ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର, ଦିନକରେ ୪୩୪ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ୨୪ ଘଣ୍ଟାରେ ୧୯ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କରିଛି। ସେହିପରି ମୃତ୍ୟୁସଂଖ୍ୟା ବି ୧୮ ହଜାର ନିକଟରେ ପହଞ୍ଚି ଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସମଗ୍ର ଦେଶରେ ଆଉ ୧୯,୧୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ […]

ta

Hemant Lenka
  • Published: Thursday, 02 July 2020
  • , Updated: 02 July 2020, 04:14 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ୨୪ ଘଣ୍ଟାରେ ୧୯ ହଜାରରୁ ଅଧିକ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କରିଛି। ସେହିପରି ମୃତ୍ୟୁସଂଖ୍ୟା ବି ୧୮ ହଜାର ନିକଟରେ ପହଞ୍ଚି ଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ସମଗ୍ର ଦେଶରେ ଆଉ ୧୯,୧୪୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୪,୬୪୧ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ କରୋନା ୪୩୪ ଜଣଙ୍କ ମୃତ୍ୟୁ ଘଟିବାରୁ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭,୮୩୪କୁ ବୃଦ୍ଧି ପାଇଛି।

ଏଯାଏ ୩,୫୯,୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ ୨,୨୬,୯୪୭ ଆକ୍ଟିଭ କେସ ରହିଛି। ଦେଶରେ ଆରୋଗ୍ୟ ହାର ୬୦%କୁ ମଧ୍ୟ ବୃଦ୍ଧି ପାଇଛି।

ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀରେ କରୋନା ସ୍ଥିତି ପୂର୍ବଭଳି ବେକାବୁ ରହିଛି। ମହାରାଷ୍ଟ୍ରରେ ୧,୮୦,୨୯୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୮୦୫୩ ଜଣ ପ୍ରାଣ ହରାଇଛନ୍ତି। ୯୩,୧୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାମିଲନାଡୁରେ ୯୪, ୦୪୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୨୬୪ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୮୯, ୮୦୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୦୩ ଜଣ ପ୍ରାଣ ହରାଇଛନ୍ତି।

Related story