ଭାରତରେ କାୟା ମେଲାଉଛି କରୋନାର ନୂଆ ରୂପ, ସଂଖ୍ୟା ୩୮ ଛୁଇଁଲା

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଭାରତରେ ଧୀରେଧୀରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣିଥରେ କରୋନାରେ ନୂଆ ଷ୍ଟ୍ରେନରେ ଆଉ ୯ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି। ଜାନୁଆରୀ ୧ ତାରିଖରେ ଏହି ସଂଖ୍ୟା ୨୯ ରହିଥିଲା। ବ୍ରିଟେନ ଭାଇରସରେ ଆକ୍ରାନ୍ତ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ନମୁନା ବେଙ୍ଗାଲୁରୁ, ହାଇଦ୍ରାବାଦରେ ୩ ଜଣ, ପୁଣେରେ ୫ […]

hg

Hemant Lenka
  • Published: Monday, 04 January 2021
  • , Updated: 04 January 2021, 09:47 PM IST

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଭାରତରେ ଧୀରେଧୀରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣିଥରେ କରୋନାରେ ନୂଆ ଷ୍ଟ୍ରେନରେ ଆଉ ୯ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି। ଜାନୁଆରୀ ୧ ତାରିଖରେ ଏହି ସଂଖ୍ୟା ୨୯ ରହିଥିଲା।

ବ୍ରିଟେନ ଭାଇରସରେ ଆକ୍ରାନ୍ତ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ନମୁନା ବେଙ୍ଗାଲୁରୁ, ହାଇଦ୍ରାବାଦରେ ୩ ଜଣ, ପୁଣେରେ ୫ ଜଣ, ଦିଲ୍ଲୀର ଆଇଜିଆଇବିରେ ୧୧ ଜଣ, ଦିଲ୍ଲୀର ଏନସିଡିସିରେ ୮ ଜଣ ଓ କୋଲକାତାରେ ଥିବା ଲ୍ୟାବରେ ଜଣଙ୍କର ପରୀକ୍ଷା କରାଯାଇଥିଲା।

ତେବେ NCBS, InSTEM, Bengaluru, CDFD Hyderabad, ILS Bhubaneswar, and NCCS Puneରେ ଥିବା ଲ୍ୟାବ ଗୁଡ଼ିକରେ ପରୀକ୍ଷା ହୋଇଥିବା ବ୍ରିଟେନ ଫେରନ୍ତାଙ୍କ ନମୁନାରୁ ଏଯାଏ ନୂଆ ଷ୍ଟ୍ରେନ ଠାବ ହୋଇନାହିଁ।
ଯେଉଁମାନେ ବ୍ରିଟେନ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ପରିବାର ଲୋକ ଓ କଣ୍ଟାଣ୍ଟ ଟ୍ରେସିଂକୁ ସ୍ଥାନୀୟ ପ୍ରଶାସନ ଜୋରଦାର କରିଛି।

କରୋନାର ଏହି ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଛି। ତେଣୁ ଏହା ଉପରେ ବ୍ରେକ ଲଗାଇବାକୁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ବ୍ରିଟେନ ଭାରତରେ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବେଶ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରମାନଙ୍କୁ ସର୍ଭେଲାନ୍ସ, କଣ୍ଟେନମେଣ୍ଟ, ଟେଷ୍ଟିଂ ଓ ବ୍ରିଟେନ ଫେରନ୍ତାଙ୍କ ଜିନୋମ୍ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ନିୟମିତ ପରାମର୍ଶ ଦିଆଯାଉଛି। ଏଥିପାଇଁ ଆଦୌ ବିଚଳିତ ନ ହେବାକୁ ମନ୍ତ୍ରଣାଳୟ ସମସ୍ତଙ୍କୁ କହିଛି।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବ୍ରିଟେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଏହାପରେ ସମସ୍ତଙ୍କର ନମୁନାକୁ ଅଧିକ ଯାଞ୍ଚ କରିବା ପାଇଁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ପରେ ଏଯାଏ ୩୮ ଜଣ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପୂର୍ବରୁ ଦେଖାଯାଇଥିବା ଭାଇରସ ତୁଳନାରେ ଅଧିକ ୫୬% ବେଗରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

କରୋନାର ଏହି ନୂଆ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ଦେଖିବାକୁ ମିଳିଥିଲା। ଏହାପରେ ଏହା ୟୁରୋପର କିଛି ଦେଶ ସହ ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ ଦେଖିବାକୁ ମିଳିଛି।

Related story