ପୁଣି ଥରେ ଭାରତ-ଚୀନ୍ ଆଲୋଚନା

ଲଦାଖ: ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ପୁଣି ଥରେ ବୈଠକ ହେଉଛି। ଦୁଇ ଦେଶର ବ୍ରିଗେଡିୟର ଏବଂ କର୍ଣ୍ଣେଲ ଏହି ବୈଠକରେ ଯୋଗ ଦେଇଛନ୍ତି। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଶାନ୍ତ ହେବ ବୋଲି ଆଶା ରହିଛି। ଏହି ବୈଠକରେ ଗଲବାନ ନଦୀ ବାବଦରେ ମଧ୍ୟ ଆଲୋଚନା ହେଉଥିବା ସୂଚନା ରହିଛି। ଏହି ସୀମାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ନିକଟରେ ଦୁଇ […]

LADAKH

Subhransu Sekhar
  • Published: Monday, 15 June 2020
  • , Updated: 15 June 2020, 04:33 PM IST

ଲଦାଖ: ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ପୁଣି ଥରେ ବୈଠକ ହେଉଛି। ଦୁଇ ଦେଶର ବ୍ରିଗେଡିୟର ଏବଂ କର୍ଣ୍ଣେଲ ଏହି ବୈଠକରେ ଯୋଗ ଦେଇଛନ୍ତି। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ଶାନ୍ତ ହେବ ବୋଲି ଆଶା ରହିଛି। ଏହି ବୈଠକରେ ଗଲବାନ ନଦୀ ବାବଦରେ ମଧ୍ୟ ଆଲୋଚନା ହେଉଥିବା ସୂଚନା ରହିଛି।

ଏହି ସୀମାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ନିକଟରେ ଦୁଇ ଦେଶ ମଧ୍ୟରେ ସେନା ସ୍ତରୀୟ ଆଲୋଚନା ହୋଇଥିଲା। ଏହାପରେ ଉଭୟ ଦେଶ ସୀମାରୁ ହଟି ମୂଳ ସ୍ଥାନକୁ ଯାଇଥିଲେ।

ଗଲବାନ ଘାଟି ଉଭୟ ଦେଶର ସୀମା। ଏହି ରାସ୍ତା ଦେଇ ଅନୁପ୍ରବେଶ ସୁବିଧା ରହିଥିବାରୁ ଏହାକୁ ରୋକ୍ ଲଗାଇବା ପାଇଁ ବୈଠକରେ ଆଲୋଚନା ହେଉଛି। ଏହି ସୀମାରେ ଚୀନ ସେନାକୁ ହଟିବାକୁ ପଡ଼ିବ ନହେଲେ ଭାରତୀୟ ସେନାଙ୍କ ପାଇଁ ବିପଦ ରହିବ ବୋଲି ଭାରତ ପୂର୍ବରୁ କହି ଆସୁଛି।

ସୂଚନାଯୋଗ୍ୟ, ମେ’ ମାସ ପ୍ରଥମ ସପ୍ତାହରେ ସୀମା ବିବାଦ ଦେଖିବାକୁ ମିଳିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ସ୍ୱାଭାବିକ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି। ପ୍ରଥମେ ଦୁଇ ଦେଶ ମଧ୍ୟରେ ୧୨ ରାଉଣ୍ଡ କଥାବାର୍ତ୍ତା ହୋଇଥିଲା। ଏହା ପରେ ମେଜର ଜେନେରାଲ ସ୍ତରରେ ଆଲୋଚନା ହୋଇଥିଲା। ଜୁନ୍ 6ରେ ଲେଫ୍ଟନାଣ୍ଟ ଜେନେରାଲ୍ ସ୍ତରରେ ଆଲୋଚନା ହୋଇଥିଲା। ଏହାପରେ ଉଭୟ ଦେଶର ସେନା ବାହିନୀ ପୂର୍ବ ସ୍ଥାନକୁ ଫେରି ଯାଇଥିଲେ। ବ୍ରିଗେଡିୟର୍ ଏବଂ କର୍ଣ୍ଣେଲ ରାଙ୍କ ଅଧିକାରୀଙ୍କ ମଧ୍ୟରେ ଏବେ ଆଲୋଚନା ହେଉଛି।

Related story