଅସ୍ତବ୍ୟସ୍ତ ଚୀନର ଅର୍ଥବ୍ୟବସ୍ଥା ଆଗକୁ ଧ୍ୱସ୍ତ ହୋଇଯିବାର ସମ୍ଭାବନା ରହିଛି। […]

inida-china

Pragnya Choudhury
  • Published: Saturday, 06 June 2020
  • , Updated: 06 June 2020, 12:40 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗିରହିଛି। ଉହାନ ଭୂତାଣୁ ଯୋଗୁ ବର୍ବାଦ ହୋଇଯାଇଥିବା ଚୀନ ଏବେ ଭାରତ ସହ ତିକ୍ତତା ବଢ଼ାଇ ନିଜ ଗୋଡ ଉପରେ କୁରାଢ଼ି ମାରୁଛି। ଲଦାଖର ଗଲଓ୍ୱାନ ଏବଂ ପାଙ୍ଗୋଙ୍ଗ ହ୍ରଦର ଆଖ ପାଖ ଭାରତୀୟ ଅଞ୍ଚଳରେ ପିପୁଲସ୍ ଲିବରେସନ ଆର୍ମୀ ନିଜର ଡେରା ପକାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଚୀନ ଏଭଳି ଦୁର୍ବୁଦ୍ଧି ନ ଛାଡ଼େ, ତେବେ ପୂର୍ବରୁ ଅସ୍ତବ୍ୟସ୍ତ ଚୀନର ଅର୍ଥବ୍ୟବସ୍ଥା ଆଗକୁ ଧ୍ୱସ୍ତ ହୋଇଯିବାର ସମ୍ଭାବନା ରହିଛି।

ଆଜିର ପରିସ୍ଥିତି ୧୯୬୨ ମସିହା ଭଳି ଆଉ ନାହିଁ। କାରଣ ଦୁନିଆର ସବୁଠାରୁ ଶକ୍ତିଶାଳି ଦେଶ ଆମେରିକା ଓ ଚୀନ ମଧ୍ୟରେ ପ୍ରବଳ ତିକ୍ତତା ରହିଛି। ଏଣୁ କେବଳ ଡୋନାଲଡ୍ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁତ୍ୱ ନୁହେଁ ଉଭୟ ଦେଶର ଅର୍ଥନୀତି ଚୀନର ଚିନ୍ତାବଢ଼ାଇପାରେ।

ସୀମା ବିବାଦ ବଢ଼ାଇ ଚୀନ ମସ୍ତବଡ଼ ଭୁଲ କରିଛି। ଏହା ପଛରେ ଚୀନର ଉଦ୍ଦେଶ୍ୟ ହେଲା କରୋନା ଭୂତାଣୁ ଉପରୁ ଧ୍ୟାନ ହଟାଇବା। ଚୀନ ରାଷ୍ଟ୍ରପତି ଜି-ଜିନ୍-ପିଙ୍ଗଙ୍କ ଲୋକପ୍ରିୟତା ହ୍ରାସ ପାଇପାରେ। ସୂତ୍ର ଅନୁସାରେ, ଚୀନ କମ୍ୟୁନିଷ୍ଟ ପାର୍ଟିରେ ଜି-ଜିନ୍-ପିଙ୍ଗଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଛି।

