ମହାମାରୀ କରୋନା ଭିତରେ ଭାରତରେ ଜନ୍ମ ହେବେ ରେକର୍ଡ ସଂଖ୍ୟକ ଶିଶୁ

ମିଳିତ ଜାତିସଂଘ: କରୋନା ଭାଇରସ ମହାମାରୀ ଘୋଷଣା ହେବା ପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଏହି ୯ମାସ ମଧ୍ୟରେ ସର୍ବାଧିକ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଜାତିସଂଘ ଆକଳନ କରିଛି। ମାର୍ଚ୍ଚ ୧୧ରେ କରୋନାକୁ ମହାମାରୀ ଘୋଷଣା କରାଯାଇଥିଲା। ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଭାରତରେ ୨୦.୧ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଆକଳନ କାରାଯାଇଛି। ୟୁନିସେଫ କହିଛି ଯେ କରୋନା ମହାମାରୀ ଭିତରେ ଜନ୍ମ ଗ୍ରହଣ କରୁଥିବା ପିଲା ଓ […]

dsa

Hemant Lenka
  • Published: Thursday, 07 May 2020
  • , Updated: 07 May 2020, 12:45 PM IST

ମିଳିତ ଜାତିସଂଘ: କରୋନା ଭାଇରସ ମହାମାରୀ ଘୋଷଣା ହେବା ପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଏହି ୯ମାସ ମଧ୍ୟରେ ସର୍ବାଧିକ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଜାତିସଂଘ ଆକଳନ କରିଛି। ମାର୍ଚ୍ଚ ୧୧ରେ କରୋନାକୁ ମହାମାରୀ ଘୋଷଣା କରାଯାଇଥିଲା।

ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ଭାରତରେ ୨୦.୧ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି ଆକଳନ କାରାଯାଇଛି। ୟୁନିସେଫ କହିଛି ଯେ କରୋନା ମହାମାରୀ ଭିତରେ ଜନ୍ମ ଗ୍ରହଣ କରୁଥିବା ପିଲା ଓ ସେମାନଙ୍କ ମା’ଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳି ନ ପାରେ। କାରଣ ବର୍ତ୍ତମାନ ଚାରିଆଡ଼େ କରୋନା ମହାମାରୀ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ନବଜାତକ ଓ ସେମାନଙ୍କ ମା’ ଅବହେଳାର ଶିକାର ହେବାର ଆଶଙ୍କା ରହିଛି।

ଭାରତରେ ୨୦.୧ ମିଲିୟନ ଶିଶୁ ଜନ୍ମ ହେବାକୁ ଥିବା ବେଳେ ସାରା ବିଶ୍ୱରେ ୧୧.୬ କୋଟି ଶିଶୁ ଜନ୍ମ ହୋଇପାରନ୍ତି। ଏତେ ସଂଖ୍ୟକ ଶିଶୁ ଏହି ୪୦ ସପ୍ତାହ ମଧ୍ୟରେ ଜନ୍ମ ଗ୍ରହଣ କରିବେ। ଆସନ୍ତା ୧୦ ତାରିଖରେ ବିଶ୍ୱ ମାତୃ ଦିବସ। ଏହାପୂର୍ବରୁ ହିଁ ୟୁନିସେଫ ଏଭଳି ଆକଳନ କରିଛି।

ଭାରତରେ ମାର୍ଚ୍ଚ ୧୧ରୁ ଡିସେମ୍ବର ୧୬ ମଧ୍ୟରେ ସର୍ବାଧିକ ୨୦.୧ ମିଲିୟନ ଶିଶୁ ଜନ୍ମ ଗ୍ରହଣ କରିବେ। ଭାରତ ପରେ ଚାଇନାରେ ୧୩.୫ ନିୟୁତ, ନାଇଜେରିଆରେ ୬.୪ ନିୟୁତ, ପାକିସ୍ତାନରେ ୫ ନିୟୁତ ଓ ଇଣ୍ଡୋନେସିଆରେ ୪ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିବେ ବୋଲି କୁହାଯାଇଛି। ଏହି ଦେଶଗୁଡ଼ିକରେ ନବଜାତକଙ୍କ ମୃତ୍ୟୁହାର ସର୍ବାଧିକ। ଏବେ କରୋନା ଲଢ଼େଇ ଭିତରେ ଏହି ହାର ଆହୁରି ବୃଦ୍ଧି ପାଇବ ବୋଲି ଜାତିସଂଘ ଆଶଙ୍କା ପ୍ରକାଶ କରିଛି।

ଅନ୍ୟପକ୍ଷରେ ଭାରତରେ ୨୦୨୦ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୨୪.୧ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିବେ।

Related story