ସୀମା ବିବାଦ: ଭାରତ-ଚାଇନା ମଧ୍ୟରେ ଆରମ୍ଭ ହେଲା ପୁଣି ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବାର ବାଟ ପୁଣି ଫିଟିଛି। କିଛି ଦିନର ବ୍ୟବଧାନ ପରେ ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ କୂଟନୀତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଖୁବଶୀଘ୍ର ସୀମାରୁ ଉଭୟ ଦେଶ ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ ବା ସେନା ପ୍ରତ୍ୟାହାର କରପାରନ୍ତି। ଆଜି ଏ ବିଷୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ […]

de

Hemant Lenka
  • Published: Friday, 18 December 2020
  • , Updated: 18 December 2020, 08:28 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବାର ବାଟ ପୁଣି ଫିଟିଛି। କିଛି ଦିନର ବ୍ୟବଧାନ ପରେ ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ କୂଟନୀତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଖୁବଶୀଘ୍ର ସୀମାରୁ ଉଭୟ ଦେଶ ସଂପୂର୍ଣ୍ଣ ଭାବେ ଡିସଏନଗେଜମେଣ୍ଟ ବା ସେନା ପ୍ରତ୍ୟାହାର କରପାରନ୍ତି। ଆଜି ଏ ବିଷୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଉଭୟ ଦେଶ କୂଟନୀତିକ ଓ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଭାରତ-ଚାଇନା ସୀମା ବ୍ୟାପାର ଅନ୍ତର୍ଗତ WMCC ଜରିଆରେ ଏହି ଆଲୋଚନା ହୋଇଥିଲା ଓ ଆଗକୁ ମଧ୍ୟ ହେବ। ଏଲଏସିର ସମସ୍ତ ଫ୍ରିକସନ ପଏଣ୍ଟରୁ ଯଥାଶୀଘ୍ର ସଂପୂର୍ଣ୍ଣ ଡିସଏନଗେଜମେଣ୍ଟ କରିବାକୁ ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇଛି।

ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଓ ସ୍ୱତନ୍ତ୍ର ପ୍ରତିନିଧିଙ୍କ ଉପସ୍ଥିତିରେ ଭାରତ-ଚାଇନା ସୀମା ବିବାଦ ସମାଧାନ କରିବାକୁ ରାଜି ହୋଇଛନ୍ତି। ଭାରତ ଓ ଚାଇନା ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଅକ୍ଟୋବର ୧୨ ଓ ନଭେମ୍ବର ୬ରେ ହୋଇଥିଲା। ଏଥିରେ ବେଶ ବିସ୍ତୃତ ଭାବେ ଉଭୟ ଦେଶ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିଥିଲେ।

ଆଲୋଚନାର ନିଷ୍ପତ୍ତି ଅନୁଯାୟୀ, ସୀମା ବିବାଦର ସମାଧାନ କରାଯିବ। ଆଗକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ବୈଠକ ବସିବ। ଆମର ଆଶା ଦ୍ୱିପାକ୍ଷିକ ବୁଝାମଣା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ବୈଠକରେ ଭାରତ ଓ ଚାଇନା ପରବର୍ତ୍ତୀ ପଦକ୍ଷେପ ନେବେ। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ସର୍ବଦା ଚେଷ୍ଟିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related story