ସୀମା ବିବାଦକୁ ନେଇ ଭାରତ-ଚୀନ୍ ଭିନ୍ନ ଭିନ୍ନ ସ୍ଥାନରେ କଲେ ବୈଠକ

ଲଦାଖ: ସୋମବାର ଭାରତ ଏବଂ ଚୀନ୍‌ର ସେନା ପ୍ରତିନିଧି ପୂର୍ବ ଲଦାଖର ଏଲଓସିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଛନ୍ତି। ଲଦାଖର ପଙ୍ଗଙ୍ଗ ଟିସୋ ହ୍ରଦ ନିକଟରେ ମେ’ ୫-୬ରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦେଖାଦେଇଥିଲା। ଏବେ ଏହି ପ୍ରସଙ୍ଗରେ ଦୁଇ ଦେଶର ବ୍ରିଗେଡିୟର ଏବଂ କର୍ଣ୍ଣେଲ ବୈଠକ କରି  ଆଲୋଚନା କରିଛନ୍ତି। ଗଲଓ୍ୱାନ ଏରିଆକୁ ନେଇ ଦୁଇ ଦେଶର ବ୍ରିଗେଡିୟରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ସେହିପରି ହଟ ସ୍ରିଙ୍ଗରେ ଦୁଇ ଦେଶର […]

ladakh

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 10:01 PM IST

ଲଦାଖ: ସୋମବାର ଭାରତ ଏବଂ ଚୀନ୍‌ର ସେନା ପ୍ରତିନିଧି ପୂର୍ବ ଲଦାଖର ଏଲଓସିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଛନ୍ତି। ଲଦାଖର ପଙ୍ଗଙ୍ଗ ଟିସୋ ହ୍ରଦ ନିକଟରେ ମେ’ ୫-୬ରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦେଖାଦେଇଥିଲା। ଏବେ ଏହି ପ୍ରସଙ୍ଗରେ ଦୁଇ ଦେଶର ବ୍ରିଗେଡିୟର ଏବଂ କର୍ଣ୍ଣେଲ ବୈଠକ କରି  ଆଲୋଚନା କରିଛନ୍ତି। ଗଲଓ୍ୱାନ ଏରିଆକୁ ନେଇ ଦୁଇ ଦେଶର ବ୍ରିଗେଡିୟରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ସେହିପରି ହଟ ସ୍ରିଙ୍ଗରେ ଦୁଇ ଦେଶର କର୍ଣ୍ଣେଲ ରାଙ୍କର ଅଧିକାରୀ ଯୋଗ ଦେଇଥିଲେ।

ଆଲୋଚନା ସକାରାତ୍ମକ ରହିଛି। ପୂର୍ବରୁ ଯେଉଁଭଳି ସମ୍ପର୍କକୁ ରଖି ଦୁଇ ଦେଶ ଆଲୋଚନା କରୁଥିଲେ ଏବେ ସମାନ ଆଭିମୁଖ୍ୟ ରଖି ଆଲୋଚନା କରାଯାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି। ତେବେ ବୈଦେଶିକ ମନ୍ତ୍ରାଳୟ କି ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହିଁ। ସେନା ଅଧିକାରୀ ବୈଠକ ବାବଦରେ ଅବଗତ କରାଇବା ପରେ କେନ୍ଦ୍ର ସରକାର ମତ ରଖିପାରନ୍ତି।

ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ସେନା ସ୍ତରୀୟ ଆଲୋଚନା ହୋଇଥିଲା। ଉଭୟ ଦେଶ ସୀମାରୁ ହଟି ମୂଳ ସ୍ଥାନକୁ ଯାଇଥିଲେ। ଗଲବାନ ଘାଟି ଉଭୟ ଦେଶର ସୀମା। ଏହି ରାସ୍ତା ଦେଇ ଅନୁପ୍ରବେଶ ସୁବିଧା ରହିଥିବାରୁ ଏହାକୁ ରୋକ୍ ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଛି। ଏହି ସୀମାରେ ଚୀନ ସେନାକୁ ହଟିବାକୁ ପଡ଼ିବ ନହେଲେ ଭାରତୀୟ ସେନାଙ୍କ ପାଇଁ ବିପଦ ରହିବ ବୋଲି ଭାରତ ପୂର୍ବରୁ କହି ଆସୁଛି।

ସୂଚନାଯୋଗ୍ୟ, ମେ’ର ପ୍ରଥମ ସପ୍ତାହରେ ସୀମା ବିବାଦ ଦେଖିବାକୁ ମିଳିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ସ୍ୱାଭାବିକ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି। ପ୍ରଥମେ ଦୁଇ ଦେଶ ମଧ୍ୟରେ 12 ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଏହା ପରେ ମେଜର ଜେନେରାଲ ସ୍ତରରେ ଆଲୋଚନା ହୋଇଥିଲା। ଜୁନ୍ 6ରେ ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରରେ ଆଲୋଚନା ହୋଇଥିଲା। ଏହାପରେ ଉଭୟ ଦେଶର ସେନା ବାହିନୀ ପୂର୍ବ ସ୍ଥାନକୁ ଫେରି ଯାଇଥିଲେ। ବ୍ରିଗେଡିୟର୍ ଏବଂ କର୍ଣ୍ଣେଲ ରାଙ୍କ ଅଧିକାରୀଙ୍କ ମଧ୍ୟରେ ଏବେ ଆଲୋଚନା ହେଉଛି।

Related story