ପାର୍ଟି ପକ୍ଷରୁ ନିକଟରେ ଆୟୋଜିତ ନ୍ୟାଶନାଲ କନଫରେନ୍ସରେ ଜି-ଜିନ୍-ପିଙ୍ଗ ରାଷ୍ଟ୍ରବାଦ କାର୍ଡ ଖେଳିଛନ୍ତି। ସେ ଚୀନ ଆର୍ମୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇଞ୍ଚ ଇଞ୍ଚ ଜମିର ରକ୍ଷା କରିବାକୁ ସଂକଳ୍ପ ନିଆଗଲା। ତେବେ ଜି-ଜିନ୍-ପିଙ୍ଗଙ୍କ ଏଭଳି ଚାତୁରୀ ନିଶ୍ଚିତ ରୂପେ ହାସ୍ୟାସ୍ପଦ। କାରଣ ଚୀନର କୌଣସି ପଡ଼ୋଶୀ ଦେଶର ଏଭଳି କୌଣସି ମାନସିକତା ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ, ଚୀନର ସର୍ବମୋଟ ରପ୍ତାନୀର ୧୭ ପ୍ରତିଶତ କେବଳ ଆମେରିକାକୁ ଯାଇଥାଏ। ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁ ପୂର୍ବରୁ ତିକ୍ତତା ରହିଆସିଛି। ଟ୍ରମ୍ପ ଚୀନର ଅନେକ ଜିନିଷ ଉପରେ କଷ୍ଟମ ଡ୍ୟୁଟି ବଢ଼ାଇଦେଇଛନ୍ତି। କେବଳ ଏତିକି ନୁହେଁ କରୋନା ଭୂତାଣୁ ସଙ୍କଟ ପରେ ଟ୍ରମ୍ପ ଚୀନ ପ୍ରତି ଆହୁରି କଠୋର ହୋଇଯାଇଛନ୍ତି। ଚୀନସ୍ଥିତ ଆମେରିକୀୟ କମ୍ପାନୀଗୁଡ଼ିକୁ ବାହାର କରିବାକୁ ଆମେରିକା ସିନେଟ୍ ନିକଟରେ ଏକ ବିଲ୍ ପାସ୍ କରିଛନ୍ତି।

ଏଥିରୁ ସ୍ପଷ୍ଟ ଯେ, ଚୀନରେ ଉତ୍ପାଦନ ୟୁନିଟ୍ ହ୍ରାସ ପାଇବ। ଶସ୍ତା ଶ୍ରମିକ ଏବଂ ବୃତ୍ତିଗତ ପରିବେଶ ଯୋଗୁ ସାରା ଦୁନିଆରୁ କମ୍ପାନୀଗୁଡ଼ିକ ଚୀନ ଆଡ଼କୁ ମୁହାଁଇଥିଲେ। ହେଲେ କରୋନା ଭୂତାଣୁ ପରିସ୍ଥିତିକୁ ବଦଳାଇ ଦେଇଛି। ଆଇ-ଫୋନ୍ ଭଳି କମ୍ପାନୀ ପୂର୍ବରୁ ଭାରତରେ ୟୁନିଟ୍ ସ୍ଥାପନ କରିବାକୁ ଘୋଷଣା କରିସାରିଛି। ଆଉ ଏବେ ଅନେକ ନାମୀଦାମୀ ମଲଟିନ୍ୟାଶନାଲ କମ୍ପାନୀ ଚୀନ ବଦଳରେ ଭାରତ ଆଡ଼କୁ ମୁହାଁଉଛନ୍ତି।

ଚୀନର ସର୍ବମୋଟ ରପ୍ତାନୀରେ ଭାରତର ମାତ୍ର ୩ ପ୍ରତିଶତ ଭାଗିଦାରୀ ରହିଛି। ଏଭଳି ସ୍ଥିତିରେ ଭାରତରେ ଚୀନ ଜିନିଷକୁ ବିରୋଧ ପୁଣି ଥରେ ଆରମ୍ଭ ହୋଇଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ନିଶ୍ଚିତ ଭାବେ ଚୀନ ଉତ୍ପାଦକୁ ଝଟକା ଲାଗିବ। ଏବେ ଭାରତ ଏବଂ ଆମେରିକାକୁ ମିଶାଇଦେଲେ ଚୀନର ୨୦ ପ୍ରତିଶତ ରପ୍ତାନୀ ପ୍ରଭାବିତ ହେବ। ପ୍ରକୃତରେ ଏହି ଭୟ ଯୋଗୁ ସୀମାରେ ଚୀନ ଉତ୍ପାତ ହେଉଛି।

କରୋନା ଭୂତାଣୁ କାରଣରୁ ଚୀନର ଠପ୍ ହୋଇଯାଇଥିବା କାରବାର ପୁରି ଆରମ୍ଭ ହୋଇଯାଇଛି। ହେଲେ ଚାହିଦା ନ ଥିଲେ କମ୍ପାନୀ ତାଲା ଖୋଲି ଲାଭ କଣ? ଚୀନରେ ଲକ୍ଷ ଲକ୍ଷ ଯୁବକ ବେରୋଜଗାର ଅଛନ୍ତି। ସେମାନେ ସରକାରଙ୍କ ପ୍ରତି ଅସନ୍ତୋଷ ଅଛନ୍ତି। ଚୀନର କମ୍ୟୁନିଷ୍ଟ ସରକାର କୌଣସି ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଅନ୍ତି ନାହିଁ। ହେଲେ ୧୯୮୯ଲ ଥ୍ୟାନମେନ୍ ସ୍କ୍ବେୟାର ଭଳି ପୁଣି ପରିସ୍ଥିତି ଉପୁଜିପାରେ। ଚୀନରେ ବେକାରୀ ହାର ବଢ଼ି ୬ ପ୍ରତିଶତ ହୋଇଯାଇଛି, ଯାହା ଜି-ଜିନ୍-ପିଙ୍ଗଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।

ଚୀନର ଅର୍ଥନୀତି ୧୩.୭ ଟ୍ରିଲିୟନ୍ ଡଲାର ଅଟେ। ୧୯୭୬ ପରେ ପ୍ରଥମ ଥର ପାଇଁ ଚୀନର ଅର୍ଥନୀତି ୬.୮ ପ୍ରତିଶତ ହ୍ରାସ ପାଇଛି। କରୋନା ଭୂତାଣୁ ମୁକାବିଲା ପାଇଁ ଚୀନ ସରକାର ୬୭୨ ବିଲିୟନ ଡଲାର ପ୍ୟାକେଜ୍ ଘୋଷଣା କରିଛନ୍ତି, ଯାହା ଜିଡିପିର ୫ ପ୍ରତିଶତ ସହ ସମାନ। ଅର୍ଥବ୍ୟବସ୍ଥାକୁ ସୁଧାରିବାକୁ ଜି-ଜିନ୍-ପିଙ୍ଗ ସରକାର ରାଜକୋଶ ଖୋଲିବାକୁ ଯୋଜନା କରୁଛନ୍ତି। ସରକାରୀ ଯୋଜନାଗୁଡ଼ିକ ଉପରେ ୩.୧୫ ଟ୍ରିଲିୟନ ୟୁଆନ୍ ଖର୍ଚ୍ଚ କରାଯିବ, ଯାହା ଫଳରେ ଲୋକଙ୍କ ଚାକିରୀ ବଞ୍ଚିଯିବ ତଥା କାରବାର ଓ କମ୍ପାନୀ ସୁରୁଖୁରୁରେ ଚାଲିବ। ଏହାପରେ ମଧ୍ୟ ୬.୮ ପ୍ରତିଶତ କ୍ଷତିପୂରଣ ହୋଇପାରିବ ନାହିଁ। ଚୀନର ଆର୍ଥନୀତି ଆକଳନ ସେମିତିରେ ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ।

ଏଭଳି ସ୍ଥିତିରେ ସରକାର ଯଦି ଖର୍ଚ୍ଚ ବଢ଼ାଇବେ ତେବେ କ୍ଷତି ଆହୁରି ବଢ଼ିବ। ଅନ୍ୟପଟେ କରୋନା ସଙ୍କଟ ସ୍ଥିତିରେ କେବଳ ଭାରତ ନୁହେଁ ବରଂ ଅନେକ ବହୁ ଦେଶ ସହ ଚୀନର ସମ୍ପର୍କ ଖରାପ ହୋଇସାରିଛି, ଯାହାର ପରିଣାମ ଚୀନ ପାଇଁ ଭାରୀ ପଡ଼ିବ।

Related story